ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଗାଁରେ ବାଲ୍ୟବିବାହ ହେଲେ ସ୍ଥାନୀୟ ସ୍କୁଲ ଶିକ୍ଷକ ଓ ଅଙ୍ଗନୱାଡି କର୍ମୀ କିଭଳି ଜାଣିପାରୁନାହାନ୍ତି ବୋଲି ଜିଲାପାଳ ପ୍ରଶ୍ନ କରିଥିଲେ । ଏଣିକି ବାଲ୍ୟବିବାହ ହେଲେ ଶିକ୍ଷକମାନେ ଦାୟୀ ରହିବେ ବୋଲି ଜିଲାପାଳ କହିଛନ୍ତି। ପ୍ରତି ସପ୍ତାହରେ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌ମାନଙ୍କୁ ନେଇ ନିର୍ଭୟ କଢି ବୈଠକ କରାଯିବ । ଏଥିରେ ବାଳିକାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ, ପରିବାରର କ’ଣ ସମସ୍ୟା ରହିଛି, ବାଲ୍ୟ ବିବାହ କିଭଳି ରୋକାଯାଇପାରିବ ତାହା ଆଲୋଚନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟବିବାହ କରୁଥିବା ପୁରୋହିତଙ୍କ ନାଁରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ । ବିବାହ ବେଳେ ଅଙ୍ଗନୱାଡି କର୍ମୀ ଓ ପୁରୋହିତ ଉଭୟ ବରକନ୍ୟାଙ୍କ ଆଧାର କାର୍ଡ ଦେଖିବା ବାଧ୍ୟତାମୂଳକ । ବର ବୟସ ୨୧ ଓ କନ୍ୟା ବୟସ ୧୮ ହେବା ଜରୁରୀ । ଉପଜିଲାପାଳମାନେ ଏଣିକି ଏହାର ଅନୁଧ୍ୟାନ କରିବେ । ଅନ୍ୟପକ୍ଷରେ ବାଲ୍ୟ ବିବାହ ସମ୍ପର୍କରେ କେହି ଖବର ଦେଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଅଙ୍ଗନୱାଡି କର୍ମୀ ମଧ୍ୟ ଏହି ପୁରସ୍କାର ପାଇପାରିବେ ବୋଲି ଜିଲାପାଳ ଘୋଷଣା କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଜିଲାର ୧୦୩୨ ଗାଁ ଓ ସହରାଞ୍ଚଳର ୧୪୦ ୱାର୍ଡ ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି । ଜୁଲାଇ ଶେଷସୁଦ୍ଧା ଗଞ୍ଜାମ ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟବିବାହ ନେଇ ଜିଲାରେ ୧୪ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି। ବାଲ୍ୟ ବିବାହ ସମ୍ପର୍କରେ ୧୦ଟି ଏତଲା ଥାନାରେ ଦିଆଯାଇଥିବାବେଳେ ୧୧ ମାମଲା ସିଡବ୍ଲ୍ୟୁସିକୁ ହସ୍ତାନ୍ତର ହୋଇଛି । ୨୦୧୭ରେ ୨୪ ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୦୧୮ରେ ୨୨, ୨୦୧୯ରେ ୪୫ ଓ ୨୦୨୦ରେ ୨୨୮ ବାଲ୍ୟ ବିବାହ ରୋକାଯାଇଥିବା ସୂଚନା ମିଳିଛି। ବୈଠକରେ ବ୍ରହ୍ମପୁର ଉପଜିଲାପାଳ, ସିଡବ୍ଲ୍ୟୁସି ମେମ୍ବର ସିଏଚ୍‌ ଜ୍ୟୋତି, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ, ଅରୁଣ ଶତପଥୀ, ଦେବୀଦତ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆରମ୍ଭ ହେବ ଲଘୁଚାପ ବର୍ଷା

ଭୁବନେଶ୍ୱର,୫।୯(ବ୍ୟୁରୋ): ଉତ୍ତର-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସାଇକ୍ଲୋନିକ୍‌ ସର୍କୁଲେସନ୍‌ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ...

ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶି ସେ ମୋ ବିଷୟରେ ଜାଣିଥିଲା: ବୋଥ୍ରା

ନୟାଗଡ଼ ଅଫିସ,୨୪।୧୨: ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋଖରୀ କୂଳକୁ ନେଇ ହତ୍ୟାକାଣ୍ଡର ଡେମୋ କରାଇଛି ଏସ୍‌ଆଇଟି।...

ଅଢ଼େଇ କୋଟିର ବ୍ରାଉନସୁଗାର ଜବତ : ୩ ଜଣଙ୍କୁ ବାନ୍ଧିନେଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ମାର୍କେଟରେ ଏସ୍‌ଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହିତ...

ସ୍କୁଲ ବନ୍ଦ କରିଦେଲେ, ପାଠ ଛାଡ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୧୮ା୯ -ବଣ ପାହାଡଘେରା କନ୍ଧମାଳ ଜିଲାର ଅନେକ ସ୍ଥାନକୁ ଏବେ ବି ଯାତାୟାତ ସୁବିଧା ନାହିଁ। ରାସ୍ତା ଘାଟ ଅଭାବରୁ ସର୍ବଦା ଶିକ୍ଷା,...

ଅଡୁଆ କରିଛି ଏଏସ୍‌ଆଇ ନିୟମ

ଢେଙ୍କାନାଳ ଅଫିସ, ୧୫ା୧୧: ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଦାୟିତ୍ୱ ନେଇଛି ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)। ସର୍ବଭାରତୀୟସ୍ତରରେ କାର୍ଯ୍ୟ କରୁଥିବା ଏହି ଜାତୀୟସଂସ୍ଥା ପରିଚାଳନାରେ...

ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍‌ଏସ୍‌ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...

ଭଜନ, ସଂକୀର୍ତ୍ତନରେ ଝଙ୍କୃତ ହେବ ସିଂହଦ୍ୱାର ସମ୍ମୁଖ, ପ୍ରତି ରବିବାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଆଧ୍ୟାତ୍ମିକ ପରିକ୍ରମା

ପୁରୀ ଅଫିସ, ୨୧।୭ : ଶ୍ରୀମନ୍ଦିର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପୀଠ। ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ। ସିନ୍ଦୂରା ଫାଟିଲେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା...

Advertisement
Archives

Model This Week