ମରଣଯନ୍ତା ପାଲଟିଛି ୫୩ ନଂ.ଏନଏଚ୍‌

ଯାଜପୁର ଅଫିସ,୬।୫:  ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଇଛି। ବିଭିନ୍ନ ବିଭାଗର ସହଯୋଗରେ ହୋଇଥିବା ଏହି ସପ୍ତାହ ପାଳନ ପରେ ଉତ୍ସାହଜନକ ସଫଳତା ମିଳିଛି। ଏହି ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ୧୨୫୭ଟି ମାମଲା ଏବଂ ପୋଲିସ ପକ୍ଷରୁ ୧୩୩ ମାମଲା ରୁଜୁ କରାଯାଇଛି। ଏହି କ୍ରମରେ ମଦ୍ୟପାନ କରି ଡ୍ରାଇଭିଂ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ବୋଲି ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଇଛି। ଏହାସହ ମଦ୍ୟପ ଚାଳକଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡବିଧାନ କରିବାକୁ ବାଣିଜ୍ୟ ଏବଂ ପରିବହନ ବିଭାଗର ସଚିବ ଉଷା ପାଢୀ କଟକ ଡିଜିଙ୍କୁ ପତ୍ର ଲେଖିଛନ୍ତି। କିନ୍ତୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ତ୍ରୁଟି, ବିଳମ୍ବ ଓ ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ମଧ୍ୟ ଦୁର୍ଘଟଣା ପାଇଁ ଅନ୍ୟତମ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଠାରେ ଯାଜପୁର ଜିଲା ଚଣ୍ଡିଖୋଲଠାରୁ ତାଳଚେର ପର୍ଯ୍ୟନ୍ତ ନିର୍ମାଣାଧୀନ ୫୩ନଂ. ଜାତୀୟ ରାଜପଥକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶା ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଆଦୌ ମାନୁ ନାହାନ୍ତି ା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ଖାଲ ଖମାରରେ ଭର୍ତ୍ତି ରାସ୍ତା ଲୋକଙ୍କ ଜୀବନ ନେଉଛି ା ବିଶେଷକରି ଯାଜପୁର ଜିଲା ଏହି କାରଣରୁ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ଭାବେ ପରିଗଣିତ ହୋଇଛି ା ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନୁଷ୍ଠିତ ବୈଠକରେ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି। କିନ୍ତୁ ବୈଠକରେ ଉପସ୍ଥିତ ରହି ନିର୍ଦ୍ଦିଷ୍ଟ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁ ନିରୀହ ଜୀବନ ଦୁର୍ଘଟଣାରେ ଚାଲି ଯାଉଛି ବୋଲି ମତ ପ୍ରକାଶ ପାଇଛି ା
ସଂପ୍ରତି ଚଣ୍ଡିଖୋଲ-ତାଳଚେର ୫୩ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ା ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ଅନେକ କୋଟି ଟଙ୍କା ବ୍ୟୟବରାଦ କରି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ା ଏହି କ୍ରମରେ ଗତ ପ୍ରାୟ ୫ ବର୍ଷ ହେବ ଚଣ୍ଡିଖୋଲ ଠାରୁ ତାଳଚେର ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାର ଭର୍ତ୍ତି ହୋଇ ପଡିଛି। ଏପରିକି କେତେକାଂଶରେ ରାସ୍ତା ଠିକ ଥିବାବେଳେ ହଠାତ ବଡ ବଡ ଗର୍ତ୍ତ ହୋଇଛି। ଡ୍ରାଇଭର ଏହାକୁ ଜାଣି ନ ପାରି ହଠାତ୍‌ ଗର୍ତ୍ତରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର କାମାକ୍ଷାନଗର ବାଇପାସ୍‌ ରାସ୍ତା ନିକଟ ପୁରୁଣା ଆଳତୁମା ଛକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ନ ଦେଖିଲା ଲୋକ କେବେ ବିଶ୍ୱାସ କରି ପାରିବେ ନାହିଁ। ବାଇକ୍‌ ଠାରୁ ଆରମ୍ଭ କରି କାର, ଟ୍ରକ ଚାଳକମାନେ ମଧ୍ୟ ସେଠାରେ ବିପଦରେ ପଡୁଛନ୍ତି। ମାସକରେ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ଗତ କିଛି ଦିନ ତଳେ ଅଞ୍ଚଳବାସୀ ସେଠାରେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଆପଣାଇଥିବା ସୂଚନା ମିଳିଛି। ଏହାବାଦ୍‌ ଚଣ୍ଡିଖୋଲଠାରୁ ଡୁବୁରୀ ପର୍ଯ୍ୟନ୍ତ ମଧ୍ୟ ଶତାଧିକ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ା ଏହିସବୁ କାରଣ ପାଇଁ ସାଧାରଣ ଲୋକଙ୍କ ଜୀବନସୁରକ୍ଷା ନିରାପଦ ହେବା ସ୍ଥଳରେ ରାଜପଥ ମରଣପଥ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ା ତେଣୁ ମଦ୍ୟପ ଚାଳକଙ୍କ ସହ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଅନୁରୂପ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri