ମୂଳ ଡାକ୍ତର ପଦର ୫୩ ଭାଗ ଖାଲି

ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ ପ୍ରାୟ ୫୩ ପ୍ରତିଶତ ଡାକ୍ତର ନାହାନ୍ତି। ଜିଲାର ମୁଖ୍ୟ ଡାକ୍ତରଖାନା, ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ୬ଟି ଗୋଷ୍ଠି ଡାକ୍ତରଖାନା ଓ ପ୍ରାଥମିକ ଡାକ୍ତରଖାନାଗୁଡିକରେ ଡାକ୍ତରଙ୍କ ଅଭାବ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା, ମାତ୍ର ଜିଲା କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ। ସୁବର୍ଣ୍ଣପୁର ଜିଲାରେ ମୋଟ ୧୫୨ ଡାକ୍ତର ପଦବିରୁ ୮୦ଡାକ୍ତର ପଦ ଖାଲି ପଡିଛି। ଡାକ୍ତରଖାନାରେ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ସୁବର୍ଣ୍ଣପୁର ଜିଲା ସମେତ ବୌଦ୍ଧ ଜିଲାର ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ରୋଗୀଙ୍କର ବର୍ହିଃବିଭାଗ ଚିକିତ୍ସା କରାଯାଇଥାଏ। ହେଲେ ଏହି ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି । ରୋଗୀଙ୍କ ପାଇଁ ସିଟି ସ୍କାନ ବ୍ୟବସ୍ଥା ନାହିଁ । ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌(ଆଇସିୟୁ) ନ ଥିବା ବେଳେ ଭେଣ୍ଟିଲେଟର ନାହିଁ । ୫୮ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୨୬ ଡାକ୍ତର ପଦବୀ ଖାଲି ପଡିଛି । ଏପରି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ରୋଗୀଙ୍କୁ କଟକ, ଭୁବନେଶ୍ୱର, ବୁର୍ଲା ଓ ବଲାଙ୍ଗୀର ରେଫର କରୁଥିବା ଅଭିଯୋଗ ହେଉଛି ।
ଜିଲାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ମିଶାଇ ୨୭ଟି ଡାକ୍ତରଖାନା ଅଛି। ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ନାଇକେନପାଲି, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଜନିତ ସମସ୍ୟା ଲାଗିରହିଛି । ଜିଲାରେ ଡାକ୍ତର ମାନଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟସେବା ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଆଦବରଙ୍କୁ ଡୁଙ୍ଗୁରିପାଲି ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଓ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ) ପଦ ଖାଲି ପଡିଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ନବ କିଶୋର ବେହେରାଙ୍କୁ ସରକାର ନିଲମ୍ବନ କରିଥିବା ବେଳେ ଏହି ପଦରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନି। ଜିଲା ମୁଖ୍ୟ ଡାକ୍ତରଖାନାରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ନିଶ୍ଚେତକ, ଅସ୍ଥିଶଲ୍ୟ, ଇଏନଟି(କାନ, ନାକ ଓ ଗଳା), ସର୍ଜରୀ, ଭେଷଜ, ପାଥୋଲୋଜି, ମାନସିକ ରୋଗ, ହୃଦ୍‌ରୋଗ ଓ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସମେତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲା ରକ୍ତ ଭଣ୍ଡାର ଅଧିକାରୀ ନାହାନ୍ତି। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ସୁବର୍ଣ୍ଣପୁରରୁ ଦରମା ପାଉଥିବା ବେଳେ ସରକାରଙ୍କ ଆଦେଶକ୍ରମେ ନୟାଗଡରେ କାମ କରୁଛନ୍ତି। ସେହିପରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କ୍ଷୀରୋଦ କୁମାର ମିଶ୍ରଙ୍କୁ ତରଭା ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ଜିଲାରେ ୭ ଜଣ ଦନ୍ତ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ ଜଣଙ୍କୁ ନିଯୁକ୍ତି ମିଳିଛି। ବିନିକା ସିଏଚ୍‌ସିରେ ୧୩ ଡାକ୍ତରରୁ ୧୨ ପଦ ଖାଲି ଅଛି। ତରଭାରେ ୧୫ରୁ ୧୦ ଡାକ୍ତର ପଦ ଖାଲି ପଡିଛି। ଉଲୁଣ୍ଡାରେ ଡାକ୍ତରଖାନା ଅଧୀକ୍ଷକ, ଭେଷଜ, ସର୍ଜରୀ ବିଶେଷଜ୍ଞ, ଡୁଙ୍ଗୁରିପାଲିରେ ଡାକ୍ତରଖାନା ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି, ଭେଷଜ ଏବଂ ସର୍ଜରୀ ବିଶେଷଜ୍ଞ ପଦବି ଖାଲି ପଡିଛି। ବୀରମହାରାଜପୁର ଡାକ୍ତରଖାନାରେ ଶିଶୁ, ଭେଷଜ, ଆନାସ୍ଥେସିଆ, ପାଥୋଲୋଜି ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବି ଖାଲି ପଡିଛି। ନାଇକେନପାଲି ସିଏଚ୍‌ସିରେ ମୋଟ ୧୩ ଡାକ୍ତର ପଦବିରୁ ୯ ପଦ ଖାଲି ଅଛି । ସେହିଭଳି ଜିଲାର ହରିହରଯୋର, ମହାଦେବପାଲି ଓ ହରଡଖୋଲ ଡାକ୍ତରଖାନା ଡାକ୍ତର ଶୂନ୍ୟ ରହିଛି। ଗୁଳି ମାଡରେ ନବ ଦାସଙ୍କ ମୃତ୍ୟୁ ପରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ଜିଲାର ସ୍ବାସ୍ଥ୍ୟବସ୍ଥା ଏବଂ ଡାକ୍ତର ସମସ୍ୟା କେତେକାଂଶରେ ଦୂର ହେବ ବୋଲି ଜିଲାବାସୀ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?