ମରଣଯନ୍ତା ପାଲଟିଛି ୫୩ ନଂ.ଏନଏଚ୍‌

ଯାଜପୁର ଅଫିସ,୬।୫:  ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଲକ୍ଷ୍ୟ ନେଇ ସୁପ୍ରିମକୋର୍ଟ କମିଟି ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରଯାଉଛି। ଏପ୍ରିଲ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଇଛି। ବିଭିନ୍ନ ବିଭାଗର ସହଯୋଗରେ ହୋଇଥିବା ଏହି ସପ୍ତାହ ପାଳନ ପରେ ଉତ୍ସାହଜନକ ସଫଳତା ମିଳିଛି। ଏହି ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ୧୨୫୭ଟି ମାମଲା ଏବଂ ପୋଲିସ ପକ୍ଷରୁ ୧୩୩ ମାମଲା ରୁଜୁ କରାଯାଇଛି। ଏହି କ୍ରମରେ ମଦ୍ୟପାନ କରି ଡ୍ରାଇଭିଂ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ବୋଲି ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଦୃଢୋକ୍ତି ପ୍ରକାଶ ପାଇଛି। ଏହାସହ ମଦ୍ୟପ ଚାଳକଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡବିଧାନ କରିବାକୁ ବାଣିଜ୍ୟ ଏବଂ ପରିବହନ ବିଭାଗର ସଚିବ ଉଷା ପାଢୀ କଟକ ଡିଜିଙ୍କୁ ପତ୍ର ଲେଖିଛନ୍ତି। କିନ୍ତୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ତ୍ରୁଟି, ବିଳମ୍ବ ଓ ଅବହେଳା ଏବଂ ନିମ୍ନମାନର କାର୍ଯ୍ୟ ମଧ୍ୟ ଦୁର୍ଘଟଣା ପାଇଁ ଅନ୍ୟତମ କାରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏଠାରେ ଯାଜପୁର ଜିଲା ଚଣ୍ଡିଖୋଲଠାରୁ ତାଳଚେର ପର୍ଯ୍ୟନ୍ତ ନିର୍ମାଣାଧୀନ ୫୩ନଂ. ଜାତୀୟ ରାଜପଥକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶା ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଆଦୌ ମାନୁ ନାହାନ୍ତି ା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ଖାଲ ଖମାରରେ ଭର୍ତ୍ତି ରାସ୍ତା ଲୋକଙ୍କ ଜୀବନ ନେଉଛି ା ବିଶେଷକରି ଯାଜପୁର ଜିଲା ଏହି କାରଣରୁ ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲା ଭାବେ ପରିଗଣିତ ହୋଇଛି ା ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନୁଷ୍ଠିତ ବୈଠକରେ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି। କିନ୍ତୁ ବୈଠକରେ ଉପସ୍ଥିତ ରହି ନିର୍ଦ୍ଦିଷ୍ଟ ପ୍ରସ୍ତାବଗୁଡିକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁ ନିରୀହ ଜୀବନ ଦୁର୍ଘଟଣାରେ ଚାଲି ଯାଉଛି ବୋଲି ମତ ପ୍ରକାଶ ପାଇଛି ା
ସଂପ୍ରତି ଚଣ୍ଡିଖୋଲ-ତାଳଚେର ୫୩ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ା ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ଅନେକ କୋଟି ଟଙ୍କା ବ୍ୟୟବରାଦ କରି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ା ଏହି କ୍ରମରେ ଗତ ପ୍ରାୟ ୫ ବର୍ଷ ହେବ ଚଣ୍ଡିଖୋଲ ଠାରୁ ତାଳଚେର ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାର ଭର୍ତ୍ତି ହୋଇ ପଡିଛି। ଏପରିକି କେତେକାଂଶରେ ରାସ୍ତା ଠିକ ଥିବାବେଳେ ହଠାତ ବଡ ବଡ ଗର୍ତ୍ତ ହୋଇଛି। ଡ୍ରାଇଭର ଏହାକୁ ଜାଣି ନ ପାରି ହଠାତ୍‌ ଗର୍ତ୍ତରେ ପଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର କାମାକ୍ଷାନଗର ବାଇପାସ୍‌ ରାସ୍ତା ନିକଟ ପୁରୁଣା ଆଳତୁମା ଛକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ରାସ୍ତା ଅବସ୍ଥା ଏପରି ହୋଇଛି ଯେ, ନ ଦେଖିଲା ଲୋକ କେବେ ବିଶ୍ୱାସ କରି ପାରିବେ ନାହିଁ। ବାଇକ୍‌ ଠାରୁ ଆରମ୍ଭ କରି କାର, ଟ୍ରକ ଚାଳକମାନେ ମଧ୍ୟ ସେଠାରେ ବିପଦରେ ପଡୁଛନ୍ତି। ମାସକରେ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ଗତ କିଛି ଦିନ ତଳେ ଅଞ୍ଚଳବାସୀ ସେଠାରେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଆପଣାଇଥିବା ସୂଚନା ମିଳିଛି। ଏହାବାଦ୍‌ ଚଣ୍ଡିଖୋଲଠାରୁ ଡୁବୁରୀ ପର୍ଯ୍ୟନ୍ତ ମଧ୍ୟ ଶତାଧିକ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ସାଧିତ ହେବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ା ଏହିସବୁ କାରଣ ପାଇଁ ସାଧାରଣ ଲୋକଙ୍କ ଜୀବନସୁରକ୍ଷା ନିରାପଦ ହେବା ସ୍ଥଳରେ ରାଜପଥ ମରଣପଥ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ା ତେଣୁ ମଦ୍ୟପ ଚାଳକଙ୍କ ସହ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଅନୁରୂପ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri