ପ୍ରଭାତ ତ୍ରିପାଠୀଙ୍କୁ ଇଡିର ୯ ଘଣ୍ଟା ଜେରା

ଭୁବନେଶ୍ୱର,୪।୬(ବ୍ୟୁରୋ): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ବେଆଇନ ଅର୍ଥ କାରବାରକୁ ନେଇ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଜେରା କରିଛି। ସେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ସିବିଆଇ ଚାର୍ଜଶିଟ୍‌ ଆଧାରରେ ଅର୍ଥତତ୍ତ୍ୱ ସଂସ୍ଥାଠାରୁ ପ୍ରଭାତ ୪୨ ଲକ୍ଷ ଟଙ୍କା ନେଇଥିଲେ। ତେଣୁ ଉକ୍ତ ଟଙ୍କା ସେ କେଉଁଠି ନିବେଶ କରିଥିଲେ, କାହାକୁ ଦେଇଥିଲେ ଏଭଳି ଅନେକ ପ୍ରସଙ୍ଗରେ ତଥ୍ୟ ହାସଲ ପାଇଁ ଇଡି ଅଧିକାରୀମାନେ ତାଙ୍କୁ ବହୁ ପ୍ରଶ୍ନ ପଚାରି ଥିବା ସୂଚନା ମିଳିଛି। ୯ ଘଣ୍ଟାର ଜେରା ପରେ ରାତି ପ୍ରାୟ ୮ଟା ୪୫ରେ ପ୍ରଭାତ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।
ସୂଚନା ଅନୁଯାୟୀ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥା ରାଜ୍ୟରେ ପ୍ରାୟ ୫୦୦ କୋଟି ଟଙ୍କା ଠକେଇ କରିଥିଲା। ୨୦୦୮ରୁ ୨୦୧୧ ମଧ୍ୟରେ ପ୍ରଭାତ ରାଜ୍ୟ କୋ-ଅପରେଟିଭ୍‌ ସଂଘର ସଭାପତି ଥିଲେ। ସେତେବେଳେ ସେ ଉକ୍ତ ସଂସ୍ଥାଠାରୁ ୪୨ଲକ୍ଷ ଟଙ୍କା ନେଇଥିଲେ। ଅର୍ଥତତ୍ତ୍ୱ ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ୨୦୧୪ ଅକ୍ଟୋବର ୩୧ରେ ସିବିଆଇ ପ୍ରଭାତଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ୨୦୧୫ ମାର୍ଚ୍ଚ ୩ରେ ପ୍ରଭାତ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ। ବେଆଇନ ଅର୍ଥ କାରବାରକୁ ନେଇ ଇଡି ନିଜ ଆଡ଼ୁ ମାମଲା ରୁଜୁ କରି ୨୦୧୭ ଅଗଷ୍ଟ ୨୯ରେ ପ୍ରଭାତଙ୍କୁ ପ୍ରଥମେ ଜେରା କରିଥିଲା। ଏହା ଭିତରେ ପ୍ରଭାତ ସିବିଆଇ ମାମଲାକୁ ରଦ୍ଦ କରିବାକୁ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ହେଲେ ହାଇକୋର୍ଟ ୨୦୨୧ ଡିସେମ୍ବର ୧୭ରେ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ସିବିଆଇ ତଦନ୍ତ କରୁଥିବାବେଳେ ଇଡ଼ି ନିଜ ଆଡ଼ୁ ମାମଲା ରୁଜୁ କରି ଅର୍ଥ କାରବାରର ଖୋଳତାଡ଼ ଜାରି ରଖିଛି। ପ୍ରଭାତଙ୍କୁ ପୂର୍ବରୁ ଇଡି ଥରେ ଜେରା କରିଥିବାବେଳେ ପୁଣିଥରେ ହାଜର ହେବାକୁ ନୋଟିସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri