ଖର୍ଚ୍ଚ ହେଲାଣି ୫୦ ଲକ୍ଷ ଟଙ୍କା, ଖୋଲୁନି ଏଗ୍ରୋ ମଲ୍‌, ଚାଷୀ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍‌ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ ଟଙ୍କା ବିନିମୟରେ ୨ ମହଲା ବିଶିଷ୍ଟ ଏହି ମଲ୍‌ ଠିଆ କରାଯାଇଥିବା ବେଳେ ଆହୁରି ୨୦ ଲକ୍ଷ ଖର୍ଚ୍ଚ କରାଯାଇ ବ୍ୟବସାୟୀ ପାଇଁ ସେଲ୍ଫ, ବ୍ୟାଞ୍ଚ ଆଦି ଶୋ’ ରୁମ୍‌ ବାବଦକୁ ଖର୍ଚ୍ଚ ପାଇଁ ଯୋଜନା କରାଯାଉଥିବା କୁହାଯାଉଛି, କେବଳ ଉକ୍ତ କୋଠାରେ ଖର୍ଚ୍ଚ କରାଯାଇ ସାଜସଜ୍ଜା କରାଯାଇଥିଲେ ସୁଦ୍ଧା ତାହା କୃଷକମାନଙ୍କ କୌଣସି କାର୍ଯ୍ୟରେ ଆସୁନାହିଁ। କାହିଁକି ଏବଂ କାହାର ସ୍ବାର୍ଥ ପାଇଁ ବିଳମ୍ବ ତାହା ସ୍ପଷ୍ଟ କୁହାଯାଉନାହିଁ ଫଳରେ ଅଞ୍ଚଳରେ ପାରମ୍ପରିକ ଜଙ୍ଗଲ ଜାତୀୟ ଦ୍ରବ୍ୟ ହେଉ କି ପାରମ୍ପରିକ ଚାଷରୁ ଅଦା, ହଳଦୀ, ସୋରିଷ, ମାଣ୍ଡିଆ, କାଙ୍ଗୁ, କୁଏରୀ, ଆମ୍ବ, ଲିଚୁ, ଷ୍ଟ୍ରବେରୀ ଆଦି ବିକ୍ରିବଟା ପାଇଁ ସମସ୍ୟା ଦେଖାଯାଉଛି ଯେଉଁ ମହତ ଉଦ୍ଦେଶ୍ୟ ନେଇ କୋଠା ନିର୍ମାଣ କରାଯାଇଛି ତାହା କାର୍ଯ୍ୟରେ ଆସୁନାହିଁ।

ପ୍ରକାଶ ଯେ, ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଏବଂ ଓଡ଼ିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ୍‌ ମାର୍କେଟିଂ ସୋସାଇଟି (ଓଆର୍‌ଏମ୍‌ଏଏସ୍‌)ପକ୍ଷରୁ ଏହି ବଜାର ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ପ୍ରଡ୍ୟୁସର ଗ୍ରୁପ ଚୟନ କରାଯାଇ ସେମାନଙ୍କୁ ଏହି ଏଗ୍ରୋ ମଲ୍‌ଟିକୁ ହସ୍ତାନ୍ତର କରାଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଅଞ୍ଚଳରେ ଜଳର ଘୋର ଅଭାବ ସତ୍ତ୍ୱେ କୃଷକମାନେ ପାରମ୍ପରିକ ଚାଷ ସମେତ ଉଦ୍ୟାନ ଚାଷରୁ ଭଲ ଅମଳ କରନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆମ୍ବ, ଲିଚୁ, ଆଦି ଦାରିଙ୍ଗବାଡ଼ି ବ୍ୟବସାୟୀମାନେ ଆଣି ବିକ୍ରି କରୁଥିଲେ କିନ୍ତୁ ଏବେ ଆଉ ସେହି ସମୟ ନାହିଁ ବରଂ ଦାରିଙ୍ଗବାଡ଼ିରୁ ବିଭିନ୍ନ ପନିପରିବା ସମେତ ଆମ୍ବ, ଲିଚୁ, ଷ୍ଟ୍ରବେରୀ, ମିଠା ମକା ଆଦି ବାହାର ଜିଲାକୁ ବିକ୍ରି ପାଇଁ ଯାଉଛି। ଏଥିପାଇଁ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ପକ୍ଷରୁ ଅନେକ ତାଲିମ ଓ ବିହନ ଯୋଗାଇଦେବା ମାଟି ପରୀକ୍ଷା କରାଇବା ଭଳି ସହାୟତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜିପୁର ଗ୍ରାମକୁ ଯିବା ବେଳେ ଯୁବକଙ୍କୁ ଧକ୍କାଦେଇ ୧୫ ଫୁଟ ତଳକୁ ଖସିପଡ଼ିଲା ଟ୍ରାକ୍ଟର: ଆଖିବୁଜିଦେଲେ…

ମୋହନା,୧୬ା୫(ମନ୍ମଥ ମିଶ୍ର): ମୋହନା ଥାନା ଅଞ୍ଚଳରେ ଶୁକ୍ରବାର ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୋହନା ଥାନା ଅନ୍ତର୍ଗତ କିର୍ତିଂ ଗ୍ରାମର…

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri