୧୧ ମାସରେ ୫୨୮ ଦୁର୍ଘଟଣା, ୨୦୦ ଜୀବନହାନି

ଯାଜପୁର ଅଫିସ,୭ା୨:ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଯାଜପୁର ଜିଲାରେ ୫୨୮ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୩୧୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୩ ଦିନ ମଧ୍ୟରେ ୩ ଦୁର୍ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଆଦୌ ମାନୁନାହାନ୍ତି। ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ ନିର୍ମାଣ ଓ ଖାଲଖମାପୂର୍ଣ୍ଣ ରାସ୍ତା ଲୋକଙ୍କ ଜୀବନ ନେଉଛି। ଏହି କାରଣରୁ ଯାଜପୁର ଦୁର୍ଘଟଣାପ୍ରବଣ ଜିଲା ଭାବେ ପରିଗଣିତ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଉଛି, କିନ୍ତୁ ତାହା ସମ୍ଭବ ହୋଇପାରୁନାହିଁ। ଏପରି କି ବୈଠକରେ ନିଆଯାଉଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅବହେଳା କରାଯାଉଛି, ଯାହାକି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଅନ୍ୟତମ ବଡ଼ କାରଣ ସାଜିଛି। ସମ୍ପ୍ରସାରଣ କାମ ଚାଲିଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ଅନେକ ଥର ଅନୁରୋଧ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ।
ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ଜିଲା ପ୍ରଶାସନକୁ ସହଯୋଗ ନ କରିବା ଓ ଏନ୍‌ଏଚ୍‌ ନିର୍ମାଣ ନିମ୍ନମାନର ଯୋଗୁ ସଡ଼କ ଦୁର୍ଘଟଣା ଅଣାୟତ୍ତ ହୋଇପଡ଼ିଛି ବୋଲି ପୂର୍ବରୁ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକରେ ମତପ୍ରକାଶ ପାଇଛି। ବାଲେଶ୍ୱର ଏବଂ ଢେଙ୍କାନାଳ ଏନ୍‌ଏଚ୍‌ଏଆଇ ଡିଭିଜନ ଅଧୀନରେ ଯାଜପୁର ଜିଲାର ୧୬, ୨୦ ଓ ୫୩ ନମ୍ବର ଜାତୀୟ ରାଜପଥ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲେ ହେଁ କେତେକ ସ୍ଥାନରେ କାମ ହେଉଥିବା ଦେଖିବାକୁ ମିଳିଛି। ବାକି ୫୩ ଏବଂ ୨୦ ନମ୍ବର ଜାତୀୟ ରାଜପଥର ଅବସ୍ଥା ଗ୍ରାମାଞ୍ଚଳ ରାସ୍ତାଠାରୁ ମଧ୍ୟ ଅତି କଦର୍ଯ୍ୟ ହୋଇ ପଡ଼ିଛି। ରାସ୍ତା କ୍ରମଶଃ ସଙ୍କୁଚିତ ହୋଇ ପଡୁଥିବାବେଳେ ସ୍ଥାନେସ୍ଥାନେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଗେଟି ଉଠି ମରଣଯନ୍ତା ହୋଇଛି। ଭାରତୀୟ ଦଣ୍ଡ ସଂହିତା ଦଫା ୧୩୩ ଅନୁସାରେ ସର୍ବସାଧାରଣଙ୍କୁ କ୍ଷତି ପହଞ୍ଚାଇବା ଅପରାଧରେ ଉପଜିଲାପାଳଙ୍କ କୋର୍ଟରେ ମାମଲା ରୁଜୁ ହେବାର ବ୍ୟବସ୍ଥା ରହିଛି। ହେଲେ ସମ୍ପୃକ୍ତ ସଂସ୍ଥା ଏବଂ ଠିକାଦାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ଯାହାକି ଦୁର୍ଘଟଣା ବଢ଼ିବାରେ ଅନ୍ୟତମ କାରଣ ହୋଇଛି। ଶନିବାର ୨୦ ନମ୍ବର ଜାତୀୟ ରାଜପଥର ଖରସ୍ରୋତା ସେତୁ ଉପରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ବିଞ୍ଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଦାସ ଏବଂ ତାଙ୍କ ସହଯୋଗୀ ଅନନ୍ତ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ଆଖୁଆପଦାଠାରେ ରବିବାର ୧୦୮ ଆମ୍ବୁଲାନ୍ସ ଏକ ଡମ୍ପରକୁ ଧକ୍କା ଦେବାରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରୋକିବାକୁ ଯେତେ ଯାହା ଯୋଜନା ହେଉଥିଲେ ହେଁ କିଛି କାର୍ଯ୍ୟରେ ଲାଗୁ ନାହିଁ। ୧୩୩ କି.ମି. ଦୀର୍ଘ ଚଣ୍ଡିଖୋଲ-ତାଳଚେର ରାଜପଥକୁ ୪ ଥାକିଆ କରିବାକୁ ୮ ବର୍ଷ ତଳେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ଏଣୁ ଏନ୍‌ଏଚ୍‌ଏଆଇ ସିଜିଏମ୍‌ଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିୟମିତ ଭାବେ ଯେତେ ଅନୁରୋଧ କରୁଥିଲେ ହେଁ କିଛି କାର୍ଯ୍ୟରେ ଲାଗୁ ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri