ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି

ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା ଘଟଣାକୁ ନେଇ କ୍ରମଶଃ ଜିଲା ପ୍ରଶାସନ ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି ା ଏହି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାଁନ୍ତି ା ଏଭଳି ସ୍ଥିତିରେ ଯାଜପୁର ଜିଲାପାଳଙ୍କ ପକ୍ଷରୁ ଜଣେ ଟ୍ରେଣ୍ଡ ଗ୍ରାଜୁଏଟ(ଆର୍ଟ୍‌ସ)ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେଶନରେ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ଉକ୍ତ ନିର୍ଦ୍ଦେଶକୁ ବିରୋଧ କରି ବିଦ୍ୟାର୍ଥୀମାନେ ଶ୍ରେଣୀ ବର୍ଜନ କରିଥିଲେ ା ଶୁକ୍ରବାର ଓ ଶନିବାର ଏଭଳି ସ୍ଥିତି ଉପୁଜି ଥିଲା ା ବିଦ୍ୟାର୍ଥୀମାନେ ଧାରଣାରେ ବସି ଆମ ଶିକ୍ଷକଙ୍କୁ ଆମକୁ ଫେରାଇ ଦିଅ ବୋଲି ନାରା ଦେଇଥିଲେ। ଏ ଦିଗରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଥିଲେ ା ମାତ୍ର ଜିଲାପାଳଙ୍କ ପକ୍ଷରୁ ଡେପୁଟେଶନ ନିର୍ଦ୍ଦେଶ ଦିଆଯାଇଛି ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ପ୍ରୟାସ ଜାରି ରଖିଛନ୍ତି ା ଏଭଳି ସ୍ଥିତିରେ ଶିକ୍ଷକ ଜଣକ ସୋମବାର ଡେପୁଟେଶନରେ ଯାଇ ଅନ୍ୟ ବିଦ୍ୟାଳୟରେ ଯୋଗଦେଇଛନ୍ତି ା ଏହି ଘଟଣା ବିଦ୍ୟାର୍ଥୀମାନଙ୍କୁ ପ୍ରତିକ୍ରିୟାଶୀଳ କରିଛି ା ଏହାକୁ ବିରୋଧ କରି ବିଦ୍ୟାର୍ଥୀମାନେ ଧାରଣାରେ ବସିଥିଲେ। ପରିଚାଳନା କମିଟି, ଅଭିଭାବକ, ଶିକ୍ଷକମାନଙ୍କ ପକ୍ଷରୁ ଧାରଣାରତ ପିଲାମାନଙ୍କୁ ବୁଝାଶୁଝା କରିବାରୁ ସେମାନେ ଧାରଣାରୁ ଓହରି ଯାଇଥିଲେ ା ୨ଘଣ୍ଟା ବିଳମ୍ବରେ ପାଠପଢା ଆରମ୍ଭ ହୋଇଥିଲା। ତେଣେ ଅଭିଭାବକ ଓ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ା ସମସ୍ୟା ସମାଧାନ ନ ହେଲେ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ା
ମାଟ୍ରିକ ପରୀକ୍ଷାକୁ ଆଉ ମାସେ ଅବଧି ବାକି ରହିଛି ା ଏଭଳି ସ୍ଥିିତିରେ ଛାତ୍ରୀଛାତ୍ରାମାନଙ୍କ ପାଠପଢାରେ ବାଧା ସୃଷ୍ଟି ହେଲେ ପରୀକ୍ଷା ଫଳ ପ୍ରଭାବିତ ହେବ ା ନବମ ଓ ଦଶମ ଶ୍ରେଣୀର ୧୮୫ଜଣ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ଅର୍ଥାତ ଗୋଟିଏ ଶ୍ରେଣୀରେ ୯୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ପାଠ ପଢୁଛନ୍ତି ା ଶ୍ରେଣୀ କକ୍ଷ ଅଭାବରୁ ସେକ୍ସନ କରାଯାଇ ପାରୁନାହିଁ ା ଏଭଳି ସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଏକ ପାଖିଆ ନିଷ୍ପତ୍ତି ନିଆଯାଇଛି ବୋଲି ଅଭିଭାବକମାନେ ମତ ରଖିଛନ୍ତି ା ଆବଶ୍ୟକଠାରୁ ଅଧିକ ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକମାନଙ୍କୁ ଡେପୁଟେଶନରେ ଦେବା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ା ଏହାଛଡା ଶିକ୍ଷକ ନ ଥିବା ସ୍ଥଳରେ ଅତିଥି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇ ପାଠ ପଢାଇବା ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ନାହିଁ ା ବରଂ ଏହି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ପଠାଇବା ନିଷ୍ପତ୍ତିକୁ ସବୁ ମହଲରେ ନାପସନ୍ଦ କରାଯାଇଛି ା ତେବେ ଜିଲା ପ୍ରଶାସନ ଓ ଅଭିଭାବକ, ପରିଚାଳନା କମିଟିର ମିଳିତ ଆଲୋଚନାର ନିର୍ଯ୍ୟାସ କ’ଣ ରହିଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?