ବ୍ରାହ୍ମଣୀ ଆଁରେ ୫ଶହ ହେକ୍ଟର ଜମି

ଢେଙ୍କାନାଳ,୨୨।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଗେଙ୍ଗୁଟିଆ, ଗୁରୁଜାଙ୍ଗଠାରୁ ଆରମ୍ଭ କରି ସାଙ୍କୁଲେଇ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫୦୦ ହେକ୍ଟର ଚାଷଜମି ବ୍ରାହ୍ମଣୀ ନଦୀର ବନ୍ୟା ଜଳ ଖାଇଯାଇଛି। ଏ ସମ୍ପର୍କରେ ଚାଷୀମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଗତ ୨ଦିନ ତଳେ ଜିଲାପାଳଙ୍କ ନିର୍ଦ୍ଦେଶରେ ବନ୍ୟା ନିୟନ୍ତ୍ରଣ ବିଭାଗ, କୃଷି, ସଦର ତହସିଲଦାର ଓ ରାଜସ୍ବ ନିରୀକ୍ଷକମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ବାରମ୍ବାର ବନ୍ୟା ଯୋଗୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ସଦର ବ୍ଲକର ଗେଙ୍ଗୁଟିଆ, ଗୁରୁଜାଙ୍ଗ ଓ ସାଙ୍କୁଲେଇ ଗ୍ରାମରେ ଥିବା ଚାଷ ଜମିଗୁଡିକ ଖାଇ ଯାଉଛି। ଫଳରେ ନଦୀ କୂଳରେ ଥିବା ଚାଷୀମାନଙ୍କ ଫସଲ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ବିଶେଷକରି ଅଣଧାନ କୃଷି ଉପରେ ନିର୍ଭରଶୀଳ ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହେଉଥିବା ଗେଙ୍ଗୁଟିଆର ଚାଷୀ ପ୍ରତାପ କୁମାର ମଲ୍ଲିକ କହିଛନ୍ତି। କିଛିଦିନ ତଳେ ଖବରପାଇ ବନ୍ୟା ନିୟନ୍ତ୍ରଣ ବିଭାଗ କାମାକ୍ଷାନଗର କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଷ୍ଣବ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ବିଶ୍ୱ ବିଜୟ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ସେଠାରେ ଚାଷ ଜମିର ସୁରକ୍ଷା ପାଇଁ ଏକ ଆଡିବନ୍ଧ ନିର୍ମାଣ ପାଇଁ ବୈଷୟିକ କମିଟି ପ୍ରସ୍ତାବ ଦେବା ସହିତ ଏଥିନିମନ୍ତେ ୭କୋଟି ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ରାଜ୍ୟ ସରକାରଙ୍କୁ ଦେଇଥିବା ଜଣାପଡିଛି। କିନ୍ତୁ ପ୍ରସ୍ତାବିତ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଆଡିବନ୍ଧ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ବନ୍ୟା ନିୟନ୍ତ୍ରଣ ବିଭାଗ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ଚାଷୀମାନେ ୫-ଟି ବିଭାଗ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶ ଆସିଛି। ଫଳରେ ଘଟଣାସ୍ଥଳରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ଦ୍ୱାରା ତଦନ୍ତ କରାଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା କୃଷି ଅଧିକାରୀ ଦୀପ୍ତିକାନ୍ତ ରାଉତରାୟ, ସଦର ତହସିଲଦାର ସୁଧାଂଶୁ କୁମାର ସାଓ, ରାଜସ୍ବ ନିରୀକ୍ଷକ ବରୁଣ କୁମାର ସାହୁ, ବନ୍ୟା ନିୟନ୍ତ୍ରଣ କନିଷ୍ଠ ଯନ୍ତ୍ରୀ ବିଶ୍ୱ ବିଜୟ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏ ସମ୍ପର୍କରେ ଏହି ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ତହସିଲଦାର କହିଛନ୍ତି। ଆଡିବନ୍ଧ ନିର୍ମାଣରେ ବିଳମ୍ବ ହେଲେ ନଦୀ କୂଳରେ ବିଭିନ୍ନ ଫସଲ କରୁଥିବା ଚାଷୀମାନଙ୍କ ଚାଷଜମି ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ଥିବାରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ଗ୍ରାମଗୁଡିକର ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଗେଙ୍ଗୁଟିଆ ଗ୍ରାମର ଚାଷୀ ମନୋଜ କୁମାର ମହାନ୍ତି କହିଛନ୍ତି, ଦୀର୍ଘବର୍ଷ ହେଲା ନଦୀ ବଢ଼ିରେ ଗ୍ରାମ ସହିତ ଆଖପାଖ ଗ୍ରାମର ନଦୀକୂଳିଆ ଚାଷ ଜମିଗୁଡ଼ିକ ନଦୀ ଗର୍ଭରେ ଲୀନ ହୋଇଯାଉଛି। ଘଟଣା େ ନଇ ୫-ଟି ବିଭାଗ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଉଛି। ତୁରନ୍ତ ଅନୁଦାନ ମଞ୍ଜୁର କରାଗଲେ ନଦୀକୂଳିଆ ଜମିଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା ହୋପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri