ବଦଳିଲେ ୫ ପୋଲିସ ଅଫିସର

କେନ୍ଦୁଝର, ୨ା୯(ଡି.ଏନ୍‌.ଏ.): ୫ ପୋଲିସ ଅଫିସରଙ୍କୁ କେନ୍ଦୁଝର ଜିଲାରୁ ବଦଳି କରାଯାଇଥିବାବେଳେ ୨ଜଣ ଜିଲାକୁ ଆସିଛନ୍ତି। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଆଦେଶ ସଂଖ୍ୟା ୯୯/ ୩୧ା୮ା୨୦୨୦ରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟର ମାନସ କୁମାର ସ୍ବାଇଁଙ୍କୁ ରାଉରକେଲାକୁ ବଦଳି କରାଯାଇଥିବାବେଳେ ରାଉରକେଲାରେ କାର୍ଯ୍ୟରତ ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କେନ୍ଦୁଝର ଜିଲାକୁ ଆସିଛନ୍ତି। ସେହିପରି ଇନ୍ସପେକ୍ଟର ରାମଚନ୍ଦ୍ର ବିଶ୍ୱାଳଙ୍କୁ କେନ୍ଦୁଝରରୁ ରାଉରକେଲା,ସ୍ମୃତିପ୍ରଭା ପ୍ରଧାନଙ୍କୁ କେନ୍ଦୁଝରରୁ ସୁନ୍ଦରଗଡ,ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁଙ୍କୁ କେନ୍ଦୁଝରରୁ ରାଉରକେଲା,ସହକାରୀ ସବ୍‌ଇନ୍ସପେକ୍ଟର କିରାଣୀ ମହାନ୍ତଙ୍କୁ ସୁନ୍ଦରଗଡରୁ କେନ୍ଦୁଝର ଓ ଏଏସ୍‌ଆଇ ଟିକେଶ୍ୱର ବୁଡାଙ୍କୁ କେନ୍ଦୁଝରରୁ ସୁନ୍ଦରଗଡକୁ ବଦଳି କରାଯାଇଛି। ଇନ୍ସପେକ୍ଟର ମାନସ ଓ ପ୍ରମୋଦିନୀ ଏବଂ ଏଏସ୍‌ଆଇ କିରାଣୀ ଓ ଟିକେଶ୍ୱରଙ୍କୁ ସେମାନଙ୍କର ନିଜସ୍ବ ଆବେଦନକୁ ବିଚାର କରାଯାଇ ବଦଳି କରାଯାଇଥିବାବେଳେ ରାମଚନ୍ଦ୍ର,ସ୍ମୃତିପ୍ରଭା ଏବଂ ଶ୍ରୀକାନ୍ତଙ୍କୁ ପ୍ରଶାସନିକ ଆବଶ୍ୟକତାକୁ ଲକ୍ଷ୍ୟ କରି ବଦଳି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri