Posted inଜାତୀୟ

ଗୁଣବତ୍ତା ଯାଞ୍ଚରେ ୫୩ ଔଷଧ ଫେଲ୍‌: ପାରାସିଟାମୋଲ, କ୍ଲାଭମ୍‌ ୬୨୫, ପାନ୍‌ ଡି’କୁ ନେଇ ବଢ଼ିଲା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୨୬ା୯:ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ) ଏହାର ସଦ୍ୟତମ ମାସିକ ଡ୍ରଗ୍‌ ଆଲର୍ଟ ଲିଷ୍ଟରେ ପାରାସିଟାମୋଲ ସମେତ ୫୩ ଔଷଧକୁ ‘ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ୱାଲିଟି(ଏନ୍‌ଏସ୍‌କ୍ୟୁ) ଆଲର୍ଟ’ ଭାବେ ବର୍ଗୀକୃତ କରିଛି। କାରଣ ଯାଞ୍ଚ ବେଳେ ଏହି ୫୩ ଔଷଧ ଗୁଣବତ୍ତା ମାନକଯୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ସେହିପରି ଆଣ୍ଟିବାୟୋଟିକ୍‌ କ୍ଲାଭମ୍‌ ୬୨୫ ଏବଂ ପାନ୍‌ ଡି’କୁ ମଧ୍ୟ ବିଷାକ୍ତ ଶ୍ରେଣୀରେ ରଖାଯାଇଛି। ଉକ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କ ମନରେ ଔଷଧକୁ ନେଇ ସୁରକ୍ଷା ଚିନ୍ତା ବଢ଼ିଯାଇଛି।

ଭାରତର ଡ୍ରଗ୍‌ ନିୟନ୍ତ୍ରକଙ୍କ ଦ୍ୱାରା କରାଯାଇଥିବା ଗୁଣବତ୍ତା ଯାଞ୍ଚରେ କ୍ୟାଲ୍‌ସିୟମ ଓ ଭିଟାମିନ୍‌ ଡି୩ ସପ୍ଲିମେଣ୍ଟ, ଆଣ୍ଟି-ଡାଇବେଟିକ୍‌ ପିଲ୍ସ ଓ ଉଚ୍ଚ ରକ୍ତଚାପ ପାଇଁ ସେବନ କରାଯାଉଥିବା ମେଡିସିନ୍‌ ସମେତ ୫୦ରୁ ଊର୍ଦ୍ଧ୍ୱ ଔଷଧ ଫେଲ୍‌ ହୋଇଛି। ସିଡିଏସ୍‌ସିଓ ପକ୍ଷରୁ ପ୍ରକାଶିତ ସଦ୍ୟ ମାସିକ ଡ୍ରଗ୍‌ ଆଲର୍ଟରେ ଏହି ଔଷଧଗୁଡ଼ିକର ଗୁଣବତ୍ତା ଉପଯୁକ୍ତ ମାନର ହୋଇ ନ ଥିବା ଦର୍ଶାଯାଇଛି। ବଜାରରେ ସର୍ବାଧିକ ବିକ୍ରି ହେଉଥିବା ଭିଟାମିନ୍‌ ସି ଏବଂ ଡି୩ ଟାବ୍‌ଲେଟ୍‌ ଶେଲ୍‌କାଲ, ଭିଟାମିନ୍‌ ବି କମ୍ପ୍ଲେକ୍ସ ଏବଂ ଭିଟାଭିନ୍‌ ସି ସଫ୍ଟଜେଲ, ଆଣ୍ଟାସିଡ୍‌ ପାନ୍‌-ଡି, ପାରାସିଟାମୋଲ୍‌ ଟାବ୍‌ଲେଟ୍‌ ଆଇପି ୫୦୦ ଏମ୍‌ଜି, ମଧୁମେହ ନିରୋଧୀ ଔଷଧ ଗ୍ଲିମେପିରିଡେ, ଉଚ୍ଚ ରକ୍ତଚାପ ଔଷଧ ଟେଲ୍‌ମିସାର୍ଟନ ଭଳି ଅନେକ ଔଷଧ ଗୁଣବତ୍ତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିବା ଡ୍ରଗ୍‌ ନିୟନ୍ତ୍ରକ କହିଛି। ଏହି ଔଷଧଗୁଡ଼ିକର ନିର୍ମାତା ହେଲେ ହେଟେରୋ ଡ୍ରଗ୍ସ, ଆଲ୍‌କେମ ଲାବୋରେଟୋରିଜ୍‌, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍‌ ଲିମିଟେଡ୍‌ (ଏଚ୍‌ଏଏଲ୍‌), କର୍ନାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ୍‌ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌, ମେଗ୍‌ ଲାଇଫ୍‌ସାଇନ୍ସେସ୍‌, ପିଓର୍‌ ଆଣ୍ଡ୍‌ କିଓର ହେଲ୍‌ଥ ଭଳି ନାମୀ କମ୍ପାନୀ।

ପେଟବ୍ୟଥା ଇନ୍‌ଫେକ୍ସନ ଚିକିତ୍ସା ପାଇଁ ବହୁଳ ବ୍ୟବହୃତ ମେଟ୍ରୋନାଇଡାଜୋଲର ନିର୍ମାତା ହେଉଛି ସରକାରୀ ଉଦ୍ୟୋଗ ଏଚ୍‌ଏଏଲ୍‌, ଯାହାକି ଗୁଣବତ୍ତା ଯାଞ୍ଚରେ ଫେଲ୍‌ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ରହିଛି। ଅନୁରୂପ ଭାବେ ଉତ୍ତରାଖଣ୍ଡସ୍ଥିତ ପିଓର ଆଣ୍ଡ୍‌ କିଓର ହେଲ୍‌ଥକେୟାର ଦ୍ୱାରା ପ୍ରସ୍ତୁତ ତଥା ଟୋରେଣ୍ଟ ଫାର୍ମାସ୍ୟୁଟିକାଲ ବିତରକ ଥିବା ଶେଲ୍‌କାଲ ମଧ୍ୟ ଯାଞ୍ଚରେ ଉତ୍ତୀର୍ଣ୍ଣ ହୋଇନାହିଁ। ସେହିପରି କୋଲକାତାର ଏକ ଡ୍ରଗ୍‌-ଟେଷ୍ଟିଂ ଲ୍ୟାବ୍‌ ଆଲ୍‌କେମ ହେଲ୍‌ଥ ସାଇନ୍ସର ଆଣ୍ଟିବାୟୋଟିକ୍ସ କ୍ଲାଭମ୍‌ ୬୨୫ ଏବଂ ପାନ୍‌ ଡି’ରେ ବିଷାକ୍ତ ରାସାୟନିକ ପଦାର୍ଥ ଥିବା ଜାଣିବାକୁ ପାଇଛି। ଔଷଧ ନିୟନ୍ତ୍ରକ ସିଡିଏସ୍‌ସିଓ କ୍ୱାଲିଟି ଟେଷ୍ଟରେ ଫେଲ୍‌ ହୋଇଥିବା ଔଷଧଗୁଡ଼ିକର ୨ଟି ତାଲିକା ଜାରି କରିଛି। ଗୋଟିଏ ତାଲିକାରେ ୪୮ଟି ଲୋକପ୍ରିୟ ମେଡିସିନ୍‌ ଥିବାବେଳେ ଅନ୍ୟଟିରେ ଅତିରିକ୍ତ ୫ଟି ଡ୍ରଗ୍ସର ନାମ ଉଲ୍ଲେଖ କରାଯାଇଛି। ଦ୍ୱିତୀୟ ତାଲିକାରେ ଏକ ରିପ୍ଲାଏ ସେକ୍ସନ ରହିଛି, ଯହିଁରେ ଏହି ଯାଞ୍ଚ ବେଳେ ଫେଲ୍‌ ହୋଇଥିବା ଫାର୍ମା କମ୍ପାନୀଗୁଡ଼ିକୁ ଜବାବ ମଗାଯାଇଥିଲା। ତେବେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଏଥିପାଇଁ ନିଜକୁ ଉତ୍ତରଦାୟୀ ମଣୁ ନ ଥିବା ସେଗୁଡ଼ିକର ଜବାବରୁ ସଙ୍କେତ ମିଳିଛି। ହାଇଦ୍ରାବାଦସ୍ଥିତ ହେଟେରୋ ଦ୍ୱାରା ପ୍ରସ୍ତୁତ ତଥା ପିଲାଙ୍କ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ ପାଇଁ ବ୍ୟବହୃତ କେପୋଡେମ୍‌ ଏକ୍ସପି ୫୦ ଡ୍ରାଏ ସସ୍‌ପେନ୍‌ସନକୁ ମଧ୍ୟ ନିମ୍ନମାନର ବୋଲି ଦର୍ଶାଯାଇଛି। ସବୁଠୁ ଉଦ୍‌ବେଗଜନକ ବିଷୟ ହେଲା କର୍ନାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ୍‌ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌ର ପାରାସିଟାମୋଲ ଉପଯୁକ୍ତ ଗୁଣବତ୍ତାଯୁକ୍ତ ନୁହେଁ।
ପ୍ରକାଶ ଯେ, ସିଡିଏସ୍‌ସିଓ ଗତ ଅଗଷ୍ଟରେ ଭାରତୀୟ ବଜାରରେ ଉପଲବ୍ଧ ୧୫୬ରୁ ଊର୍ଦ୍ଧ୍ୱ ଫିକ୍ସଡ-ଡୋଜ୍‌ କମ୍ବିନେଶନ୍ସ (ନିର୍ଦ୍ଧାରିତ ପରିମାଣର ଉପାଦାନକୁ ନେଇ ପ୍ରସ୍ତୁତ) ଔଷଧକୁ ମଣିଷଙ୍କ ପାଇଁ ବିପଜ୍ଜନକ ଦର୍ଶାଇ ସେଗୁଡ଼ିକର ବିକ୍ରି ଓ ସେବନ ଉପରେ ରୋକ ଲଗାଇଥିଲା। ଏହି ମେଡିସିନ୍‌ଗୁଡ଼ିକ ମଧ୍ୟରେ ରହିଥିଲା ଜ୍ୱର ଔଷଧ, ପେନ୍‌କିଲର ଏବଂ ଆଲର୍ଜି ଟାବ୍‌ଲେଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?