ସୋରଡ଼ା ଆସିବେ ଲୋକ ସେବା ଆୟୋଗର ଚୟନକୃତ ୫ ଶିକ୍ଷାନିବେଶ

ସୋରଡ଼ା,୧୨ା୧୧(ଡି.ଏନ୍‌.ଏ.): ଭାରତୀୟ ଲୋକ ସେବା ଆୟୋଗର ଚୟନ କୃତ ୫ ଶିକ୍ଷାନିବେଶ ସୋମବାର ସୋରଡ଼ାରେ ପହଞ୍ଚିବେ। ଏଥିପାଇଁ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଅଞ୍ଚଳର ସମସ୍ତ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଲାଲ୍‌ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ପରାମର୍ଶରେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବର ଦ୍ୱାରା ୨୯ ଜଣ ଶିକ୍ଷାନିବେଶଙ୍କୁ ମୂଳ ପାଠ୍ୟକ୍ରମ ତାଲିମ ପ୍ରଦାନ ପୂର୍ବକ ଗ୍ରାମାଞ୍ଚଳ ପ୍ରଶାସନିକ ଜ୍ଞାନ ହାସଲ ପାଇଁ ୬ଟି ଦଳରେ ୬ ଦିନିଆ ଭ୍ରମଣରେ ୫ ଜିଲାକୁ ପଠାଯିବା ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନେ ଜିଲାର ଏସ୍‌ପି, ଜିଲାପାଳ,ରାଜସ୍ବ ଅଧିକାରୀ, ତହସିଲଦାର, ସରପଞ୍ଚ,ଗ୍ରାମାଞ୍ଚଳ ଜନସାଧାରଣଙ୍କ ସହ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିବେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର,ପିଏମଆଇ,ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା,ସାମାଜିକ ନିରାପତ୍ତା ଯୋଜନାର ରୂପାୟନ ବୁଲି ଦେଖିବେ। ଏହି କ୍ରମରେ ଗୋଟିଏ ଦଳ ସୋରଡ଼ା ବ୍ଲକର ଗୋଛା,ଗଉଡ଼ଗୋଠ,ମେରିକୋଟ,ବଡ଼ବଦାଙ୍ଗି, ବଦଗଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯିବା ସ୍ଥିର ହୋଇଛି। ୫ ଜଣ ଶିକ୍ଷାନିବେଶଙ୍କ ମଧ୍ୟରେ ଭାରତୀୟ ଡାକ ଓ ଦୂରସଞ୍ଚାର ହିସାବ ଏବଂ ବିତ୍ତସେବାର ଦେଶମୁଖ ସୌରଭ। ଅନ୍ୟ ୪ ଜଣ ହେଲେ ଭାରତୀୟ ରେଳ ଯାତାୟାତ ସେବାର ପ୍ରସନ୍ନ ଆର ଲୋଧ, ମିଥୁନ ରାଜ ଯାଦବ,ଜଗଦୀଶ,ବିପିନ ନାୟକ। ସୋମବାର ସେମାନେ ଏଠାରେ ସକାଳୁ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ ଏବି ସଞ୍ଜୀବ ରାଜ ସେନାପତି ସମସ୍ତଙ୍କୁ ସାଙ୍ଗରେ ନେବେ । ସୋମବାରଠାରୁ ଶନିବାର ୬ ଦିନ ଏଠାରେ ରହଣି କରିବେ। ଗଞ୍ଜାମ ଜିଲା ପରିଷଦ ଚିଠି ନମ୍ବର ୧୧୩୮୪/୧୦/୧୧/୨୦୨୨କୁ ଭିତ୍ତି କରି ସୋରଡ଼ା ପୋଲିସ,ଶିଶୁ ଶିକ୍ଷା,ସ୍ବାସ୍ଥ୍ୟ,ବନ,ରାଜସ୍ବ, କୃଷି, ବିଦ୍ୟୁତ ଜନସ୍ବାସ୍ଥ୍ୟ ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗକୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri