Posted inଖେଳ

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଚଳିତ ସଂସ୍କରଣ ଭାରତରେ ଖେଳାଯାଉଥିବାରୁ ପ୍ରଶଂସକ ଏବଂ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଏଭଳିସ୍ଥଳେ ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାରେ ସବୁଠାରୁ ଅଧିକ ରନ୍‌ କରିଥିବା ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ ବିଷୟରେ।

ଏହି ତାଲିକା ଶୀର୍ଷରେ ରହିଛନ୍ତି ଆର୍‌ସିବି ଅଧିନାୟକ ବିରାଟ କୋହଲି। ଏହାଛଡ଼ା ବିଦେଶୀ ଖେଳାଳି ଭାବେ ଡେଭିଡ ଓ୍ବାର୍ନର ମଧ୍ୟ ଶ୍ରେଷ୍ଠ ୫ରେ ଅଛନ୍ତି।

ଟପ୍‌-୫:
୧-ବିରାଟ କୋହଲି: ସର୍ବାଧିକ ରନ୍‌ କରିବାକୁ ନେଇ କୋହଲିଙ୍କୁ ରନ୍‌ ମେଶିନ ବୋଲି କୁହାଯାଏ। ସେ ୧୮୪ ପାଳିରେ ୫୮୭୮ରନ୍‌ କରିଛନ୍ତି। ଗତ ୬-୭ ସିଜନ ଧରି ସେ ସବୁଠାରୁ ଅଧିକ ରନ୍‌ କରିଆସୁଛନ୍ତି।
୨- ସୁରେଶ ରାଇନା: ଚେନ୍ନାଇ ସୁପରକିଙ୍ଗ୍ସର ସୁରେଶ ରାଇନା କୋହଲିଙ୍କ ପରେ ସର୍ବାଧିକ ରନ୍‌ କରିଛନ୍ତି। ସେ ୫୩୬୮ ରନ୍‌ କରିଛନ୍ତି।
୩-ଡେଭିଡ ଓ୍ବାର୍ନର- ୨୦୦୯ରୁ ଓ୍ବାର୍ନର ଆଇପିଏଲ୍‌ରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ୫୩୫୪ରନ୍‌ କରିଛନ୍ତି।
୪-ରୋହିତ ଶର୍ମା- ହିଟ୍‌ମ୍ୟାନ୍‌ ୫୨୩୦ ରନ୍‌ କରି ଶ୍ରେଷ୍ଠ ୪ ରେ ସ୍ଥାନ କରିଛନ୍ତି
୫-ଶିଖର ଧଓ୍ବନ- ବାମହାତୀ ଧଓ୍ବନ ୫୧୯୭ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋର୍ଗାନଙ୍କ ଛକା ରେକର୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

ଓଡ଼ିଶା ଏଫସି ସହିତ ଭିନିତଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି। ସେ ୨୦୨୩ ପର୍ଯ୍ୟନ୍ତ...

ଗର୍ଲଫ୍ରେଣ୍ଡ୍‌ଙ୍କୁ ଅଚାନକ ଦେଖି କାନ୍ଦିବାକୁ ଲାଗିଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳି

ଦୁବାଇ,୧୪।୧୦; ଆଇପିଏଲ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଚମତ୍କାର ପ୍ରଦର୍ଶନ କରୁଛି। ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛି।...

ଜାଭେଲିନ ଥ୍ରୋୟର ନିରଜଙ୍କୁ ଅଲିମ୍ପକ୍ସ ଯୋଗ୍ୟତା

ନୂଆଦିଲ୍ଲୀ,୨୯।୧- ଷ୍ଟାର ଜାଲେଭିନ ଥ୍ରୋୟର ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍ସ ସେଣ୍ଟ୍ରାଲ ନର୍ଥ ଇଷ୍ଟ ପ୍ରତିଯୋଗିତାରେ ସେ ୮୭.୮୬...

ବୟସ ଜାଲିଆତି କରିଥିଲେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ

ନୂଆଦିଲ୍ଲୀ,୩୧।୧୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଜଣେ ସଦସ୍ୟଙ୍କୁ ବୟସ ଜାଲିଆତି କାରଣରୁ ବାସନ୍ଦ କରାଯାଇଛି। ମନଜୋତ କାଲରାଙ୍କୁ ଦିଲ୍ଲୀ ଓ...

ଓ୍ବାର୍ନର ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ

ମୁମ୍ବାଇ,୨୭ା୨- ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱରେ ପରିବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲୟମସନଙ୍କୁ ହଟାଇ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପୁଣି...

ଭାରତ ଟୁର୍‌ରୁ ଲାଙ୍ଗରଙ୍କ ବିଶ୍ରାମ

ସିଡ୍‌ନୀ, ୭।୧ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ଆଗାମୀ ଭାରତ ଗସ୍ତରୁ ଓହରି ଯାଇଛନ୍ତି। କିଛି ବ୍ୟକ୍ତିଗତ କାମ ଲାଗି...

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ...

Advertisement
Archives

Model This Week