ଫେରିଲା ରାଜପଥ ତାତି

ଢେଙ୍କାନାଳ ଅଫିସ, ୨୬।୧୧: କଟକ ଜିଲା ମଙ୍ଗୁଳି ଛକଠାରୁ ଢେଙ୍କାନାଳ-ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ୫ ବର୍ଷ ହେଲା ଶେଷ ହେଉନାହିଁ। ଶୋଚନୀୟ ହୋଇପଡ଼ିଥିବା ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କେନ୍ଦ୍ର ସରକାର, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବିଜେଡି ପକ୍ଷରୁ ସହର ଉପକଣ୍ଠ କଲେଜ ବାଇପାସ୍‌ରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳକୁ ଜାତୀୟ ରାଜପଥ ତାତି ଫେରିଥିବାବେଳେ ଏହାର ସ୍ଥାୟୀ ସମାଧାନ ନ କଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
କେନ୍ଦ୍ର ସରକାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅବହେଳାରୁ ବ୍ୟସ୍ତବହୁଳ ୫୫ନଂ. ଜାତୀୟ ରାଜପଥ କାମ ଶେଷ ହେଉ ନ ଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଆନ୍ଦୋଳନ ସମୟରେ କଟକ ଅଭିମୁଖ ଯାଉଥିବା ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ଆନ୍ଦୋଳନକାରୀ ଅଟକାଇବା ସହ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ତେବେ ଜିଲାପାଳଙ୍କ ସହ ଏ ସଂକ୍ରାନ୍ତରେ କଥାହେବି ବୋଲି କହି ଆର୍‌ଡିସି ଫେରିଯାଇଥିଲେ।
ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲା କୃଷକ ବିଜେଡି ସଭାପତି ନରୋତ୍ତମ ସାହୁ, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ଗଁଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା, ଯୁବ ବିଜେଡି ସଭାପତି ପ୍ରଦୀପ ରାଉତ, ହିନ୍ଦୋଳ ବ୍ଲକ ସଭାପତି ବରୁଣ ସର, ଅନୁଗୋଳ ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବିଧାୟକଙ୍କ ପ୍ରତିନିଧି ଅର୍ଣ୍ଣବ ସିଂ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ଜିଲା ପରିଷଦ ସଭ୍ୟ ଗୋପାଳ ନାୟକ, ଧ୍ରୁବ ଦେହୁରୀ, ତାଳଚେର ବ୍ଲକ ବିଜେଡି ସଭାପତି ସନ୍ତୋଷ ପ୍ରଧାନ, ପାଲଲହଡା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ୍‌, କଣିହଁା ବ୍ଲକ ସଭାପତି କପିଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ଆନ୍ଦୋଳନରେ ଢେଙ୍କାନାଳ, ଅନୁଗୋଳ ଜିଲାର କେହି ବିଧାୟକ କିମ୍ବା ଏମ୍‌ପି ଉପସ୍ଥିତ ନ ଥିଲେ। ଆନ୍ଦୋଳନ ଶେଷ ହେବା ପରେ ଘଟଣାସ୍ଥଳରେ ପଡ଼ିଥିବା ଆବର୍ଜନାକୁ ବିଜେଡି ନେତୃବୃନ୍ଦ ସଫା କରିଥିଲେ। ଦଳୀୟ କର୍ମୀମାନେ ଅଳିଆ ସଂଗ୍ରହ କରି ଡଷ୍ଟବିନ୍‌ରେ ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଜୁରୀ ମୌଜାରୁ ମୋରମ ଉତ୍ତୋଳନ ପ୍ରସଙ୍ଗ: ହାଇକୋର୍ଟରେ ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଯାଜପୁର ରୋଡ୍‌,୨୧।୮ (ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମଞ୍ଜୁରୀ ମୌଜାର ଏକ ଜଙ୍ଗଲ କିସମ ଜମିରେ ପୋଖରୀ ଖନନ କରିବାକୁ ପ୍ରଥମେ ଅନୁମତି...

ମାଗଣାରେ କୋବି ବାଣ୍ଟିଲେ ଚାଷୀ

କୁତ୍ରା,୧୨।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ ବିରିଙ୍ଗାଟୋଲ ପଞ୍ଚାୟତ ନକଟି ଗ୍ରାମର ଚାଷୀ ପଣ୍ଡିତ ଟପ୍ପୋ ଗରିବ ଲୋକଙ୍କୁ କୋବି ବାଣ୍ଟିଛନ୍ତି। ରବିବାର କୁତ୍ରାରେ...

ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୧୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତ ଭାଲୁଘେରା ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛି। ଭାଲୁଘେରା ଗ୍ରାମର...

ଖାଉଥିବା ବେଳେ ହାଣିଦେଲେ ସାନ ଭାଇ

ବେଗୁନିଆପଡ଼ା,୧୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଜଗତି ସାହିରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ସାନ ଭାଇର କାତି ଚୋଟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି।...

ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ...

ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ

ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର...

ଦୃଷ୍ଟି ଆଢୁଆଳରେ ପରଙ୍ଗବାସୀ

ଛେଣ୍ଡିପଦା, ୭।୧୧(ଡି.ଏନ.ଏ.) ବିନା ମୌଳିକ ସୁବିଧା, ପରିଚୟପତ୍ର ସହ ସରକାରୀ ଯୋଜନାରୁ ବାଦ୍‌ ପଡି ଜୀବନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପରଙ୍ଗ ଗ୍ରାମବାସୀ। ଜିଲା...

କୁଇଭାଷା ସାହିତ୍ୟ ସମିତିର ବାର୍ଷିକ ସମ୍ମିଳନୀ

ଫିରିଙ୍ଗିଆ,୨୭।୫-କୁଇ ଭାଷା ସାହିତ୍ୟ ସମିତି, ଓଡିଶା କୁଇଦିନା କନ୍ଧମାଳର ଚତୁର୍ଥ ବାର୍ଷିକ ସମ୍ମିଳନୀ ଫିରିଙ୍ଗିଆ ପଞ୍ଚାୟତ କଲେଜ ପାଖ କୁଇ ସମାଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week