ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ

କିଭ୍‌/ମସ୍କୋ/ଓ୍ବାଶିଂଟନ୍‌, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍‌କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍‌ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଛି। ଡୋନେସ୍କର ପ୍ରମୁଖ ସହର ଲିମ୍ୟାନ୍‌ରେ ୟୁକ୍ରେନ୍‌ ସୈନ୍ୟ ପ୍ରାୟ ୫ ହଜାର ରୁଷୀୟ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଛନ୍ତି। ଏ ନେଇ ଲୁହାନ୍‌ସ୍କ ଗଭର୍ନର ସେରେଗି ଗଇଦେ ଶନିବାର ସୂଚନା ଦେଇଛନ୍ତି। ମର ନଚେତ୍‌ ଆତ୍ମସମର୍ପଣ କର ନଚେତ୍‌ ଜାଗା ଛାଡ଼ି ପଳାଅ ବୋଲି ସେମାନଙ୍କ ଆଗରେ ସର୍ତ୍ତ ରଖାଯାଇଥିଲା। ରୁଷୀୟ ସୈନ୍ୟଙ୍କ ପଳାୟନ ପରେ ଡୋନେସ୍କରେ ଥିବା ୫ ଗାଁ ଏବେ ରୁଷିଆ କବଳରୁ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି।

ଜାପୋରିଝିଆ ସ୍ଥିତ ଆଣିବକ ଶକ୍ତି କେନ୍ଦ୍ରର ମୁଖ୍ୟ ଇହୋର ମୁରାଶୋଭ୍‌ଙ୍କୁ ରୁଷିଆ ଅପରହଣ କରିନେଇଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। ରୁଷୀୟ ସୈନ୍ୟ ମୁରାଶୋଭ୍‌ଙ୍କ କାର୍‌ ଅଟକାଇ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛନ୍ତି। ମସ୍କୋ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳକୁ ଫେରାଇଅଣାଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ସେପଟେ ରୁଷିଆ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରାଜି ଥିବା କହିବା ପରେ ବି ଉତ୍ତରପୂର୍ବ ସହର ଖର୍କିଭରେ ସେଲ୍‌, ବୋମା ମାଡ଼ ଜାରି ରଖିଛି। ଜନସାଧାରଣଙ୍କୁ ଟାର୍ଗେଟ କରି ଶୁକ୍ରବାର ସେଲିଂ ଯୋଗୁ ଅନୂ୍ୟନ ୨୦ ନାଗରିକଙ୍କ ମୃତ୍ୟୁ ଘଟିଛି।

ଲୋକେ ଭୟରେ ଉକ୍ତ ଅଞ୍ଚଳ ଛାଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ରୁଷିଆ ସେମାନଙ୍କ ଉପରେ ବୋମାମାଡ଼ କରିଛି ବୋଲି ଖର୍କିଭ ଗଭର୍ନର ଓଲେହ ସିନିହୁବୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ୪ ଅଞ୍ଚଳକୁ ରୁଷିଆ ନିଜ ଭୂଖଣ୍ଡରେ ବେଆଇନ ଭାବେ ସାମିଲ କରିବାକୁ ନେଇ ଆମେରିକା ମସ୍କୋ ଉପରେ ନୂଆ କଟକଣା ଲଗାଇଛି। ରୁଷିଆ ମିଲିଟାରି-ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସର ୧୪ ଜଣ, ରୁଷିଆ ଆର୍ଥିକ କାରବାର ବୁଝୁଥିବା ୩ ପ୍ରମୁଖ ଲିଡର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୭୮ ଆଇନ ପ୍ରଣେତାଙ୍କ ଉପରେ ଓ୍ବାଶିଂଟନ୍‌ କଟକଣା ଲାଗୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?