Posted inଜାତୀୟ

ଲୋକପାଳଙ୍କ ନିକଟରେ ୫୫ ଅଭିଯୋଗ

ନୂଆଦିଲ୍ଲୀ,୨୩ା୧୦(ପି.ଟି.):ଲୋକପାଳଙ୍କ ନିକଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୫୫ଟି ଅଭିଯୋଗ କରାଯାଇଛି। ସେଥିମଧ୍ୟରୁ ୩ ଜଣ ଏମ୍‌ପିଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି।
ଦୁର୍ନୀତି ନିବାରଣ ଜଗୁଆଳି ସଂସ୍ଥା ଲୋକପାଳଙ୍କ ନିକଟରେ ଦାଖଲ କରାଯାଇଥିବା ୫୫ ଅଭିଯୋଗପତ୍ର ମଧ୍ୟରୁ ୨୨ଟି ଗ୍ରୁପ୍‌ ‘ଏ’ ଏବଂ ‘ବି’ ବର୍ଗର କେନ୍ଦ୍ରୀୟ ଅଧିକାରୀଙ୍କ ବିରୋଧରେ ରହିଛି। ସେହିପରି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପାଣ୍ଠିରେ ଚାଲୁଥିବା ବିଭିନ୍ନ ବୋର୍ଡ/ ନିଗମ/ସ୍ବୟଂଶାସିତ ସଂସ୍ଥାର ଅଧ୍ୟକ୍ଷ, ସଦସ୍ୟ ଓ କର୍ମଚାରୀଙ୍କ ବିରୋଧରେ ୨୬ ମାମଲା ରହିଛି। ୪ ଅଭିଯୋଗ ଅନ୍ୟ ବର୍ଗର ଲୋକଙ୍କ ବିରୋଧରେ ଅଛି। ପ୍ରାଥମିକ ଯାଞ୍ଚ ପରେ ୨୮ଟି ଅଭିଯୋଗକୁ ବନ୍ଦ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସେପ୍ଟେମ୍ବର ଶେଷ ସୁଦ୍ଧା ଅପ୍‌ଡେଟ୍‌ କରାଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ଦ୍ୱାରା ୧୨ ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦିଆଯାଇଥିବା ଗୋଟିଏ ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ବିଭିନ୍ନ ପଦପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ଯାଞ୍ଚ ଓ ତଦନ୍ତ ପାଇଁ ଲୋକପାଳ ଗଠନ କରାଯାଇଥିଲା। ୨୦୧୯ ମାର୍ଚ୍ଚ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‌ ପିନାକୀ ଚରଣ ଘୋଷଙ୍କୁ ଲୋକପାଳ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଏହି ଦୁର୍ନୀତି ବିରୋଧୀ ସଂସ୍ଥାର ଅନ୍ୟ ୮ ସଦସ୍ୟଙ୍କୁ ସେହିବର୍ଷ ମାର୍ଚ୍ଚ ୨୭ରେ ଜଷ୍ଟିସ୍‌ ଘୋଷ ଶପଥ ପାଠ କରାଇଥିଲେ। ଗତ ମେ’ରେ ଲୋକପାଳ ସଦସ୍ୟ ଜଷ୍ଟିସ୍‌ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ ହୋଇଥିଲା। ସେହିପରି ଜଷ୍ଟିସ୍‌ ଦିଲୀପ ବି. ଭୋସ୍‌ଲେ ଗତ ଜାନୁୟାରୀରେ ଲୋକପାଳ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
୨୦୧୯-୨୦ରେ ଲୋକପାଳ ମୋଟ ୧,୪୨୭ଟି ଅଭିଯୋଗ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬୧୩ ଅଭିଯୋଗ ରାଜ୍ୟ ସରକାରଙ୍କ ଅଧିକାରୀ, ୪ କେନ୍ଦ୍ରମନ୍ତ୍ରୀ ଓ ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି)ଙ୍କ ବିରୋଧରେ ରହିଥିବା ତଥ୍ୟରୁ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ଯେ, ୨୪୫ ଅଭିଯୋଗ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ବିରୋଧରେ ରହିଛି। ସରକାରୀ ଉଦ୍ୟୋଗ(ପିଏସ୍‌ୟୁ), ସାମ୍ବିଧାନିକ ସଂସ୍ଥା, ନ୍ୟାୟପାଳିକା ଓ କେନ୍ଦ୍ରୀୟ ସ୍ତରର ସ୍ବୟଂଶାସିତ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଅଧିକାରୀଙ୍କ ବିରୋଧରେ ୨୦୦ ଅଭିଯୋଗ ଆସିଥିବାବେଳେ ଘରୋଇ ଓ ଅନ୍ୟ ସଙ୍ଗଠନର ବ୍ୟକ୍ତିଙ୍କ ନାମରେ ୧୩୫ ଅଭିଯୋଗ କରାଯାଇଛି। ଅନୁରୂପ ଭାବେ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କ ବିରୋଧରେ ୬ ମାମଲା ଥିବାବେଳେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri