ଆଗେଇପାରୁନି ଆବାସ ଯୋଜନା

ଅନୁଗୋଳ ଅଫିସ, ୨୫।୭ – ଅନୁଗୋଳ ପୌରାଞ୍ଚଳରେ ଆଗେଇ ପାରୁନି ଆବାସ ଯୋଜନା। ପୂର୍ବ ବର୍ଷ ଗୁଡ଼ିକରେ ବଣ୍ଟନ ହୋଇଥିତ୍ବା ଗୃହ ମଧ୍ୟରୁ ଅଳ୍ପ କେତୋଟିକୁ ବାଦ୍‌ଦେଲେ ପ୍ରାୟତଃ ଘର ନିର୍ମାଣ ଶେଷ ହୋଇଛି। କିନ୍ତୁ ୨୦୧୯-୨୦ ବର୍ଷରେ ୧୯୫ କାର୍ଯ୍ୟାଦେଶ ମଧ୍ୟରୁ ମାତ୍ର ୮ଟି ଘର ନିର୍ମାଣ ହୋଇପାରିଛି। ଟାର୍ଗେଟ ପୂରଣ ପାଇଁ ହିତାଧିକାରୀଙ୍କ ନିକଟକୁ ପୌର କର୍ମଚାରୀମାନେ ଦୌଡ଼ୁଥିଲେ ବି କରୋନା ସମୟ ଯୋଗୁ ସେମାନେ ଘର କରିପାରୁ ନ ଥିବା ପୌରପାଳିକା ପକ୍ଷରୁ କୁହାଯାଇଛି।
୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳ ପୌରାଞ୍ଚଳରେ ୪୪ ହଜାର ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅର୍ଥତ୍କ ଅନଗ୍ରସର ପରିବାରକୁ ଚିହ୍ନଟ କରି ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ଅର୍ଥର ୭୫ ପ୍ରତିଶତ କେନ୍ଦ୍ର ସରକାର ଓ ୨୫ ପ୍ରତିଶତ ରାଜ୍ୟ ସରକାର ଦେଉଛନ୍ତି। ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଗଲେ ୨୦ ହଜାର ଓ ୬ ମାସ ମଧ୍ୟରେ ଶେଷ ହେଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ବ୍ୟବସ୍ଥା ଏଥିରେ ରହିଛି। ଗତ ୪ ବର୍ଷରେ ପୌରପାଳିକା ପକ୍ଷରୁ ୪୩୩ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଅଦ୍ୟାବଧି ୨୨୯ଟି ଘର ଶେଷ ହୋଇଥିବା ସୂଚନା ମିଳିଛି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ୧୪୬ କାର୍ଯ୍ୟାଦେଶ ମଧ୍ୟରୁ ୧୪୫ ଘର ନିର୍ମାଣ ସରିଛି। ୨୦୧୭-୧୮ରେ ୪୧ଟି ଆବାସ ମଧ୍ୟରୁ ୩୮ ସମୂର୍ଣ୍ଣ ହୋଇଛି। ୨୦୧୮-୧୯ରେ ଲକ୍ଷ୍ୟଧାର୍ଯ୍ୟ ୫୨ଟି ମଧ୍ୟରୁ ୩୮ ଘର ଶେଷ ହୋଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ୧୯୫ଟି ଘର ନିର୍ମାଣ କରିବାକୁ ଟାର୍ଗେଟ ଦିଆଯାଇଥିବାବେଳେ ମାତ୍ର ୮ଟି ଘର କାମ ଶେଷ ହୋଇଛି। ଚଳିତବର୍ଷ ଆବାସ ନିର୍ମାଣରେ ଏପରି କଚ୍ଛପ ଗତିକୁ ଦେଖି ପୌରପାଳିକା ପକ୍ଷରୁ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ଘରକୁ ଯାଇ ବୁଝାଶୁଝା କରାଯାଉଥିଲେ ବି ସେମାନେ କରୋନା ସମୟ କହି ପୌର କର୍ମଚାରୀଙ୍କୁ ଫେରାଇ ଦେଉଥିବା ପୌରପାଳିକା ପକ୍ଷରୁ କୁହାଯାଇଛି।

ନୋଟିସ ପଠାଇ ତାଗିଦ୍‌ କରିଛୁ
କାର୍ଯ୍ୟାଦେଶ ପାଇବା ପରେ ଯେଉଁମାନେ ନିର୍ମାଣ ଆରମ୍ଭ କରିନାହାନ୍ତି, ସେମାନଙ୍କୁ ନୋଟିସ୍‌ ପଠାଯାଇଛି। ଏପରି କି ଘର ଆରମ୍ଭ ନ କଲେ କାର୍ଯ୍ୟାଦେଶ ବାତିଲ କରାଯିବ ବୋଲି ଚେତାଇ ଦିଆଯାଇଛି। ତେଣୁ ଏବେ କିଛି ସ୍ଥାନରେ ଲୋକମାନେ ନିର୍ମାଣ କାମ କରୁଥିବା ଜଣାପଡ଼ିଛି।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ଆବାସ ଆଶା ଛାଡ଼ିଦେଇଛି
ଆବାସ ଯୋଜନାରେ ଘରଟିଏ ପାଇଁ ଦୁଇ ତିନି ଥର ଆବେଦନ କଲିଣି। କିନ୍ତୁ ପୌରପାଳିକାର ବାବୁମାନେ କାଗଜପତ୍ର ଠିକ୍‌ ନାହିଁ କହି ଫେରାଇ ଦେଉଛନ୍ତି। ତେଣୁ ସରକାରୀ ଯୋଜନାରେ ଉପକୃତ ହେବା ଆଶା ଛାଡ଼ିଦେଇଛି।
-ଧୀରେନ୍‌ ବାରିକ, ହେମସୁରପଡ଼ା

କାର୍ଯ୍ୟରେ ବିଳମ୍ବ ହେଉଛି
କାର୍ଯ୍ୟାଦେଶ ପାଇ ଯେଉଁମାନେ ମାଟି ଖୋଳୁଛନ୍ତି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। କିନ୍ତୁ ମହାମାରୀ ସମୟ ଚାଲିଥିବାରୁ କାର୍ଯ୍ୟ ବିଳମ୍ବ ହେଉଛି। ଆବାସ ଯୋଜନା ବଣ୍ଟନରେ ସ୍ବଚ୍ଛତା ଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି।
-ଭାଗୀରଥି ଦେହୁରୀ, ପୂର୍ବତନ କାଉନସିଲର

ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ
ପୌରାଞ୍ଚଳର ପ୍ରକୃତ ହୀତାଧିକାରୀଙ୍କୁ ଏହି ସରକାରୀ ଯୋଜନାରେ ଘରଟିଏ ମିଳୁନାହିଁ। ତେଣୁ ହୀତାଧିକାରୀ ଚୟନରେ ସ୍ବଚ୍ଛତା ରଖିଲେ ଭଲ ହେବ। ଏହାଦ୍ୱାରା ସାମାଜିକ ଓ ଅର୍ଥିକ ଅନଟନରେ ଥିବା ପରିବାର ଲୋକଙ୍କ ମୁହଁରେ ହସ ଫୁଟିବ।
-ନିଶିକାନ୍ତ ମିଶ୍ର, ସହରବାସୀ


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri