ଦିବାଲୋକରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଲୁଟ୍‌

ବେତନଟୀ,୧୭।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତ ଡାଙ୍ଗିରିପୁରା ଗ୍ରାମରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ଆଗ୍ରିଆ-ନଡ଼ପୁର ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘର ଝରକା ଗ୍ରିଲ ଭାଙ୍ଗି କେତେଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଓ ଦାମୀ ଲୁଗାପଟା ଦିନ ଦ୍ୱିପ୍ରହରରେ ଲୁଟ୍‌ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଡାଙ୍ଗିରିପୁରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ମହାନ୍ତି ତାଙ୍କ ସ୍ତ୍ରୀ ଓ ସାନ ଝିଅଙ୍କ ସହିତ ସୋମବାର ପୂର୍ବାହ୍ନ ୧୦ଟାରେ ବେତନଟୀ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନରେ ପୂଜା ସାରି ଘରକୁ ଫେରିବା ପରେ ଗ୍ରିଲ ତାଲା ଖୋଲି ଘର ଭିତରକୁ ପଶିବା ବେଳକୁ ଘର ଭିତର ପଟୁ ଲକ୍‌ ହୋଇଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ସେ କିଛି ବୁଝି ନ ପାରି କବାଟ ଭିତର ଲକ୍‌ ଖୋଲିବା ପାଇଁ ପାଖ କାଠ ମିସ୍ତ୍ରୀକୁ ଡାକିଥିଲେ। ସେତିକିବେଳେ ସେ ସନ୍ଦେହ କରି ଘର ପଛ ପଟକୁ ଯାଇଥିଲେ। ହେଲେ ତାଙ୍କ ଶୋଇବା ଘର ପଛପଟ ଝରକା ଗ୍ରିଲ ଭାଙ୍ଗାଯାଇ ତଳେ ଥୁଆ ହୋଇଥିବା ଦେଖିଥିଲେ। ଘର ଭିତରକୁ ଯାଇ ଦେଖିଲା ବେଳକୁ ଦୁର୍ବୁତ୍ତମାନେ ଆଲମିରା ଭାଙ୍ଗି ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୬୦ ହଜାର ଟଙ୍କା ଏବଂ କିଛି ନୂଆ ଲୁଗା ଲୁଟି ନେଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ଏଏସ୍‌ଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?