୧୧ ମାସରେ ୫୨୮ ଦୁର୍ଘଟଣା, ୨୦୦ ଜୀବନହାନି

ଯାଜପୁର ଅଫିସ,୭ା୨:ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଯାଜପୁର ଜିଲାରେ ୫୨୮ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୩ ଦିନ ମଧ୍ୟରେ ୩ ଦୁର୍ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଆଦୌ ମାନୁନାହାନ୍ତି। ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ଖାଲଖମାପୂର୍ଣ୍ଣ ରାସ୍ତା ଲୋକଙ୍କ ଜୀବନ ନେଉଛି। ଏହି କାରଣରୁ ଯାଜପୁର ଦୁର୍ଘଟଣାପ୍ରବଣ ଜିଲା ଭାବେ ପରିଗଣିତ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି, କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ। ଏପରି କି ବୈଠକରେ ନିଆଯାଉଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅବହେଳା କରାଯାଉଛି, ଯାହାକି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଅନ୍ୟତମ ବଡ଼ କାରଣ ସାଜିଛି। ସମ୍ପ୍ରସାରଣ କାମ ଚାଲିଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ଅନେକ ଥର ଅନୁରୋଧ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ।
ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ଜିଲା ପ୍ରଶାସନକୁ ସହଯୋଗ ନ କରିବା ଓ ଏନ୍‌ଏଚ୍‌ ନିର୍ମାଣ ନିମ୍ନମାନର ଯୋଗୁ ସଡ଼କ ଦୁର୍ଘଟଣା ଅଣାୟତ୍ତ ହୋଇପଡ଼ିଛି ବୋଲି ପୂର୍ବରୁ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ମତପ୍ରକାଶ ପାଇଛି। ବାଲେଶ୍ୱର ଏବଂ ଢେଙ୍କାନାଳ ଏନ୍‌ଏଚ୍‌ଏଆଇ ଡିଭିଜନ ଅଧୀନରେ ଯାଜପୁର ଜିଲାର ୧୬, ୨୦ ଓ ୫୩ ନମ୍ବର ଜାତୀୟ ରାଜପଥ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ କେତେକ ସ୍ଥାନରେ କାମ ହେଉଥିବା ଦେଖିବାକୁ ମିଳିଛି। ବାକି ୫୩ ଏବଂ ୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ଗ୍ରାମାଞ୍ଚଳ ରାସ୍ତାଠାରୁ ମଧ୍ୟ ଅତି କଦର୍ଯ୍ୟ ହୋଇ ପଡ଼ିଛି। ରାସ୍ତା କ୍ରମଶଃ ସଙ୍କୁଚିତ ହୋଇ ପଡୁଥିବାବେଳେ ସ୍ଥାନେସ୍ଥାନେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଗେଟି ଉଠି ମରଣଯନ୍ତା ହୋଇଛି। ଭାରତୀୟ ଦଣ୍ଡ ସଂହିତା ଦଫା ୧୩୩ ଅନୁସାରେ ସର୍ବସାଧାରଣଙ୍କୁ କ୍ଷତି ପହଞ୍ଚାଇବା ଅପରାଧରେ ଉପଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହେବାର ବ୍ୟବସ୍ଥା ରହିଛି। ହେଲେ ସମ୍ପୃକ୍ତ ସଂସ୍ଥା ଏବଂ ଠିକାଦାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ଯାହାକି ଦୁର୍ଘଟଣା ବଢ଼ିବାରେ ଅନ୍ୟତମ କାରଣ ହୋଇଛି। ଶନିବାର ୨୦ ନମ୍ବର ଜାତୀୟ ରାଜପଥର ଖରସ୍ରୋତା ସେତୁ ଉପରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଦାସ ଏବଂ ତାଙ୍କ ସହଯୋଗୀ ଅନନ୍ତ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ ରବିବାର ୧୦୮ ଆମ୍ବୁଲାନ୍ସ ଏକ ଡମ୍ପରକୁ ଧକ୍କା ଦେବାରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରୋକିବାକୁ ଯେତେ ଯାହା ଯୋଜନା ହେଉଥିଲେ ହେଁ କିଛି କାର୍ଯ୍ୟରେ ଲାଗୁ ନାହିଁ। ୧୩୩ କି.ମି. ଦୀର୍ଘ ଚଣ୍ଡିଖୋଲ-ତାଳଚେର ରାଜପଥକୁ ୪ ଥାକିଆ କରିବାକୁ ୮ ବର୍ଷ ତଳେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଏଣୁ ଏନ୍‌ଏଚ୍‌ଏଆଇ ସିଜିଏମ୍‌ଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିୟମିତ ଭାବେ ଯେତେ ଅନୁରୋଧ କରୁଥିଲେ ହେଁ କିଛି କାର୍ଯ୍ୟରେ ଲାଗୁ ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri