କୁକୁଡ଼ା ଫାର୍ମ ଲାଗି ତୁମୁଳକାଣ୍ଡ: ରାତିସାରା ୫ ପୋଲିସ କର୍ମଚାରୀ ଅଟକ

ଗଁଦିଆ,୧୧।୧୦(ଡି.ଏନ୍‌.ଏ.): କୁକୁଡ଼ା ଫାର୍ମକୁ ନେଇ ତୁମୁଳକାଣ୍ଡ । ରାତିତମାମ ୫ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ପୋଲିସ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ରବିବାର ପାଟ୍ରୋଲିଂ କରୁଥିବା ଟିମ୍‌କୁ ରାତି ସାରା ଅଟକ ରଖାଯାଇଥିଲା। ସୋମବାର ସେମାନଙ୍କୁ ନେବା ପାଇଁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳରେ ।
ସୂଚନାଅନୁଯାୟୀ, କୋକେଇଦା ଗାଁରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଫାର୍ମ କର୍ମଚାରୀଙ୍କୁ ଗାଁ ଭିତରକୁ ନ ଛାଡ଼ିବା ପାଇଁ ଗତକାଲି ରାତିରେ କିଛି ଗ୍ରାମବାସୀ ରାସ୍ତା ଖୋଳୁଥିଲେ। ତେବେ ପାଟ୍ରୋଲିଂ କରୁଥିବା ଥାନା ଏଏସଆଇ ସମେତ ୫ ଜଣ ପୋଲିସ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତା କ’ଣ ପାଇଁ ଖୋଳୁଛ ବୋଲି ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟେକ୍ତ ଲୋକେ ଗାଡ଼ି ସହ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁ ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ବାରମାର ଗ୍ରାମବାସୀ ପୋଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି। ସକାଳେ ଏସଡିପିଓ ନେତୃତ୍ୱରେ ଥାନା ଆଇଆଇସି ଓ ପୋଲିସ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାଶୁଝା କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri