୫୦୦ ଡୋଜ୍‌ କୋଭିଶିଲ୍ଡ୍‌ ନଷ୍ଟ ହେଲା…

ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜସ୍ଥାନର ଡୁଙ୍ଗରପୁର ଜିଲାରେ ୫୦୦ ଡୋଜ୍‌ କୋଭିଶିଲ୍ଡ୍‌ ଡୋଜ୍‌ ନଷ୍ଟ ହୋଇଛି। ସ୍ଥାନୀୟ ରଘୁନାଥପୁରା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଫ୍ରିଜ୍‌ କାମ ନ କରିବାରୁ ଡୋଜ୍‌ ନଷ୍ଟ ହୋଇଥିବା ସିଏମ୍‌ଏଚ୍‌ଓ ମହେନ୍ଦ୍ର କୁମାର ପରମାର କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ନର୍ସ ଲତା ଯାଦବ ଫ୍ରିଜ୍‌ରେ କୋଭିଶିଲ୍ଡ୍‌ ଡୋଜ୍‌ ଜମାଟ ବାନ୍ଧି ଯାଇଥିବା ଦେଖି ଏସମ୍ପର୍କରେ ଡାକ୍ତର ରାମଚରଣ ଶର୍ମାଙ୍କୁ ସୂଚନା ଦେଇଥିଲେ। ପରେ ଏନେଇ ସିଏମ୍‌ଏଚ୍‌ଓଙ୍କୁ ଅବଗତ କରାଯାଇଥିଲା। ଖବରକୁ ଚପାଇ ଦେବାର ଉଦ୍ୟମ ହୋଇଥିଲା। ତେବେ ଫ୍ରିଜ୍‌ ମରାମତି କରିବାକୁ ଆସିଥିବା ଲୋକେ ଏବଂ ହସ୍ପିଟାଲର କେତେକ କର୍ମଚାରୀ ଘଟଣାକୁ ଲିକ୍‌ କରିଦେଇଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ,...

ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍‌ଏଫ୍‌…

ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତରେ...

ମାନସିକ ପୂରଣ ପାଇଁ ପଡ଼ୋଶୀଙ୍କ ଛୁଆକୁ ହତ୍ୟା

ନୂଆଦିଲ୍ଲୀ,୨୨।୩ : ବହୁ ଉଦ୍ୟମ ପରେ ମାତୃତ୍ୱ ଲାଭ କରିବାରେ ବିଫଳ ହୋଇଥିବା ମହିଳା ପଡ଼ୋଶୀଙ୍କ ୩ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ ପରାମର୍ଶ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୭୦ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ପାକିସ୍ତାନକୁ ସମନ କରିବ ଭାରତ

ନୂଆଦିଲ୍ଲୀ,୧୪ା୧୧: ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକିସ୍ତାନର ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ଶହୀଦ ହେବା...

ମୋଦିଙ୍କ ଚିନ୍ତାଧାରା ଦେଶର ଅର୍ଥନୀତିକୁ ବିଗାଡି ଦେଇଛି: ରାହୁଲ

ନୂଆଦିଲ୍ଲୀ,୬।୩: ଦେଶରେ ୟେସ୍‌ ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ଏହି...

କୋଇଲା ସଙ୍କଟ: ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ରାଜ୍ୟକୁ ଚେତାବନୀ

ବାଙ୍ଗାଲୋର, ୧୩।୧୦: ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି କ୍ଷେତ୍ର କୁହାଯାଉଥିବା ଭାରତରେ ଏବେ ବିଦ୍ୟୁତ୍‌ କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। କୋଇଲା ଅଭାବ ଯୋଗୁ...

Advertisement
Archives

Model This Week