ଫେରିବା ଅପେକ୍ଷାରେ ୫ ଛାତ୍ର

ଚମ୍ପୁଆ/ପାଟଣା/ଯୋଡ଼ା/ବାରିପଦା ଅଫିସ,୨୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୫ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସ୍ବଦେଶ ଫେରାଇ ଆଣିବାକୁ ସେମାନଙ୍କ ମାତାପିତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଚମ୍ପୁଆ ଅଞ୍ଚଳର ଶୁଭମ କୁମାର ସାହୁଙ୍କୁ ଫେରାଇ ଆଣିବା ପାଇଁ ବାପା ଦିଲ୍ଲୀପ କୁମାର ସାହୁ ସରକାରଙ୍କୁ ନିବେଦନ କରିଥିବା ଜଣାଯାଇଛି। ଶୁଭମ ୨୦୧୮ରେ ୟୁକ୍ରେନର ଭିନିତ୍‌ସିଆକୁ ଡାକ୍ତରୀ ପାଠ ପଢିବାକୁ ଯାଇଥିବା ବେଳେ ବର୍ତ୍ତମାନ ସେ ୪ର୍ଥ ବର୍ଷର ଛାତ୍ର। ସେ ନ୍ୟାଶନାଲ୍‌ ମେଡିକାଲ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ବେଳେ ସାଙ୍ଗମାନଙ୍କ ସହ ଏକ ଫ୍ଲାଟରେ ରହୁଛନ୍ତି। ପାଟଣାର ସ୍ବାଧୀନ ବିଶ୍ୱାଳ ୟୁକ୍ରେନର ଖାରକିଭ ନ୍ୟାଶନାଲ ମେଡ଼ିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢିବାକୁ ଯାଇ ସେଠାରେ ଫଶିଛନ୍ତି। ସ୍ବାଧୀନଙ୍କ ବାପା ସୁକାନ୍ତ ବିଶ୍ୱାଳ ପାଟଣା ବ୍ଲକ ଯମୁନା ପଶି ପଞ୍ଚାୟତରେ କୃଷି ବିଭାଗ ସୁପରଭାଇଜର ଭାବେ କାର୍ଯ୍ୟ କରୁଛନ୍ତି। ସେ ପାଟଣା ବ୍ଲକ ଖୀରେଇଟାଙ୍ଗିରୀରେ ଭଡ଼ା ଘରେ ଅବସ୍ଥାନ କରୁଥିବା ବେଳେ ସୁକାନ୍ତଙ୍କ ମୂଳ ଘର ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଖଜିରାକଟା ଗଁାରେ। ଯୋଡ଼ା ସହରର ଛାତ୍ର ସତ୍ୟବ୍ରତ ସାହୁ ୟୁକ୍ରେନ ଦେଶର ଖାକିବ ସହରରେ ରହି ଡାକ୍ତରୀ ପାଠ ପଢୁଛନ୍ତି। ତାଙ୍କ ବାପା ଗଣେଶ ଚନ୍ଦ୍ର ସାହୁ କହିଛନ୍ତି ଆମେମାନେ ପୁଅକୁ ନେଇ ଭୟଭୀତ ଅଛୁ। ସତ୍ୟବ୍ରତ ଘରକୁ ଖବର ଦେଇ କହିଛନ୍ତି ଯେ, ଶୁକ୍ରବାର ଭୋର୍‌ ସମୟରେ ପ୍ରଚଣ୍ଡ ବୋମା ମାଡ଼ ଶବ୍ଦରେ ଘରଦ୍ୱାର ଥରିଯାଇଥିଲା। ସମସ୍ତେ ଡରିଯାଇଥିଲେ। ସେହିପରି ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ୧୦ନଂ. ୱାର୍ଡ କାଳିମନ୍ଦିର ସାହିର ଛାତ୍ର ପୀୟୂଷ ଦାସ ଓ ୨୬ନଂ. ୱାର୍ଡ ମୁର୍ଗାବାଡି ଅଞ୍ଚଳର ସୁମନ ଘୋଷ ୟୁକ୍ରେନରେ ଫସି ରହିଛନ୍ତି। ପୀୟୂଷ ୫ମ ବର୍ଷ ଓ ସୁମନ ୪ର୍ଥ ବର୍ଷର ଡାକ୍ତରୀ ଛାତ୍ର ା ସେମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଉଭୟଙ୍କ ପରିବାର ଲୋକେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

ଧରିତ୍ରୀ ପ୍ରଭାବ: ବଦଳିଲେ କନିଷ୍ଠ ଯନ୍ତ୍ରୀ

ମୋରଡ଼ା,୪ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କ ବାରିପଦା ବ୍ଲକକୁ ବଦଳି ହୋଇଛି। ଜିଲାପାଳଙ୍କ ଚିଠି ସଂଖ୍ୟା ୧୨୯୮୪/୨ା୪ା୨୩ରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri