ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ

ଛତିଆ,୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି। ପୋଲିସ ତାଙ୍କଠାରୁ ୨ଟି ବନ୍ଧୁକ ୨ଟି ଗୁଳି ସହ ମାରଣାସ୍ତ୍ର ଏବଂ ୨ଟି ବାଇକ୍‌ ଜବତ କରିଛି।

କୌଣସି ଏକ ବିଶେଷ ସୂତ୍ରରୁ ଡକାୟତ ଗ୍ୟାଙ୍ଗ ସମ୍ପର୍କରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲଙ୍କୁ ଖବର ମିଳିଥିଲା। ତାଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରାତିରେ ବୈରୀ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ, ଏସ୍‌ଆଇ ଜହର୍‌ ଆବେଦିନ, ଏସ୍‌ଆଇ ଅକ୍ଷୟ ବେହେରାଙ୍କ ସହ ଥାନା କର୍ମଚାରୀ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ ଡକାୟତ ଗ୍ୟାଙ୍ଗର ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ରବିବାର ଗିରଫ ୫ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର, ଯୁବକ ଗିରଫ

ନିଆଳି,୧୪।୩ (ଡି.ଏନ୍‌.ଏ.): ନିଆଳି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏହି ଘଟଣାରେ ନିଆଳି ଥାନା ପୋଲିସ ଜଣେ...

ପାରିବାରିକ ଶତ୍ରୁତାକୁ ନେଇ କନଷ୍ଟେବଳଙ୍କୁ ଜାଳିଦେଇଥିଲେ ୨ ଭାଇ

ବାଉଁଶୁଣୀ,୩ା୩: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତା ଯୋଗୁ ସାନଭାଇ କନଷ୍ଟେବଳଙ୍କୁ ନିଆଁରେ ପୋଡି ହତ୍ୟା କରିବା ଘଟଣାରେ ପୋଲିସ...

୨୯ରେ କଂଗ୍ରେସର ବ୍ଲକ ଘେରାଉ

ରୂପସା,୨୬।୯(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସ ଡାକରା ଦେଇଛି। ବନ୍ୟାଜନିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆବାସ...

ଭାଣିଜିଙ୍କୁ ଅସଦାଚରଣ, ମାମୁଙ୍କୁ ମାଡ଼ ମାରି ଲୁଟ୍‌: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ପର୍ଯ୍ୟଟନ କ୍ଷେତ୍ର ମା’ ମହୁରୀ କାଳୁଆ ମନ୍ଦିର ନିକଟରେ ଗତ ୩ ତାରିଖ ମଧ୍ୟାହ୍ନରେ ବାଇକ୍‌ ଅଟକାଇ...

ବଲାଙ୍ଗୀରରେ ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି

ବଲାଙ୍ଗୀର ଅଫିସ, ୨୦।୧୦- ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଗୁରୁବାର ବଲାଙ୍ଗୀରର...

ଓଡ଼ିଶା ପର୍ଯ୍ୟଟନରେ ନୂଆ ସୁଯୋଗ ‘ଇକୋ-ଟୁରିଜମ୍‌’

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ପୁରୀ, କୋଣାର୍କ, ଭୁବନେଶ୍ୱରରୁ ବାହାରି ଓଡ଼ିଶାରେ ଥିବା ଉତ୍କୃଷ୍ଟ ପରିବେଶ, ଜଙ୍ଗଲ ଓ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମାଧ୍ୟମରେ କିଭଳି ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ...

ଟେଷ୍ଟିଂ, ଟ୍ରେସିଂ, ଭାକ୍ସିନେଟିଂ ଜୋର୍‌ଦାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଦେଶରେ କରୋନାର ନୂଆ ରୂପ କାୟା ବିସ୍ତାର କରିଚାଲିଥିବାରୁ ଓଡ଼ିଶାକୁ ଯେପରି ପଶି ନ ପାରିବ ସେଥିପାଇଁ ସରକାର ସବୁ ସ୍ତରରୁ ଉଦ୍ୟମ...

ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ

ବରଗଡ଼ ଅଫିସ୍‌,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ...

Advertisement
Archives

Model This Week