ଗହୀରମଥାରେ ୪ ଦିନରେ ୫ ଲକ୍ଷ ୪ ହଜାର ଅଣ୍ଡାଦାନ

ରାଜନଗର, ୧୪/୩(ଡି.ଏନ.ଏ.):କଇଁଛ ଅନ୍ତୁଡିଶାଳା ଗହୀରମଥାରେ ଏବେ ମା’ ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଲକ୍ଷାଧିକ ମା’ କଇଁଛ ଗହୀରମଥାର ବିଭିନ୍ନ ଦ୍ୱୀପ ଓ ବିସ୍ତୀର୍ଣ୍ଣ ବେଳାଭୂମିରେ ଅଣ୍ଡାଦାନ କରୁଛନ୍ତି। ଗହୀରମଥାରେ ସମୂହ ଅଣ୍ଡାଦାନରେ ସାମିଲ ହେଉଥିବା କଇଁଛଙ୍କ ଗତିବିଦ୍ଧି ଜାଣିବାକୁ ଗୋଡ଼ରେ ଅଣ୍ଡା ଦେବା ସମୟରେ ଧାତବ ଫଳକ ଲଗା ଯାଇଥିଲା। ଏଥିମଧ୍ୟରୁ ଅଣ୍ଡାଦାନ ପ୍ରକ୍ରିୟା ସମୟରେ ୪ଟି ମା’ କଇଁଛ ସାମିଲ ହୋଇଛନ୍ତି। ପୂର୍ବବର୍ଷରେ ଧାତବ ଫଳକ ବନ୍ଧା ଯାଇଥିବା ୪ଟି ଅଲିଭ୍‌ ରିଡ୍‌ଲେ କଇଁଛ ଚଳିତବର୍ଷ ଗହୀରମଥାର ନାସୀ-୨ରେ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛି। ୪ଦିନ ଧରି ନାସୀ-୨ରେ କଇଁଛଙ୍କ ଗଣଅଣ୍ଡାଦାନ ସମୟରେ ଏହି ଧାତବ ଫଳକ ବନ୍ଧା ଅଲିଭ୍‌ ରିଡ୍‌ଲେକୁ ବନ ବିଭାଗ କର୍ମଚାରୀମାନେ ଠାବ କରିଥିଲେ। ଗହୀରମଥାରେ ଓ ଋଷିକୂଲ୍ୟାରେ ଅଣ୍ଡା ଦେବା ସମୟରେ ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ଯାଇଥିଲା। ଚଳିତବର୍ଷ ଗହୀରମଥାରେ ଧାତବ ଫଳକ ବନ୍ଧା ୪ଟି ଅଲିଭ୍‌ରିଡ୍‌ଲେ ବାଲୁକା ଶଯ୍ୟାରେ ଗାତ ଖୋଳି ଅଣ୍ଡାଦାନ କରିଛନ୍ତି। ଗହୀରମଥାର ନାସୀ-୨ରେ ୯ ତାରିଖଠାରୁ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରଖିଛନ୍ତି। ସୋମବାର ସୁଦ୍ଧା ୫ ଲକ୍ଷ ୩ ହଜାର ୭୧୯ କଇଁଛ ଅଣ୍ଡା ଦେଇ ସାରିଲେଣି। ୯ ତାରିଖରେ ୮୮,୬୦୫, ୧୦ରେ ୨ ଲକ୍ଷ ୧୪ ହଜାର ୫୮, ୧୧ରେ ୧ ଲକ୍ଷ ୭୩ ହଜାର ୪ ଶହ, ୧୨ ତାରିଖରେ ୨୭, ୬୫୬ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗତିବିଧି ଜାଣିବା ପାଇଁ କଇଁଛଙ୍କ ଗୋଡରେ ଧାତବ ଫଳକ ବନ୍ଧା ବା ଟ୍ୟାଗିଂ କରାଯାଇଥାଏ। ୨୦୦୨ରେ ଭାରତବର୍ଷର ବିଶିଷ୍ଟ କଇଁଛ ବିଷାରଦ ସ୍ବର୍ଗତ ଚନ୍ଦ୍ର ଶେଖର କର ପ୍ରକୃତିର ବିସ୍ମୟ ଅଲିଭ୍‌ରିଡ୍‌ଲେ କଇଁଛଙ୍କର ପ୍ରକୃତ ସ୍ଥାୟୀ ଠିକଣା ଓ ଜୀବନ ଶୈଳୀ ଜାଣିବା ପାଇଁ ପିତଳ ଟ୍ୟାଗ କରିଥିଲେ। ପରବର୍ତ୍ତୀ ସମୟରେ ପିତଳ ଟ୍ୟାଗ ହୋଇଥିବା ଏବଂ ଅଣ୍ଡାଦେଇ ଗଭୀର ସମୁଦ୍ର ଭିତରକୁ ଯାଇଥିବା ମା’ କଇଁଛଙ୍କ ଠିକଣା ପାଇ ନ ଥିଲେ। ସେବେଠୁଁ ଏହି ରହସ୍ୟମୟୀ ସାମୁଦ୍ରିକ ଜୀବ ଅଲିଭ୍‌ ରିଡ୍‌ଲେଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବାକୁ ରାଜନଗର ବନ ବିଭାଗ ପକ୍ଷରୁ ୪ଟି ଅଣ୍ଡା ଦେଇଥିବା ମା’ କଇଁଛଙ୍କ ଗୋଡରେ ଧାତବ ଫଳକ ଲଗା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri