ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି

ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା ଘଟଣାକୁ ନେଇ କ୍ରମଶଃ ଜିଲା ପ୍ରଶାସନ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ା ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାଁନ୍ତି ା ଏଭଳି ସ୍ଥିତିରେ ଯାଜପୁର ଜିଲାପାଳଙ୍କ ପକ୍ଷରୁ ଜଣେ ଟ୍ରେଣ୍ଡ ଗ୍ରାଜୁଏଟ(ଆର୍ଟ୍‌ସ)ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନରେ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ଉକ୍ତ ନିର୍ଦ୍ଦେଶକୁ ବିରୋଧ କରି ବିଦ୍ୟାର୍ଥୀମାନେ ଶ୍ରେଣୀ ବର୍ଜନ କରିଥିଲେ ା ଶୁକ୍ରବାର ଓ ଶନିବାର ଏଭଳି ସ୍ଥିତି ଉପୁଜି ଥିଲା ା ବିଦ୍ୟାର୍ଥୀମାନେ ଧାରଣାରେ ବସି ଆମ ଶିକ୍ଷକଙ୍କୁ ଆମକୁ ଫେରାଇ ଦିଅ ବୋଲି ନାରା ଦେଇଥିଲେ। ଏ ଦିଗରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଥିଲେ ା ମାତ୍ର ଜିଲାପାଳଙ୍କ ପକ୍ଷରୁ ଡେପୁଟେଶନ ନିର୍ଦ୍ଦେଶ ଦିଆଯାଇଛି ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ପ୍ରୟାସ ଜାରି ରଖିଛନ୍ତି ା ଏଭଳି ସ୍ଥିତିରେ ଶିକ୍ଷକ ଜଣକ ସୋମବାର ଡେପୁଟେଶନରେ ଯାଇ ଅନ୍ୟ ବିଦ୍ୟାଳୟରେ ଯୋଗଦେଇଛନ୍ତି ା ଏହି ଘଟଣା ବିଦ୍ୟାର୍ଥୀମାନଙ୍କୁ ପ୍ରତିକ୍ରିୟାଶୀଳ କରିଛି ା ଏହାକୁ ବିରୋଧ କରି ବିଦ୍ୟାର୍ଥୀମାନେ ଧାରଣାରେ ବସିଥିଲେ। ପରିଚାଳନା କମିଟି, ଅଭିଭାବକ, ଶିକ୍ଷକମାନଙ୍କ ପକ୍ଷରୁ ଧାରଣାରତ ପିଲାମାନଙ୍କୁ ବୁଝାଶୁଝା କରିବାରୁ ସେମାନେ ଧାରଣାରୁ ଓହରି ଯାଇଥିଲେ ା ୨ଘଣ୍ଟା ବିଳମ୍ବରେ ପାଠପଢା ଆରମ୍ଭ ହୋଇଥିଲା। ତେଣେ ଅଭିଭାବକ ଓ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ା ସମସ୍ୟା ସମାଧାନ ନ ହେଲେ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ା
ମାଟ୍ରିକ ପରୀକ୍ଷାକୁ ଆଉ ମାସେ ଅବଧି ବାକି ରହିଛି ା ଏଭଳି ସ୍ଥିିତିରେ ଛାତ୍ରୀଛାତ୍ରାମାନଙ୍କ ପାଠପଢାରେ ବାଧା ସୃଷ୍ଟି ହେଲେ ପରୀକ୍ଷା ଫଳ ପ୍ରଭାବିତ ହେବ ା ନବମ ଓ ଦଶମ ଶ୍ରେଣୀର ୧୮୫ଜଣ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ଅର୍ଥାତ ଗୋଟିଏ ଶ୍ରେଣୀରେ ୯୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପାଠ ପଢୁଛନ୍ତି ା ଶ୍ରେଣୀ କକ୍ଷ ଅଭାବରୁ ସେକ୍ସନ କରାଯାଇ ପାରୁନାହିଁ ା ଏଭଳି ସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଭାବକମାନେ ମତ ରଖିଛନ୍ତି ା ଆବଶ୍ୟକଠାରୁ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକମାନଙ୍କୁ ଡେପୁଟେଶନରେ ଦେବା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ା ଏହାଛଡା ଶିକ୍ଷକ ନ ଥିବା ସ୍ଥଳରେ ଅତିଥି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇ ପାଠ ପଢାଇବା ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ା ବରଂ ଏହି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ପଠାଇବା ନିଷ୍ପତ୍ତିକୁ ସବୁ ମହଲରେ ନାପସନ୍ଦ କରାଯାଇଛି ା ତେବେ ଜିଲା ପ୍ରଶାସନ ଓ ଅଭିଭାବକ, ପରିଚାଳନା କମିଟିର ମିଳିତ ଆଲୋଚନାର ନିର୍ଯ୍ୟାସ କ’ଣ ରହିଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri