୫ବର୍ଷର ଶିଶୁଙ୍କୁ ହତ୍ୟା କରି ରକ୍ତ ପିଇଲେ ଅଭିଯୁକ୍ତ

ଡାବୁଗାଁ,୧୧।୧(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମରେ ଗୁରୁବାର ଏକ ୫ ବର୍ଷର ଶିଶୁଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଡାବୁଗାଁ ବ୍ଲକ ବୋରିଗାଁ ପଞ୍ଚାୟତ ଅଧୀନ ମେଣ୍ଡ୍ରା ଗ୍ରାମ ସରଗୁଲି ପାହାଡରେ ଥିବା ଶିବ ମନ୍ଦିରରେ ସନାଧର ପୂଜାରୀ ମନ୍ଦିରରେ ପୂଜା କରନ୍ତି। ଗୁରୁବାର ସନାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ପରେ ତାଙ୍କର ୫ ବର୍ଷର ଶିଶୁ ଚନ୍ଦନ ଅଜାଙ୍କ ସହ ମନ୍ଦିରକୁ ଯାଇଥିଲେ। ସେତିକିବେଳେ ଗ୍ରାମର ଜଳେନ୍ଦ୍ର ସାନ୍ତା(୨୫) ନାମକ ଜଣେ ଯୁବକ ମନ୍ଦିରକୁ ଯାଇ କୌଣସି କାରଣକୁ ନେଇ ପୂଜକ ସନାଧରଙ୍କ ସହ ପାଟିତୁଣ୍ଡ କରିଥିଲେ। ଏଥିରେ ଜଳେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଖେଳୁଥିବା ଶିଶୁପୁତ୍ର ଚନ୍ଦନଙ୍କୁ ଟେକି ଆଣି ମନ୍ଦିର ବାରଣ୍ଡାର ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରେ ଶିଶୁର ଡାହାଣ ହାତ ଓ ବାମ ଗୋଡକୁ ପଥରରେ ଛେଚି ଛିଣ୍ଡାଇ ଦେଇଥିଲେ। ଏପରିକି ହତ୍ୟାକାରୀ ଶିଶୁର ରକ୍ତ ପିଇଥିଲେ।

ସନାଧର ପାଟି କରିବାରୁ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହେଲେ ହତ୍ୟାକାରୀ ଜଳେନ୍ଦ୍ର କଟା ହାତ, ଗୋଡ ଧରି ଦୌଡି ଫେରାର ହୋଇଯାଇଥିଲେ। ପରେ ସେ ଏହାକୁ ନିଜ ଘର ବାରିପଟେ ଜାଳେଣୀ ପାଇଁ ରଖାଯାଇଥିବା ଶୁଖିଲା ମକାଗଛ ଗଦା ତଳେ ଲୁଚାଇ ଦେଇଥିଲେ। ଏଭଳିସ୍ଥିତିରେ ଗାଁ ଲୋକେ କୌଶଳ କ୍ରମେ ହତ୍ୟାକାରୀଙ୍କୁ କାବୁ କରି ଏକ ଗଛରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରି ଥାନାକୁ ପଠାଇ ଥିଲେ। ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏପରିକି ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମଧୁଶିକ୍ତା ମିଶ୍ର ଓ ସାଇଣ୍ଟିଫିକ ଟିମ୍‌ ପ୍ରମୁଖ ଘଟଣାର ତଦନ୍ତ କରି ଫେରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଏନେଇ ମୃତକଙ୍କ ପିତା ଡାବୁଗାଁ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭିତ୍ତି କରି ଏକ ହତ୍ୟା ମାମଲା (ନଂ.୯/୨୪) ରୁଜୁ କରିଛି। ପୋଲିସ ଅଭିଯୁକ୍ତ ଜଳେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସହଯୋଗ କାମନା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଭଞ୍ଜନଗର ଶାଖାର ୪ର୍ଥ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି…

ଏକତରଫା ପ୍ରେମ ପାଇଁ ଯୁବତୀଙ୍କୁ ଜାଳିଥିଲେ, ଏବେ…

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରେ ଘଟିଥିବା ଅଭାବନୀୟ ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏକତରଫା ପ୍ରେମରୁ ଯୁବକ ଜଣକ ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri