କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ ପ୍ରବାସୀ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରି ଘରକୁ ଫେରିଲେଣି। ପୂର୍ବରୁ ଜିଲାର ୮ ବ୍ଲକ ଅଧୀନ ୨୧୨ ପଞ୍ଚାୟତରେ ହୋଇଥିବା ୩୭୨ ସଙ୍ଗରୋଧ କେନ୍ଦ୍ର ବନ୍ଦ କରାଯାଇଛି। ଏବେ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ମାଧ୍ୟମରେ କରୋନା ମୁକାବିଲାକୁ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
କରୋନା ପ୍ରାଦୁର୍ଭାବ ସମୟରେ ରାଜ୍ୟ ତଥା ଜିଲା ବାହାରୁ ଢେଙ୍କାନାଳକୁ ୧୨,୦୬୫ ପ୍ରବାସୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୧,୩୯୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ୧୫୦ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇସାରିଛନ୍ତି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି)ରେ ରହିବା ପରେ ସୁସ୍ଥ ଏବଂ ପ୍ରବାସୀଙ୍କୁ ମିଶାଇ ମୋଟ ୧୧,୬୫୯ ଜଣ ଘରକୁ ଫେରିଯାଇଛନ୍ତି। ସଂକ୍ରମିତ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲା କୋଭିଡ୍‌ ହେଲଥ୍‌ ସେଣ୍ଟରକୁ ଜିଲା କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇଛି। ୨୫୦ ଶଯ୍ୟାବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଶଯ୍ୟାରେ ଆଇସିୟୁ ସୁବିଧା ଉପଲବ୍ଧ। ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତର ଓ ୪ ଜଣ ଏମ୍‌ବିବିଏସ୍‌, ୯ଜଣ ଆୟୁଷ ଡାକ୍ତର ସେବା ଯୋଗାଉଛନ୍ତି। ସେମାନଙ୍କୁ ସହାୟତା କରିବାକୁ ୩୧ଜଣ ଷ୍ଟାଫନର୍ସ ଏବଂ ୫ଜଣ ଫାର୍ମାସିଷ୍ଟ ଅଛନ୍ତି। ସେହିପରି ସଦର ବ୍ଲକ ଗୋବିନ୍ଦପୁରଠାରେ ନିଶାଦ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ଗୃହରେ ୨୦୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି।
ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ଜିଲାପାଳ କୁହନ୍ତି, ଏଣିକି ପ୍ରତି ପଞ୍ଚାୟତରେ ୫ରୁ ୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା ହେବ। ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଦେଖାଦେଲେ ରୋଗୀଙ୍କୁ କୋଭିଡ୍‌ କେୟାର ହୋମ୍‌ରେ ରଖି ଚିକିତ୍ସା କରାଯିବ। ସେଠାରୁ ହିଁ ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ପଠାଯିବ। ଜିଲା କୋଭିଡ୍‌ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଉଚ୍ଚ ଗୁଣବତ୍ତାଯୁକ୍ତ ଖାଦ୍ୟ ପାନୀୟ ଦିଆଯାଉଥିବା ଜିଲାପାଳ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri