ଇଣ୍ଟେରିୟର ହୋମ୍‌ରେ ଲାଗିଛି ୫୦ ଲକ୍ଷ ଠକେଇ ଟଙ୍କା

ଭୁବନେଶ୍ୱର,୧୮।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ଲୋକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡ୍‌ କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦ ରିମାଣ୍ଡର ଦ୍ୱିତୀୟ ଦିନରେ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ହିମାଂଶୁ ଠକେଇ କରିଥିବା ଟଙ୍କାର ବଡ଼ଭାଗ ବିଭିନ୍ନ ବ୍ୟବସାୟରେ ଲଗାଇଛନ୍ତି। କେବଳ ସାଇ ଇଣ୍ଟେରିଅର ହୋମ୍‌ରେ ୫୦ଲକ୍ଷ ଟଙ୍କା ବିନିଯୋଗ କରିଥିବା କଥା ସେ ପୋଲିସ ନିକଟରେ କହିଛନ୍ତି। ଏଥିସହ ହିମାଂଶୁଙ୍କ ବୟାନ ଆଧାରରେ ଅଧିକ କିଛି ତଥ୍ୟ ପାଇବା ପାଇଁ ପୋଲିସ ତାଙ୍କ କମ୍ପ୍ୟୁଟରର ହାର୍ଡଡିସ୍କ ଓ ୩ଟି ଏଟିଏମ୍‌ କାର୍ଡ ଜବତ କରିଛି। ସେହିଭଳି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା କାରବାରର ତଥ୍ୟ ହାସଲ କରିଛି ପୋଲିସ। ଅଭିଯୁକ୍ତ କାହାକୁ କେତେ ଟଙ୍କା ଦେଇଛନ୍ତି, କେଉଁଠୁ ତାଙ୍କ ନିକଟକୁ ଟଙ୍କା ଆସିଛି ଆଦି ଅନେକ ଦିଗକୁ ପୋଲିସ ଯାଞ୍ଚ କରୁଥିବା ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି। ହିମାଂଶୁଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ତଥ୍ୟରୁ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସୋମବାର ୩ ଦିନିଆ ରିମାଣ୍ଡ ଅବଧି ସରୁଥିବାରୁ ପୋଲିସ ର଼୍ୟାକେଟ୍‌ ଉପରୁ ସମ୍ପୂର୍ଣ୍ଣ ପର୍ଦ୍ଦା ହଟାଇବାକୁ ମାରାଥନ ଜେରା କରୁଛି। ତେବେ ଡାକ୍ତର ଓ ଘରୋଇ ହସ୍ପିଟାଲର ଲିଙ୍କ୍‌ ଥିବାନେଇ ହିମାଂଶୁ ପୋଲିସ ଆଗରେ ମୁହଁ ଖୋଲି ନ ଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ, ହିମାଂଶୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ମାର୍କେଟିଂ ବିଭାଗରେ ଚାକିରି କରୁଥିଲେ। ଏହି ସମୟରେ ସେ ହସ୍ପିଟାଲରେ କିଡ୍‌ନୀ ଆବଶ୍ୟକ ଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ। ସେମାନଙ୍କୁ ଯୋଗାଯୋଗ କରି କିଡ୍‌ନୀ ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରୁଥିଲେ। ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଉ ନ ଥିଲେ। ନୟାପଲ୍ଲୀ ପୋଲିସ ହାତରେ ଗିରଫ ହେବାପରେ ହିମାଂଶୁଙ୍କ କଳାକାରନାମା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କ ନାମରେ କମିଶନରେଟ୍‌ ପୋଲିସରେ ୪ଟି ଅଭିଯୋଗ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି, ରେଜିଷ୍ଟ୍ରାରଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ବୁର୍ଲାସ୍ଥିତ ଭିମ୍‌ସାର କ୍ୟାମ୍ପସରେ ର଼୍ୟାଗିଂ ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ ହୋଇଛି। ଗତ ୧୦ ତରିଖରେ ହଷ୍ଟେଲରେ...

୩୬୦ ବିଦ୍ୟାର୍ଥୀଙ୍କୁ ଶୂନ ମାର୍କ

କଟକ ଅଫିସ,୭ା୧୧: ଖପୁରିଆସ୍ଥିତ ସରକାରୀ ଆଇଟିଆଇ କଲେଜର ୪ର୍ଥ ସେମିଷ୍ଟର ପରୀକ୍ଷା ଫଳରେ ବିଭ୍ରାଟ ଦେଖାଦେଇଛି। ୩୬୦ ଛାତ୍ରୀଛାତ୍ରଙ୍କୁ ଗୋଟିଏ ପରୀକ୍ଷାରେ ଶୂନ ମାର୍କ ମିଳିଛି।...

ବେକାରୀ ଯୁବତୀ, ଯୁବକଙ୍କୁ ଆହ୍ବାନ ଦେଲେ ମାଓବାଦୀ

ରାୟଗଡ଼ା ଅଫିସ,୨୯ା୧୧: ରାୟଗଡ଼ା ଜିଲା ନିୟମଗିରି ପାଦଦେଶ ତଥା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି। ଡିସେମ୍ବର...

ଆର୍‌ଡି ରାସ୍ତାରୁ ହଟିବ ଟୋଲଗେଟ୍‌

ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍‌ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌କୁ...

ଟିପିଏସ୍‌ଓଡିଏଲ୍‌ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା: କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦।୧: ବ୍ରହ୍ମପୁର ଟିପିଏସ୍‌ଓଡିଏଲ୍‌ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କୁ ଟାଟାପାୱାରର ଜଣେ ଅଧିକାରୀ ଅସଦାଚରଣ ସହ ଯୌନ ନିର୍ଯାତନା...

କାର୍ଯ୍ୟକ୍ଷମ ହେବ ଜୟପୁର ‘ସେବା ପେପର ମିଲ୍‌’: ମିଳିବ ସରକାରୀ ସହାୟତା

ଭୁବନେଶ୍ୱର,୮।୮(ବ୍ୟୁରୋ)- କୋରାପୁଟ ଜିଲାର ଜୟପୁର ନିକଟସ୍ଥ ସେବା ପେପର ମିଲ୍‌କୁ କାର୍ଯ୍ୟକ୍ଷମ କରାଯିବ। ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ...

ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍‌ଡାଉନ୍‌କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ...

ସିଙ୍ଗିଲ ଓ୍ବିଣ୍ଡୋରେ ୫୧୧ କୋଟିର ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ୫୧୧.୧୯ କୋଟି ବ୍ୟୟରେ ୭ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ୬୪୦୨ରୁ ଅଧିକ କର୍ମନିଯୁକ୍ତିି...

Advertisement
Archives

Model This Week