ପ୍ରଭାତ ତ୍ରିପାଠୀଙ୍କୁ ଇଡିର ୯ ଘଣ୍ଟା ଜେରା

ଭୁବନେଶ୍ୱର,୪।୬(ବ୍ୟୁରୋ): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ବେଆଇନ ଅର୍ଥ କାରବାରକୁ ନେଇ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଜେରା କରିଛି। ସେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ସିବିଆଇ ଚାର୍ଜଶିଟ୍‌ ଆଧାରରେ ଅର୍ଥତତ୍ତ୍ୱ ସଂସ୍ଥାଠାରୁ ପ୍ରଭାତ ୪୨ ଲକ୍ଷ ଟଙ୍କା ନେଇଥିଲେ। ତେଣୁ ଉକ୍ତ ଟଙ୍କା ସେ କେଉଁଠି ନିବେଶ କରିଥିଲେ, କାହାକୁ ଦେଇଥିଲେ ଏଭଳି ଅନେକ ପ୍ରସଙ୍ଗରେ ତଥ୍ୟ ହାସଲ ପାଇଁ ଇଡି ଅଧିକାରୀମାନେ ତାଙ୍କୁ ବହୁ ପ୍ରଶ୍ନ ପଚାରି ଥିବା ସୂଚନା ମିଳିଛି। ୯ ଘଣ୍ଟାର ଜେରା ପରେ ରାତି ପ୍ରାୟ ୮ଟା ୪୫ରେ ପ୍ରଭାତ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।
ସୂଚନା ଅନୁଯାୟୀ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ସଂସ୍ଥା ରାଜ୍ୟରେ ପ୍ରାୟ ୫୦୦ କୋଟି ଟଙ୍କା ଠକେଇ କରିଥିଲା। ୨୦୦୮ରୁ ୨୦୧୧ ମଧ୍ୟରେ ପ୍ରଭାତ ରାଜ୍ୟ କୋ-ଅପରେଟିଭ୍‌ ସଂଘର ସଭାପତି ଥିଲେ। ସେତେବେଳେ ସେ ଉକ୍ତ ସଂସ୍ଥାଠାରୁ ୪୨ଲକ୍ଷ ଟଙ୍କା ନେଇଥିଲେ। ଅର୍ଥତତ୍ତ୍ୱ ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ କରିଥିଲା। ୨୦୧୪ ଅକ୍ଟୋବର ୩୧ରେ ସିବିଆଇ ପ୍ରଭାତଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ୨୦୧୫ ମାର୍ଚ୍ଚ ୩ରେ ପ୍ରଭାତ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ। ବେଆଇନ ଅର୍ଥ କାରବାରକୁ ନେଇ ଇଡି ନିଜ ଆଡ଼ୁ ମାମଲା ରୁଜୁ କରି ୨୦୧୭ ଅଗଷ୍ଟ ୨୯ରେ ପ୍ରଭାତଙ୍କୁ ପ୍ରଥମେ ଜେରା କରିଥିଲା। ଏହା ଭିତରେ ପ୍ରଭାତ ସିବିଆଇ ମାମଲାକୁ ରଦ୍ଦ କରିବାକୁ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲେ। ହେଲେ ହାଇକୋର୍ଟ ୨୦୨୧ ଡିସେମ୍ବର ୧୭ରେ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ସିବିଆଇ ତଦନ୍ତ କରୁଥିବାବେଳେ ଇଡ଼ି ନିଜ ଆଡ଼ୁ ମାମଲା ରୁଜୁ କରି ଅର୍ଥ କାରବାରର ଖୋଳତାଡ଼ ଜାରି ରଖିଛି। ପ୍ରଭାତଙ୍କୁ ପୂର୍ବରୁ ଇଡି ଥରେ ଜେରା କରିଥିବାବେଳେ ପୁଣିଥରେ ହାଜର ହେବାକୁ ନୋଟିସ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଓଲିଉଡ ଅଭିନେତା ବାବୁଶାନ ବୁଧବାର ଭୁବନେଶ୍ୱରରେ ପହଞ୍ଚଛନ୍ତି। ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ବାବୁଶାନ କେବେ ଫେରିବେ ତାହା ଉପରେ ସମସ୍ତଙ୍କ...

ଚାଉଳ ବୋଝେଇ ଟ୍ରକକୁ ଧରିଲା ପୋଲିସ

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟାରୁ ଏକ ଚାଉଳ ବୋଝେଇ ଟ୍ରକକୁ(ନଂ. ଓଡି୧୫ସି-୪୦୬୨) ଲୋଇସିଂହା ପୋଲିସ ଶୁକ୍ରବାର ଜବତ କରିଛି। ହରଭଙ୍ଗା...

ସ୍କୁଲ ଯିବାକୁ ଛାତ୍ରୀଛାତ୍ରଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ: ୭୫% ଉପସ୍ଥାନ ଥିଲେ ବର୍ଷକୁ ମିଳିବ ୬ ହଜାର

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ବନ୍ଦ କରାଯିବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ତେବେ ବନ୍ଦ ହୋଇଥିବା ସ୍କୁଲର...

ଆଗୁଆ ନିର୍ବାଚନ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୧୫।୮(ବ୍ୟୁରୋ):ରାଜ୍ୟ ରାଜନୀତିରେ କିଛିଦିନ ହେବ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ନିକଟରେ ଓଡିଶା ଗସ୍ତରେ...

ମିଳିଲା ଜାମିନ, ହେଲେ ଜେଲ୍‌ରେ ମୁକୁଳି ପାରିବେନି

କଟକ ଅଫିସ,୧୮।୧୨ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ସହିତ ଅନ୍ୟ ଦୁଇଟି ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି...

ଓଡ଼ିଶା ହାଇକୋର୍ଟରେ ୩ ବିଚାରପତି ନିଯୁକ୍ତ

କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟ ପାଇଁ ୩ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଭି. ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଏବଂ ରମଣ...

ଜୁଲାଇ ମାସରେ ହୋଇଥାନ୍ତା ବାହାଘର: ରିପୋର୍ଟ ଆସିଲା ପଜିଟିଭ୍‌

ସିଂହପୁର,୨୫।୬-ବିଞ୍ଝାରପୁର ବ୍ଲକ ଜରୀ ପଞ୍ଚାୟତରେ ଗୁରୁବାର ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଦିଲ୍ଲୀ ଫେରନ୍ତା ୩୨ ବର୍ଷିୟ...

ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩ା୭(ବ୍ୟୁରୋ): ଆଇଜି (ଅପରେଶନ) ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏନେଇ ଗୁରୁବାର ଗୃହ ବିଭାଗ...

Advertisement
Archives

Model This Week