ଆଉ ୫ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ବାଲେଶ୍ୱର ଅଫିସ/ ସୋର, ୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଆଉ ୫ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୪ଜଣ ଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ଅଛନ୍ତି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସୋମବାର ବିଳମ୍ବିତ ରାତିରେ ସ୍ଥାନାନ୍ତର କରାଯାଇଛି।
ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ପୂର୍ବାହ୍ନରେ ଏସ୍‌ଡିଏମ୍‌ଓ ଡା. ଶଶାଙ୍କ ଶେଖର ଚୌଧୁରୀ ଏକ ଟିମ୍‌ ସହ କନ୍ୟାଶ୍ରମରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଆଶ୍ରମ ଚାରିପାଖରେ ଥିବା ପରିବେଶକୁ ଅନୁଧ୍ୟାନ କରିବା ସହ ନାଳରୁ ପାଣି ନିଷ୍କାସନ, ବ୍ଲିଚିଂ ସିଞ୍ଚନ, ସମୟାନୁସାରେ ମଶା ଧୂଅଁା ପ୍ରୟୋଗ କାର୍ଯ୍ୟକୁ ତଦାରଖ କରିଥିଲେ। ଆଖପାଖ ଅଞ୍ଚଳରେ କୌଣସି ଘୁଷୁରି ନ ଥିବା ଜଣାପଡ଼ିଛି। ତେଣୁ ଉକ୍ତ ରୋଗ ରୋକିବା ପାଇଁ ପରିବେଶ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି କନ୍ୟାଶ୍ରମରେ ଅସୁସ୍ଥ ହୋଇଥିବା ୨୭ଜଣ ଅନ୍ତେବାସୀ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ରୁବିନା ସିଂ ନାମକ ଦଶମ ଶ୍ରେଣୀର ଅନ୍ତେବାସୀଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଦୁଇଜଣ ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଆଉ ୫ଜଣ ଅନ୍ତେବାସୀ ଜାପାନିଜ ଏନସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିବା ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋର ଡାକ୍ତରଖାନାରେ ପ୍ରତିଦିନ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରାଯାଉଛି। ସୋମବାର ବିଳମ୍ବିତ ରାତିରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୧୯ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ଗୁରୁତର ଥିବା ରାଖି ସାନ୍ତରା (୭), ନନ୍ଦିନୀ ସିଂ (୧୫), ପୂର୍ଣ୍ଣିମା ଦା (୧୫), ରାଖି ସିଂ (୬) ଓ ଜଣେ କର୍ମଚାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ହେବ ନୂତନ ଟ୍ରାନ୍ସଫର୍ମର ଲାଗୁନି: ପ୍ରତିବାଦରେ ବଇଣ୍ଡା ସେସୁ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୨୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସେରେଣ୍ଡା ଓ କୋଡ଼ାସାହିରେ ଲାଗିଥିବା ୨ଟି ୧୦ କେଭି ଟ୍ରାନ୍ସଫର୍ମର ୨ ମାସ ହେବ ପୋଡ଼ିଯାଇଛି। ନୂତନ ଟ୍ରାନ୍ସଫର୍ମର ଲଗାଇବା...

ଗଜପତିରେ କଂଗ୍ରେସଠାରୁ ପଛରେ ଭାଜପା

ପାରଳାଖେମୁଣ୍ଡି,୩।୩(ଡି.ଏନ.ଏ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଜପତି ଜିଲାରେ ନୂଆ ଇତିହାସ ରଚିଛି। ଜିଲାର ମୋଟ ୧୪ଟି ଜିଲା ପରିଷଦ ଆସନରୁ ଦଳ୧୧ଟିରେ ବିଜୟ...

ଡଙ୍ଗାରେ ବୁଲି ମୁହାଁଣ ଦେଖିଲେ କେନ୍ଦ୍ର ମନ୍ତ୍ରୀ

କଣାସ,,୧୯ା୧୧(ସ୍ବ.ପ୍ର.): ପୁରୀ ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହି ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବେ କଣାସ ବ୍ଲକ ଅଞ୍ଚଳ ଅଧିକ...

ଭାଉଜଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଦିଅର ଗିରଫ

ପାଟଣା,୧୮।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ଭାଉଜଙ୍କ ତଣ୍ଟି କାଟି ଜଣେ ଯୁବକ ହତ୍ୟା ଉଦ୍ୟମ କରିଛନ୍ତି।...

ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମିଳିବନି ନବମ, ଦଶମ ବହି

ଜୟପୁର, ୧୬ା୫ (ଡି.ଏନ୍‌.ଏ.)- କୋରାପୁଟ ଜିଲା ଜୟପୁରସ୍ଥିତ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟରେ ଚଳିତବର୍ଷ ନବମ ଏବଂ ଦଶମ ଶ୍ରେଣୀର ବହି ମିଳିବନି।...

ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ...

ପୋଖରୀ ସଫା କଲେ ମହିଳା କାଉନ୍‌ସିଲର

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୁଣି ‘ମୋ ପୋଖରୀ ମୋ ଦାୟିତ୍ୱ କାର୍ଯ୍ୟକ୍ରମ’ ସୋମବାର ଆରମ୍ଭ ହୋଇଛି। ଏନ୍‌ଏସି ୯ନଂ. ୱାର୍ଡରେ ଏହାର ଶୁଭାରମ୍ଭ...

ଓଲଟିଲା ଟାଟା ମ୍ୟାଜିକ୍‌: ୨୩ ଆହତ

କୋଟଗଡ, ୧୦।୧୨(ଡି.ଏନ.ଏ): କନ୍ଧମାଳ ଜିଲା କୋଟଗଡ ବ୍ଲକ ମଦାଙ୍ଗି ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ୯.୩୦ରେ ଏକ ଯାତ୍ରୀବାହୀ ଟାଟା ମ୍ୟାଜିକ୍‌(ନଂ-ଓଡି୧୨ସି୩୦୭୨)...

Advertisement
Archives

Model This Week