ସୋରଡ଼ା,୧୨ା୧୧(ଡି.ଏନ୍.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଲାଲ୍ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ପରାମର୍ଶରେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ୱାରା ୨୯ ଜଣ ଶିକ୍ଷାନିବେଶଙ୍କୁ ମୂଳ ପାଠ୍ୟକ୍ରମ ତାଲିମ ପ୍ରଦାନ ପୂର୍ବକ ଗ୍ରାମାଞ୍ଚଳ ପ୍ରଶାସନିକ ଜ୍ଞାନ ହାସଲ ପାଇଁ ୬ଟି ଦଳରେ ୬ ଦିନିଆ ଭ୍ରମଣରେ ୫ ଜିଲାକୁ ପଠାଯିବା ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନେ ଜିଲାର ଏସ୍ପି, ଜିଲାପାଳ,ରାଜସ୍ବ ଅଧିକାରୀ, ତହସିଲଦାର, ସରପଞ୍ଚ,ଗ୍ରାମାଞ୍ଚଳ ଜନସାଧାରଣଙ୍କ ସହ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିବେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ପିଏମଆଇ,ଏମ୍ଜିଏନ୍ଆର୍ଇଜିଏ ଯୋଜନା,ସାମାଜିକ ନିରାପତ୍ତା ଯୋଜନାର ରୂପାୟନ ବୁଲି ଦେଖିବେ। ଏହି କ୍ରମରେ ଗୋଟିଏ ଦଳ ସୋରଡ଼ା ବ୍ଲକର ଗୋଛା,ଗଉଡ଼ଗୋଠ,ମେରିକୋଟ,ବଡ଼ବଦାଙ୍ଗି, ବଦଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯିବା ସ୍ଥିର ହୋଇଛି। ୫ ଜଣ ଶିକ୍ଷାନିବେଶଙ୍କ ମଧ୍ୟରେ ଭାରତୀୟ ଡାକ ଓ ଦୂରସଞ୍ଚାର ହିସାବ ଏବଂ ବିତ୍ତସେବାର ଦେଶମୁଖ ସୌରଭ। ଅନ୍ୟ ୪ ଜଣ ହେଲେ ଭାରତୀୟ ରେଳ ଯାତାୟାତ ସେବାର ପ୍ରସନ୍ନ ଆର ଲୋଧ, ମିଥୁନ ରାଜ ଯାଦବ,ଜଗଦୀଶ,ବିପିନ ନାୟକ। ସୋମବାର ସେମାନେ ଏଠାରେ ସକାଳୁ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ ଏବି ସଞ୍ଜୀବ ରାଜ ସେନାପତି ସମସ୍ତଙ୍କୁ ସାଙ୍ଗରେ ନେବେ । ସୋମବାରଠାରୁ ଶନିବାର ୬ ଦିନ ଏଠାରେ ରହଣି କରିବେ। ଗଞ୍ଜାମ ଜିଲା ପରିଷଦ ଚିଠି ନମ୍ବର ୧୧୩୮୪/୧୦/୧୧/୨୦୨୨କୁ ଭିତ୍ତି କରି ସୋରଡ଼ା ପୋଲିସ,ଶିଶୁ ଶିକ୍ଷା,ସ୍ବାସ୍ଥ୍ୟ,ବନ,ରାଜସ୍ବ, କୃଷି, ବିଦ୍ୟୁତ ଜନସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗକୁ ଅବଗତ କରାଯାଇଛି।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍ ଜଗତରେ ଖେଳିଗଲା…
ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…
ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…
ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା
ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…
ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!
ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…
ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ
ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ରେ ତିଳକ…
୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…
ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…
କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ
ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…
ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା
ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

