ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ ମିଳନ। ମଣିଷ ମାରି ନରହନ୍ତାର ଦୁର୍ନାମ ମୁଣ୍ଡାଇଥିବା ମା’ ହାତୀ ସହ ଅଣ୍ଡିରା ଛୁଆ ଯାଇଛି ଜଙ୍ଗଲକୁ। ଏଭଳି ଏକ ହୃଦୟସ୍ପର୍ଶୀ ତଥା ବିରଳ ଘଟଣାର ମୂକସାକ୍ଷୀ ପାଲଟିଛି ଢେଙ୍କାନାଳ ଜିଲା କପିଳାସ ବନ୍ୟପ୍ରାଣୀ ଉଦ୍ୟାନର ହାତୀ ରେସ୍‌କ୍ୟୁ ସେଣ୍ଟର। ହାତୀଭଳି ବିଶାଳକାୟ ପ୍ରାଣୀ ନିଜ ପରିବାର ପ୍ରତି କେତେ ସମ୍ବେଦନଶୀଳ, ତାହା ଏହି ଘଟଣାରୁ ପୁନର୍ବାର ପ୍ରମାଣିତ ହୋଇଛି। ରାଜ୍ୟର ବନ୍ୟପ୍ରାଣୀ ଉଦ୍ୟାନ ଇତିହାସରେ ପ୍ରଥମ ଥର ଏଭଳି ଘଟିଥିବା କୁହାଯାଉଛି।
ସେପ୍ଟେମ୍ବର ୨୯। କଟକ ଜଗତପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ଗୋଠଛଡ଼ା ମା’ ହାତୀ ଏବଂ ଏହାର ଅଣ୍ଡିରା ଛୁଆ। ହାତୀ ଆକ୍ରମଣର ଶିକାର ହୋଇ ଅକାଳରେ ଲିଭିଯାଇଥିଲା ୩ ଜୀବନ। କ୍ରମାଗତ ହିଂସ୍ର ଆଚରଣ ପ୍ରଦର୍ଶନ କରୁଥିବା ମାଈ ହାତୀକୁ ୩୦ ତାରିଖରେ ଟ୍ରାଙ୍କୁଲାଇଜ କରି ଅଣାଯାଇଥିଲା କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ। ସେଠାକାର ‘କ୍ରଲ୍‌’ (ସ୍ବତନ୍ତ୍ର କାଠ ଘର)ରେ ସ୍ବତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ହାତୀଟିକୁ ରଖାଯାଇଥିଲା। ତେବେ ଛୁଆଠାରୁ ଅଲଗା ହେବା ପରେ ମା’ ଗର୍ଜନ କରିବା ସହ ଅଧିକ ଉଗ୍ର ଆଚରଣ ପ୍ରଦର୍ଶନ କରୁଥିଲା। ଇତିମଧ୍ୟରେ ମା’କୁ ଖୋଜିଖୋଜି ଇତସ୍ତତଃ ହୋଇ ଘୂରି ବୁଲୁଥିବା ଛୁଆହାତୀ ଜଗତପୁର ଅଞ୍ଚଳରୁ ବିରୂପା ନଦୀପାର ହୋଇ ଟାଙ୍ଗୀ-ଚୌଦ୍ୱାର ଦେଇ ପହଞ୍ଚତ୍ଥିଲା କପିଳାସ ଅଭୟାରଣ୍ୟରେ। ଛୁଆହାତୀର ଗତିବିଧି ଉପରେ ନଜର ରଖିଥିବା କଟକ ଜିଲାର ବନ କର୍ମଚାରୀମାନେ ଏ ସମ୍ପର୍କରେ ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଅନ୍ୟପଟେ ଛୁଆକୁ କପିଳାସ ଅଭୟାରଣ୍ୟର ହାତୀପଲ ପାଖ ପୂରାଇ ଦେଇ ନ ଥିଲେ। ଫଳରେ ସେ ଷୋରିଷିଆପଦା, ଜାମୁନାଳି, ଦେଓଝର, ଗୁଣ୍ଡୁରାପଶି ଡ୍ୟାମ୍‌ ନିକଟ ବିଲରେ ଉପଦ୍ରବ ସୃଷ୍ଟି କରିବା ସହ ବ୍ୟାପକ ଧାନ ଚାଷ ନଷ୍ଟ କରିଥିଲା। ଫସଲ କ୍ଷୟକ୍ଷତି କରୁଥିବା ନେଇ ଚାଷୀମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ଅକ୍ଟୋବର ୨ ସନ୍ଧ୍ୟାରେ ଡିଏଫ୍‌ଓଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଛୁଆ ହାତୀକୁ ଟ୍ରଙ୍କୁଲାଇଜ୍‌ କରି କପିଳାସ ପ୍ରାଣୀ ଉଦ୍ୟାନର ହାତୀ ଉଦ୍ଧାର କେନ୍ଦ୍ରକୁ ଆଣି ମା’ ପାଖରେ ଛାଡ଼ିଥିଲେ। କ୍ରଲ୍‌ ଭିତରେ ଛୁଆକୁ କୋଳାଇ ନେଇଥିଲା ମା’ ଏବଂ ଶାନ୍ତ ପଡ଼ିଥିଲା। ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ଅନୁମତିକ୍ରମେ ୩ ତାରିଖ ରାତିରେ ପ୍ରବଳ ବର୍ଷା ସତ୍ତ୍ୱେ ଉଭୟଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ହିନ୍ଦୋଳ ରେଞ୍ଜ ସୀମାକୁ ଲାଗି ରହିଥିବା ନରସିଂହପୁର-ସାତକୋଶିଆ ନିକଟବର୍ତ୍ତୀ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ମା, ଛୁଆହାତୀ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ମା’ ଓ ଛୁଆହାତୀଙ୍କୁ ଉଦ୍ଧାର କରି ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଆଣିବା ଏବଂ ସେମାନଙ୍କୁ ଏକାଠି କରି ଜଙ୍ଗଲରେ ଛାଡ଼ିବା ରାଜ୍ୟରେ ପ୍ରଥମ ବୋଲି ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଅନ୍ୟପଟେ ଦୁଇହାତୀଙ୍କୁ ଜଙ୍ଗଲରେ ଛଡ଼ାଯାଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାସୋଳ ସେକ୍ସନର ଦଣ୍ଡିରି ଅଞ୍ଚଳବାସୀ। ଜନଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନେ ଦଣ୍ଡିରି ବିଟ୍‌ ହାଉସରେ ତାଲା ପକାଇ ଧାରଣା ଦେଇଥିଲେ। ବନ କର୍ମଚାରୀ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri