Posted inଜାତୀୟ

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର ସିଓନି-ନାଗପୁର ରାଜପଥରେ ଘଟିଛି। କିଛି ଲୋକ କାର ବନେଟ୍‌ରେ ୨କୋଟି ଟଙ୍କା ଲୁଚାଇ ନେଉଥିବା ସମୟରେ ଧରା ପଡ଼ିଛନ୍ତି। ବନେଟ୍‌ ଗରମ ହୋଇଯିବାରୁ ଏଥିରେ ଥିବା ଟଙ୍କାରେ ନିଆଁ ଲାଗିଯାଇଥିଲା। ବନେଟ୍‌ରୁ ଧୂଆଁ ବାହାରିଥିଲା। କାର୍‌ର ବନେଟ୍‌ ଖୋଲାଯାଇଥିଲା। ଫଳରେ ଶହ ଶହ ଅଧାପୋଡ଼ା ୫୦୦ ଟଙ୍କିଆ ନୋଟ୍‌ ରାସ୍ତାରେ ଉଡ଼ିବୁଲିଥିଲା। ରାସ୍ତାରେ ଏତେ ସଂଖ୍ୟକ ନୋଟ୍‌ ଦେଖି ଯିବା ଆସିବା କରୁଥିବା ଲୋକେ ଅଟକି ଏହାକୁ ଗୋଟାଉଥିବାର ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ରାଜପଥ ନିକଟରେ ଥିବା ବନହାନି ଗାଁ ଲୋକେ ପୋଲିସକୁ ସୂଚନା ଦେଇଥିଲେ। କାର୍‌ରେ ଥିବା ଲୋକେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ସୁରକ୍ଷିତ ରହିଥିବା ୧ କୋଟି ୭୪ ଲକ୍ଷ ଟଙ୍କାକୁ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ୩ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜୋନପୁରର ୨ ବାସିନ୍ଦା ସୁନୀଲ ଏବଂ ନ୍ୟାସ୍‌ ଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆଜମଗଡ଼ର ବାସିନ୍ଦା ହରିଓମ୍‌ ଭାବେ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାନ୍ଦିପୋରା ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ବାନ୍ଦିପୋରାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ...

‘ଏବେ ଓଓ୍ବାଇସି ପଢ଼ିବେ ହନୁମାନ ଚାଳିଶା’

ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍‌ରିଓ୍ବାଲ ଏବେ ହନୁମାନ ଚାଳିଶା ପାଠ କରିବା ଆରମ୍ଭ କରିଦେଇଛନ୍ତି। ଆଗକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ହନୁମାନ...

ବନ୍ୟାରୁ ଏକ ମାସର ଶିଶୁକୁ ‘ବସୁଦେବ’ଙ୍କ ଭଳି ଉଦ୍ଧାର କଲେ ପୋଲିସ ଅଧିକାରୀ

ବଡୋଦରା, ୨।୮: ଗୁଜରାଟର ବଡୋଦରାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇପଡିଛି। ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି।...

ମହାମାରୀରେ ଧନୀକଙ୍କ ସଂଖ୍ୟା ବଢ଼ିଛି, ମଧ୍ୟବିତ୍ତ ଦେଇଛନ୍ତି ଅଧିକ ଟିକସ…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ଗତ ଏକ ବର୍ଷ ମଧ୍ୟରେ ଦେଶର ୮୪...

ମାଆଙ୍କ ଆଶୀର୍ବାଦ ବିନା ଶକ୍ତି ପ୍ରଦର୍ଶନ କଲେ ଲାଲୁ ନନ୍ଦନ

ପାଟନା,୧୧ ।୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଉପରେ ଖପ୍ପା ହୋଇଛନ୍ତି...

ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ

ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ...

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି...

ଲୋକ ସଭା ଉପ-ନିର୍ବାଚନ, ଆଜମ୍‌ଗଡ଼ରୁ ଲଢ଼ିପାରନ୍ତି ଡିମ୍ପଲ !…

ଲକ୍ଷ୍ନୌ, ୩୧।୫ : ଲୋକ ସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଆଜମଗଡ ଆସନରୁ ଡିମ୍ପଲ ଯାଦବ ପ୍ରାର୍ଥୀ ହେବେ। ସୂତ୍ରରୁ ପ୍ରକାଶ ଯେ ଦଳର କାର୍ଯ୍ୟନିର୍ବାହୀ...

Advertisement
Archives

Model This Week