ଶୁଖିଲା ପଡ଼ିବ ୫ ଶହ ଏକର ଜମି

ପଟ୍ଟାମୁଣ୍ଡାଇ,୧୧।୧(ଡି.ଏନ.ଏ.): ପଟ୍ଟାମୁଣ୍ଡାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ମାଳିବସା ଠାରୁ ମିଜାଉଁଣୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୫ କିମି ରାସ୍ତା ନିର୍ମାଣ ଚାଲିଛି। ଜଳସମ୍ପଦ ବିଭାଗ ୨ନଂ. କେନାଲ ବାମ ପାଶର୍‌ବ ଦେଇ ଏହି ରାସ୍ତା କାମ ଆରମ୍ଭ ହୋଇଛି। ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ପ୍ରାୟ ୩ ଫୁଟ ମାଟି ଜେସିବିରେ ଉଠାଇ ରାସ୍ତା ଉଚ୍ଚା ଓ ଚଉଡା କରୁଛନ୍ତି। ଫଳରେ ଚାଷ ଜମିକୁ ପାଣି ମାଡିବା ବନ୍ଦ ହେବ ବୋଲି ଅଭିଯୋଗ ହୋଇଛି।

୨ନମ୍ବର କେନାଲ ଦ୍ବାରା ଜଳସେଚିତ ହେଉଥିବା ଜିଗରଣ, ବାଇପଦା, ମିଜାଉଁଣୀ, ବଡପଡା, କାଠିଆପଡା, ସାହୁପଡା ଓ ତିଗିରିଆ ଗ୍ରାମର ୫ ଶହ ଏକର ଜମି ଶୁଖିଲା ପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାଶ, ଅଳଭା ୧ନମ୍ବର କନିଷ୍ଠ ଯନ୍ତ୍ରୀ ସୁନୀଲ ନାୟକଙ୍କୁ ଚାଷୀମାନେ ଜଣାଇଛନ୍ତି। ଅନ୍ୟପକ୍ଷେ କେନାଲ ଭିତର ଓ ପାର୍ଶ୍ୱରୁ ମାଟି ନ ଉଠାଇବା ପାଇଁ ଜଳସମ୍ପଦ ବିଭାଗ ପଟ୍ଟାମୁଣ୍ଡାଇ ପକ୍ଷରୁ ୪୩୧ ଚିଠି ନମ୍ବର ୨୪ା୧୧ା୨୦୨୦ରେ ପଟ୍ଟାମୁଣ୍ଡାଇ ଆର୍‌ଡି ଏସ୍‌ଡିଓ ଓ କେନ୍ଦ୍ରାପଡା ଡିଭିଜନ ନିର୍ବାହୀଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ହେଲେ ଜଳସମ୍ପଦ ବିଭାଗ ଚିଠିକୁ ବେଖାତିର କରି ଠିକାଦାର ଓ ଆର୍‌ଡି ଯନ୍ତ୍ରୀମାନେ କେନାଲରୁ ବେଆଇନ ଭାବେ ମାଟି ଉଠାଇ ଚାଲିଛନ୍ତି। ଏହାଦ୍ୱାରା ଜଳସେଚନ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି। ଫଳରେ ଗରିବ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏ ସଂକ୍ରାନ୍ତରେ ସ୍ଥାନୀୟ ୫ ପଞ୍ଚାୟତର ଚାଷୀ ଦେବେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ତପନ ଲେଙ୍କା, ମନୋଜ ଦାସ, ପ୍ରଦୀପ କର, ରମେଶ ପଣ୍ଡା, କଳାକର ପଣ୍ଡା, ମନୀଷା ରାଉତ, ସସ୍ମିତା ସାହୁ, ଗୋପୀନାଥ ଦାଶ, କୈଳାସ ମହାନ୍ତି, କ୍ଷୀରୋଦ ଦାସ, ପ୍ରଶାନ୍ତ ପଣ୍ଡା, ଚନ୍ଦ୍ରଭାନୁ ସାମଲଙ୍କ ସମେତ ଶତାଧିକ ଚାଷୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ସଚିବ, କେନ୍ଦ୍ରାପଡା ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।

ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ମୁଖ୍ୟ କେନାଲ ସହିତ ୮ ଶାଖା କେନାଲ ଓ ସମସ୍ତ ଉପକେନାଲର ନବୀକରଣ ଓ ଉନ୍ନତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ଏସିଆ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଅନୁଦାନ ଅର୍ଥ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ଜଗତପୁର ମହାନଦୀ ବ୍ୟାରେଜରୁ ପାଣି ଛଡାଗଲେ ଚାଷଜମି ଜଳସେଚିତ କରିବା ଲକ୍ଷ୍ୟ ଥିଲା। ମାତ୍ର ବହୁ କୋଟି ଟଙ୍କା ବ୍ୟୟ କରାଯାଇ ନବୀକରଣ ହୋଇଥିବା କେନାଲରେ ଏବେ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri