ରାତି ଦେଖିଲା ଅନୁଗୋଳ ବଜାର

ଅନୁଗୋଳ ଅଫିସ, ୨ା୯ – ଗତ ୫ ମାସ ହେଲା ବାରମ୍ବାର ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପରେ ମଙ୍ଗଳବାରଠାରୁ ଅନୁଗୋଳରେ ସ୍ବାଭାବିକ ହୋଇଛି ବ୍ୟବସାୟ ବାଣିଜ୍ୟ। ପୂର୍ଣ୍ଣକାଳୀନ ଦୋକାନ ଖୋଲାଯାଇଥିବା ବେଳେ ରାତି ଦେଖିଛି ଅନୁଗୋଳ ବଜାର। ସରକାରଙ୍କ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୩୦ ଯାଏ କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରୁ ଲକ୍‌ଡାଉନ୍‌, ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟ୍‌ଡାଉନକୁ ହଟାଇ ଦିଆଯାଇଥିବାରୁ ଏହାକୁ ନେଇ ବ୍ୟବସାୟୀମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟ କଟକଣା ସହ ସାମାଜିକ ଦୂରତ୍ୱ ଓ ମାସ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେମାନେ କହିଛନ୍ତି। ସେହିପରି ସରକାରଙ୍କ ଏପରି ନିଷ୍ପତ୍ତି ଆର୍ଥିକ କାରବାରରେ ସୁଧାର ଆଣିବ ବୋଲି ସହରବାସୀ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନର ଉପରମୁହଁା ସଂକ୍ରମଣକୁ ନେଇ ସେମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ପରଠାରୁ ବିଭିନ୍ନ କଟକଣା ମଧ୍ୟରେ ଅନୁଗୋଳ ଜିଲାରେ ବ୍ୟବସାୟ ବାଣିଜ୍ୟ ଚାଲି ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ପରେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇ ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏ ଅନୁମତି ଦିଆଯାଇଥିଲା। ଏହାପରେ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ଏହା ଅଗଷ୍ଟ ୩୧ ଯାଏ ଜାରିରହିଥିଲା। ଏପରି କି ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଥିଲା। ତେବେ ସେପ୍ଟେମ୍ବର ୧ରୁ ୩୦ ଯାଏ ରାଜ୍ୟ ସରକାର ଉକ୍ତ କଟକଣା ଉଠାଇ ଦେଇଥିବାରୁ ବ୍ୟବସାୟୀଙ୍କ ସହ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନ ତମାମ ଲୋକଙ୍କ ଭିଡ଼ ବଜାରରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଜିଲାରେ ଏବେ କରୋନା ପଜିଟିଭ୍‌ ସଂଖ୍ୟା ୮୯୯ରେ ପହଞ୍ଚତ୍ଥିବା ବେଳେ କଡ଼ା କଟକଣା ହଟାଇ ଦିଆଯାଇଥିବାରୁ ସଂକ୍ରମଣ ବଢ଼ିପାରେ ବୋଲି ସହରବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

 

ଦୀର୍ଘଦିନ ପରେ ଆଶ୍ୱସ୍ତି
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ହଟିଯାଇଥିବାରୁ ବ୍ୟବସାୟୀମାନଙ୍କୁ ଦୀର୍ଘ ଦିନ ପରେ ଆଶ୍ୱସ୍ତି ମିଳିଛି। ଆଗାମୀ ଦିନ କଥା ଜଣା ନ ଥିଲେ ବି ଏବେ ବ୍ୟବସାୟ ଭଲ ହେବ। କରୋନା ସଙ୍କଟ ଟଳି ନ ଥିବାରୁ ସାବଧାନର ସହ କଟକଣା ମାନି ବ୍ୟବସାୟ କରିବାକୁ ହେବ।
-ରଞ୍ଜନ ବାରିକ, ବ୍ୟବସାୟୀ, ଅନୁଗୋଳ

ଅଧିକ କଠୋର ନିୟମ ଗ୍ରହଣୀୟ ନୁହେଁ
ଲୋକଙ୍କୁ ଡରାଇ ନୁହେଁ ବରଂ ସଚେତନ କରାଯାଇପାରିଲେ ସଂକ୍ରମଣ ରୋକିହେବ। ତେଣୁ ଆଉ ଅଧିକ ଦିନ କଠୋର ନିୟମ ଗ୍ରହଣୀୟ ନୁହେଁ। ସରକାର ଯେତେ କଡ଼ାକଡ଼ି କଲେ ବି ଲୋକେ ଗଳାବାଟ ଦେଇ କାର୍ଯ୍ୟକାଳପମାନ କରୁଛନ୍ତି। ତେଣୁ ସେମାନଙ୍କୁ ସଜାଗ କରାଯିବା ଆବଶ୍ୟକ।
-ଶରତ ସାହୁ, ଆଇନଜୀବୀ

ସଚେତନ ହେଲେ ବର୍ତ୍ତିହେବ
କରୋନା ସଂକ୍ରମଣକୁ ହଠାତ୍‌ ରୋକିହେବ ନାହିଁ। ଏହା ତଳମୁହଁା ହେବାକୁ ଆହୁରି କିଛିଦିନ ଲାଗିବ। ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ନେବା ଉଦ୍ଦେଶ୍ୟରେ ହୁଏତ ସରକାର କଠୋର କଟକଣା ହଟାଇ ନେଇଛନ୍ତି। ତେଣୁ ଲୋକମାନେ ସଚେତନ ହେଲେ ସଂକ୍ରମଣରୁ ବର୍ତ୍ତିପାରିବେ।
-ଡାକ୍ତର ଗୋକୁଳାନନ୍ଦ ବେହେରା, ମେଡିସିନ୍‌ ସ୍ପେଶାଲିଷ୍ଟ

ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ
ଅନୁଗୋଳ ଜିଲାରୁ ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ହଟାଯାଇଥିଲେ ମଧ୍ୟ ଅନ୍ୟାନ୍ୟ କଟକଣା ଜାରି ରହିଛି। ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ ପ୍ରତିଷ୍ଠାନ ମାଲିକ ଦାୟୀ ରହିବେ। ଏହାର ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ଜରିମାନା ସହ ଦୋକାନ ସପ୍ତାହକ ପାଇଁ ସିଲ୍‌ କରାଯିବ। କୌଣସି ସ୍ଥାନରେ କଟକଣା ପାଳନ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ମନୋଜ କୁମାର ମହାନ୍ତି, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ...

କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ପାଣିରେ ବୁଡ଼ିଗଲେ, ୫ ବର୍ଷର ଶିଶୁ ମୃତ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ କାକାମାହା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାଦୁଅ ଗୋଡ଼ ଧୋଇବାକୁ ଚୁଆକୁଯାଇ ଜଣେ...

ଅର୍ଦ୍ଧେନ୍ଦୁଙ୍କ ଗିରଫ ଘଟଣା ନିରପେକ୍ଷ ତଦନ୍ତ ଦାବିକଲା ଦାରିଙ୍ଗବାଡ଼ି ପ୍ରେସ୍‌ କ୍ଲବ

ଦାରିଙ୍ଗବାଡ଼ି,୪ା୭(ଡି.ଏନ୍‌.ଏ.)- ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିବାର ପ୍ରତିବାଦ ଏବଂ ଉକ୍ତ ମାମଲାର ନିରପେକ୍ଷ ତଦନ୍ତ ଦାବିକରି ସୋମବାର କନ୍ଧମାଳ ଜିଲା...

ନକଲି ବିଦେଶୀ ମଦ କାରଖାନା ଠାବ: କନଷ୍ଟେବଳ, ଜିଲା ପରିଷଦ ସଭ୍ୟ ଗିରଫ

ଢେଙ୍କାନାଳ ଅଫିସ,୩।୧: ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଏକତାଳି ଗ୍ରାମରେ ଚଢାଉ କରି ଏକ ନକଲି ବିଦେଶୀ ମଦ...

ପ୍ରତିଭା ଥାଇ ମିଳୁନି ସୁଯୋଗ

କପ୍ତିପଦା, ୨୮।୯ (ଡି଼.ଏନ୍‌.ଏ.)-ଜଣେ ଯୁବ ମାରାଥନ ଦୌଡାଳି ଭାବେ ବେଶ୍‌ ପରିଚିତ ସତ୍ୟଜିତ ମହାନ୍ତି। ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଅଞ୍ଚଳ ସମେତ ଜିଲା, ରାଜ୍ୟ...

ବ୍ୟାପୁଛି କିଡ୍‌ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ

ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଉଭୟ...

ଟ୍ରକ ସହ ବାଇକ ଧକ୍କା, ଆରୋହୀ ଗୁରୁତର

ଯାଜପୁର ରୋଡ/କୋରେଇ,୧୦ା୯(ନି.ପ୍ର/ଡି.ଏନ୍‌.ଏ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ଡାଇଭରଶନ ନିକଟରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି।...

ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ...

Advertisement
Archives

Model This Week