ରାତି ଦେଖିଲା ଅନୁଗୋଳ ବଜାର

ଅନୁଗୋଳ ଅଫିସ, ୨ା୯ – ଗତ ୫ ମାସ ହେଲା ବାରମ୍ବାର ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ଓ କର୍ଫ୍ୟୁ ପରେ ମଙ୍ଗଳବାରଠାରୁ ଅନୁଗୋଳରେ ସ୍ବାଭାବିକ ହୋଇଛି ବ୍ୟବସାୟ ବାଣିଜ୍ୟ। ପୂର୍ଣ୍ଣକାଳୀନ ଦୋକାନ ଖୋଲାଯାଇଥିବା ବେଳେ ରାତି ଦେଖିଛି ଅନୁଗୋଳ ବଜାର। ସରକାରଙ୍କ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୩୦ ଯାଏ କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟସ୍ଥାନରୁ ଲକ୍‌ଡାଉନ୍‌, ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟ୍‌ଡାଉନକୁ ହଟାଇ ଦିଆଯାଇଥିବାରୁ ଏହାକୁ ନେଇ ବ୍ୟବସାୟୀମାନେ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି। ଅନ୍ୟ କଟକଣା ସହ ସାମାଜିକ ଦୂରତ୍ୱ ଓ ମାସ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେମାନେ କହିଛନ୍ତି। ସେହିପରି ସରକାରଙ୍କ ଏପରି ନିଷ୍ପତ୍ତି ଆର୍ଥିକ କାରବାରରେ ସୁଧାର ଆଣିବ ବୋଲି ସହରବାସୀ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନର ଉପରମୁହଁା ସଂକ୍ରମଣକୁ ନେଇ ସେମାନେ ଚିନ୍ତାବ୍ୟକ୍ତ କରିଛନ୍ତି।
ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ପରଠାରୁ ବିଭିନ୍ନ କଟକଣା ମଧ୍ୟରେ ଅନୁଗୋଳ ଜିଲାରେ ବ୍ୟବସାୟ ବାଣିଜ୍ୟ ଚାଲି ଆସିଥିଲା। ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ପରେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରାଯାଇ ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏ ଅନୁମତି ଦିଆଯାଇଥିଲା। ଏହାପରେ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ଏହା ଅଗଷ୍ଟ ୩୧ ଯାଏ ଜାରିରହିଥିଲା। ଏପରି କି ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ କରାଯାଉଥିଲା। ତେବେ ସେପ୍ଟେମ୍ବର ୧ରୁ ୩୦ ଯାଏ ରାଜ୍ୟ ସରକାର ଉକ୍ତ କଟକଣା ଉଠାଇ ଦେଇଥିବାରୁ ବ୍ୟବସାୟୀଙ୍କ ସହ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦିନ ତମାମ ଲୋକଙ୍କ ଭିଡ଼ ବଜାରରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଜିଲାରେ ଏବେ କରୋନା ପଜିଟିଭ୍‌ ସଂଖ୍ୟା ୮୯୯ରେ ପହଞ୍ଚତ୍ଥିବା ବେଳେ କଡ଼ା କଟକଣା ହଟାଇ ଦିଆଯାଇଥିବାରୁ ସଂକ୍ରମଣ ବଢ଼ିପାରେ ବୋଲି ସହରବାସୀ ଆଶଙ୍କା ପ୍ରକାଶ କରିଛନ୍ତି।

 

ଦୀର୍ଘଦିନ ପରେ ଆଶ୍ୱସ୍ତି
ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ହଟିଯାଇଥିବାରୁ ବ୍ୟବସାୟୀମାନଙ୍କୁ ଦୀର୍ଘ ଦିନ ପରେ ଆଶ୍ୱସ୍ତି ମିଳିଛି। ଆଗାମୀ ଦିନ କଥା ଜଣା ନ ଥିଲେ ବି ଏବେ ବ୍ୟବସାୟ ଭଲ ହେବ। କରୋନା ସଙ୍କଟ ଟଳି ନ ଥିବାରୁ ସାବଧାନର ସହ କଟକଣା ମାନି ବ୍ୟବସାୟ କରିବାକୁ ହେବ।
-ରଞ୍ଜନ ବାରିକ, ବ୍ୟବସାୟୀ, ଅନୁଗୋଳ

ଅଧିକ କଠୋର ନିୟମ ଗ୍ରହଣୀୟ ନୁହେଁ
ଲୋକଙ୍କୁ ଡରାଇ ନୁହେଁ ବରଂ ସଚେତନ କରାଯାଇପାରିଲେ ସଂକ୍ରମଣ ରୋକିହେବ। ତେଣୁ ଆଉ ଅଧିକ ଦିନ କଠୋର ନିୟମ ଗ୍ରହଣୀୟ ନୁହେଁ। ସରକାର ଯେତେ କଡ଼ାକଡ଼ି କଲେ ବି ଲୋକେ ଗଳାବାଟ ଦେଇ କାର୍ଯ୍ୟକାଳପମାନ କରୁଛନ୍ତି। ତେଣୁ ସେମାନଙ୍କୁ ସଜାଗ କରାଯିବା ଆବଶ୍ୟକ।
-ଶରତ ସାହୁ, ଆଇନଜୀବୀ

ସଚେତନ ହେଲେ ବର୍ତ୍ତିହେବ
କରୋନା ସଂକ୍ରମଣକୁ ହଠାତ୍‌ ରୋକିହେବ ନାହିଁ। ଏହା ତଳମୁହଁା ହେବାକୁ ଆହୁରି କିଛିଦିନ ଲାଗିବ। ଆର୍ଥିକ ଅଭିବୃଦ୍ଧିକୁ ଆଗକୁ ନେବା ଉଦ୍ଦେଶ୍ୟରେ ହୁଏତ ସରକାର କଠୋର କଟକଣା ହଟାଇ ନେଇଛନ୍ତି। ତେଣୁ ଲୋକମାନେ ସଚେତନ ହେଲେ ସଂକ୍ରମଣରୁ ବର୍ତ୍ତିପାରିବେ।
-ଡାକ୍ତର ଗୋକୁଳାନନ୍ଦ ବେହେରା, ମେଡିସିନ୍‌ ସ୍ପେଶାଲିଷ୍ଟ

ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ
ଅନୁଗୋଳ ଜିଲାରୁ ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ହଟାଯାଇଥିଲେ ମଧ୍ୟ ଅନ୍ୟାନ୍ୟ କଟକଣା ଜାରି ରହିଛି। ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ଉଲ୍ଲଂଘନ ପାଇଁ ପ୍ରତିଷ୍ଠାନ ମାଲିକ ଦାୟୀ ରହିବେ। ଏହାର ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ଜରିମାନା ସହ ଦୋକାନ ସପ୍ତାହକ ପାଇଁ ସିଲ୍‌ କରାଯିବ। କୌଣସି ସ୍ଥାନରେ କଟକଣା ପାଳନ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ମନୋଜ କୁମାର ମହାନ୍ତି, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri