ମୂଳ ଡାକ୍ତର ପଦର ୫୩ ଭାଗ ଖାଲି

ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ ପ୍ରାୟ ୫୩ ପ୍ରତିଶତ ଡାକ୍ତର ନାହାନ୍ତି। ଜିଲାର ମୁଖ୍ୟ ଡାକ୍ତରଖାନା, ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ୬ଟି ଗୋଷ୍ଠି ଡାକ୍ତରଖାନା ଓ ପ୍ରାଥମିକ ଡାକ୍ତରଖାନାଗୁଡିକରେ ଡାକ୍ତରଙ୍କ ଅଭାବ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା, ମାତ୍ର ଜିଲା କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ। ସୁବର୍ଣ୍ଣପୁର ଜିଲାରେ ମୋଟ ୧୫୨ ଡାକ୍ତର ପଦବିରୁ ୮୦ଡାକ୍ତର ପଦ ଖାଲି ପଡିଛି। ଡାକ୍ତରଖାନାରେ ରଙ୍ଗ ମାରିଦେଇ ନୂଆ ରୂପ ଦିଆ ଯାଉଥିଲେ ମଧ୍ୟ ବାସ୍ତବତା ହେଲା ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି ।
ସୁବର୍ଣ୍ଣପୁର ଜିଲା ସମେତ ବୌଦ୍ଧ ଜିଲାର ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ବହୁ ଆଶା ଓ ବିଶ୍ୱାସ ନେଇ ଆସୁଛନ୍ତି। ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ରୋଗୀଙ୍କର ବର୍ହିଃବିଭାଗ ଚିକିତ୍ସା କରାଯାଇଥାଏ। ହେଲେ ଏହି ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି । ରୋଗୀଙ୍କ ପାଇଁ ସିଟି ସ୍କାନ ବ୍ୟବସ୍ଥା ନାହିଁ । ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌(ଆଇସିୟୁ) ନ ଥିବା ବେଳେ ଭେଣ୍ଟିଲେଟର ନାହିଁ । ୫୮ଜଣ ଡାକ୍ତରଙ୍କ ଆବଶ୍ୟକ ଥିବା ବେଳେ ୨୬ ଡାକ୍ତର ପଦବୀ ଖାଲି ପଡିଛି । ଏପରି ସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତରମାନେ ରୋଗୀଙ୍କୁ କଟକ, ଭୁବନେଶ୍ୱର, ବୁର୍ଲା ଓ ବଲାଙ୍ଗୀର ରେଫର କରୁଥିବା ଅଭିଯୋଗ ହେଉଛି ।
ଜିଲାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ମିଶାଇ ୨୭ଟି ଡାକ୍ତରଖାନା ଅଛି। ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ନାଇକେନପାଲି, ତରଭା, ଉଲୁଣ୍ଡା, ବିନିକା ଓ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଜନିତ ସମସ୍ୟା ଲାଗିରହିଛି । ଜିଲାରେ ଡାକ୍ତର ମାନଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟସେବା ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି। ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ କୁମାର ଆଦବରଙ୍କୁ ଡୁଙ୍ଗୁରିପାଲି ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଓ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(କୁଷ୍ଠ) ପଦ ଖାଲି ପଡିଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ନବ କିଶୋର ବେହେରାଙ୍କୁ ସରକାର ନିଲମ୍ବନ କରିଥିବା ବେଳେ ଏହି ପଦରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନି। ଜିଲା ମୁଖ୍ୟ ଡାକ୍ତରଖାନାରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ନିଶ୍ଚେତକ, ଅସ୍ଥିଶଲ୍ୟ, ଇଏନଟି(କାନ, ନାକ ଓ ଗଳା), ସର୍ଜରୀ, ଭେଷଜ, ପାଥୋଲୋଜି, ମାନସିକ ରୋଗ, ହୃଦ୍‌ରୋଗ ଓ କିଡ୍‌ନୀ ରୋଗ ବିଶେଷଜ୍ଞଙ୍କ ସମେତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲା ରକ୍ତ ଭଣ୍ଡାର ଅଧିକାରୀ ନାହାନ୍ତି। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅରବିନ୍ଦ ମହାପାତ୍ର ସୁବର୍ଣ୍ଣପୁରରୁ ଦରମା ପାଉଥିବା ବେଳେ ସରକାରଙ୍କ ଆଦେଶକ୍ରମେ ନୟାଗଡରେ କାମ କରୁଛନ୍ତି। ସେହିପରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କ୍ଷୀରୋଦ କୁମାର ମିଶ୍ରଙ୍କୁ ତରଭା ସିଏଚ୍‌ସିରେ ଅବସ୍ଥାପିତ କରାଯାଇଛି। ଜିଲାରେ ୭ ଜଣ ଦନ୍ତ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ ଜଣଙ୍କୁ ନିଯୁକ୍ତି ମିଳିଛି। ବିନିକା ସିଏଚ୍‌ସିରେ ୧୩ ଡାକ୍ତରରୁ ୧୨ ପଦ ଖାଲି ଅଛି। ତରଭାରେ ୧୫ରୁ ୧୦ ଡାକ୍ତର ପଦ ଖାଲି ପଡିଛି। ଉଲୁଣ୍ଡାରେ ଡାକ୍ତରଖାନା ଅଧୀକ୍ଷକ, ଭେଷଜ, ସର୍ଜରୀ ବିଶେଷଜ୍ଞ, ଡୁଙ୍ଗୁରିପାଲିରେ ଡାକ୍ତରଖାନା ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି, ଭେଷଜ ଏବଂ ସର୍ଜରୀ ବିଶେଷଜ୍ଞ ପଦବି ଖାଲି ପଡିଛି। ବୀରମହାରାଜପୁର ଡାକ୍ତରଖାନାରେ ଶିଶୁ, ଭେଷଜ, ଆନାସ୍ଥେସିଆ, ପାଥୋଲୋଜି ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବି ଖାଲି ପଡିଛି। ନାଇକେନପାଲି ସିଏଚ୍‌ସିରେ ମୋଟ ୧୩ ଡାକ୍ତର ପଦବିରୁ ୯ ପଦ ଖାଲି ଅଛି । ସେହିଭଳି ଜିଲାର ହରିହରଯୋର, ମହାଦେବପାଲି ଓ ହରଡଖୋଲ ଡାକ୍ତରଖାନା ଡାକ୍ତର ଶୂନ୍ୟ ରହିଛି। ଗୁଳି ମାଡରେ ନବ ଦାସଙ୍କ ମୃତ୍ୟୁ ପରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ତେଣୁ ଜିଲାର ସ୍ବାସ୍ଥ୍ୟବସ୍ଥା ଏବଂ ଡାକ୍ତର ସମସ୍ୟା କେତେକାଂଶରେ ଦୂର ହେବ ବୋଲି ଜିଲାବାସୀ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ସାନିଟାଇଜର ବାଣ୍ଟିଲା ବନ୍ଧନବ୍ୟାଙ୍କ

ଭଦ୍ରକ ଅଫିସ,୨୧।୪: ବନ୍ଧନ ବ୍ୟାଙ୍କ ପକ୍ଷରୁ ଜିଲାପ୍ରଶାସନକୁ ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ପ୍ରଦାନ କରାଯାଇଛି। ଜିଲାପାଳ, ବ୍ୟାଙ୍କ ଶାଖା ପରିଚାଳକ ଓ ଅନ୍ୟ କର୍ମଚାରୀଙ୍କ...

ରାଜଧାନୀରୁ ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

କଟକ ରୋଡ଼,୧୦।୯(ଡି.ଏନ୍‌.ଏ): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ମଙ୍ଗଳବାର ରାଜଧାନୀ କିଟ୍‌ ଛକରେ ଚଢ଼ାଉକରି ଜଣେ ବ୍ରାଉନ୍‌ସୁଗାର ବ୍ୟବବସାୟୀଙ୍କୁ ଗିରଫ କରିଛି। ସେ ହେଲେ...

କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ମିଳୁନି ପ୍ରୋତ୍ସାହନ: ଦୁର୍ଦ୍ଦିନରେ କୁମ୍ଭକାର ପରିବାର

(ରାମକୃଷ୍ଣ ସାହୁ) କନିଷି,୩୦ା୫(ଡି.ଏନ.ଏ.)- ବର୍ତ୍ତମାନ ସମୟରେ ମାଟିପାତ୍ରର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବାକୁ ବସିଲାଣି। ଏହାର ସ୍ଥାନ ନେଇଛି ଷ୍ଟିଲ ଓ ପ୍ଲାଷ୍ଟିକ ବାସନକୁଶନ। ଏଭଳି...

ନାବାଳିକା ଝିଆରୀକୁ ବଳାତ୍କାର: ଥାନାରେ ଅଭିଯୋଗ, ଅଭିଯୁକ୍ତ ମଉସା ଗିରଫ, ସହଯୋଗ କରିବା ଅଭିଯୋଗରେ ମାଉସୀ ବି ଗିରଫ

ରାଉରକେଲା ଅଫିସ, ୪।୧୨: ତମାମ ଦେଶରେ ବଳାତ୍କାରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ବୁଧବାର ରାଉରକେଲାରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା...

ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ: ଓହ୍ଲାଇଲେ ୬୦୦

ଚୌଦ୍ୱାର,୧୭।୫(ଡି.ଏନ.ଏ.)-କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ରବିବାର ଅପରାହ୍ନ ୪ଟାରେ ଶ୍ରମିକ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଆସି ପହଞ୍ଚିଛି। ଅହମ୍ମଦାବାଦରୁ ଯାଜପୁର ଟାଉନ ଆସିଥିବା ଏହି ଟ୍ରେନରେ...

ଜଣଙ୍କୁ ଦଳିଦେଲା ହାତୀ, ଆଉ ଜଣେ ଆହତ

କେନ୍ଦୁଝର,୧୭ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଞ୍ଚଳରେ କିଛି ଦିନ ହେଲା ଏକ ଗୋଠଛଡ଼ା ଦନ୍ତା ଉପଦ୍ରବ କରୁଛି। ଦୁଇ ଦିନରେ ସଦର ରେଞ୍ଜର ଦୁଇଟି ସ୍ଥାନରେ...

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ...

ଧାନ ଉଠାଣ ଦାବିରେ ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୫।୬: ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ଏପର୍ଯ୍ୟନ୍ତ ଜିଲାର...

Advertisement
Archives

Model This Week