ମାଲିକଙ୍କୁ ଖୋଜି ବୁଲୁଛି ଓଟ

ଢେଙ୍କାନାଳ ଅଫିସ,୧୪ା୩:ସ୍ବାର୍ଥ ହାସଲ ପରେ ପର କରିଦେଇଛି ମାଲିକ। ଛାଡ଼ିଦେଇ ପଳାଇଛି ନିଜ ପାଳିତ ଓଟକୁ। ହେଲେ ମାଲିକଙ୍କ ସ୍ବାର୍ଥସର୍ବସ୍ବ ମନୋଭାବକୁ ବୁଝିପାରୁନି ଏହି ପାଳିତ ପ୍ରାଣୀ। ସେଥିପାଇଁ ଗଁା, ରାସ୍ତା, ବଣ, ନଦୀକୂଳ ବୁଲି ଖୋଜୁଛି ମାଲିକଙ୍କୁ। କିଏ କିଛି ଦେଲେ ଖାଉଛି ନ ହେଲେ ସେମିତି ମାଲିକଙ୍କ ଫେରିବା ବାଟକୁ ଚାହିଁରହୁଛି।
ଢେଙ୍କାନାଳ ଜିଲା ସଦର ଥାନା ଝାରଗାଡିଆ ଫାଣ୍ଡି ବଉଳପୁର ଅଞ୍ଚଳରେ ସପ୍ତାହେ ହେବ ଏକ ଓଟ ବୁଲୁଥିବା ଦେଖାଯାଉଛି। ଓଟଟି ଦୁର୍ବଳ ହୋଇଯାଇଥିବାରୁ ମାଲିକ ତାକୁ ଛାଡି କେଉଁଆଡେ ଚାଲି ଯାଇଥିବା ଜଣାପଡିଛି। ଗ୍ରାମବାସୀ ଓଟଟିକୁ କିଛି ଖାଇବାକୁ ଦେଉଥିବା ବେଳେ ପାଣି ପିଇବାକୁ ବ୍ରାହ୍ମଣୀ ନଦୀ କୂଳକୁ ଯାଉଥିବା ଦେଖାଯାଉଛି। ତେବେ ଠିକ୍‌ ଭାବେ ଖାଇବାକୁ ପାଉ ନ ଥିବାରୁ ଏହି ପ୍ରାଣୀଟି ଅତି ଦୁର୍ବଳ ହୋଇପଡିଥିବା ଦେଖାଯାଇଛି। କିଛିବର୍ଷ ତଳେ ସଦର ଥାନା ଅଞ୍ଚଳରେ ନିଜ ପାଳିତ ଘୋଡାଟିକୁ ଛାଡ଼ି ମାଲିକ କେଉଁଆଡ଼େ ପଳାଇ ଯାଇଥିଲେ। କିଛିଦିନ ଏପରି ବୁଲାବୁଲି କରିବା ପରେ ଘୋଡ଼ାଟି ପ୍ରାଣ ହରାଇଥିଲା। ଉକ୍ତ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଜଣେ ଓଟ ମାଲିକଙ୍କ ଏପରି ନିର୍ଦ୍ଦୟତା ପୁଣି ସାମ୍‌ନାକୁ ଆସିଛି। ଦିନକୁ ଦିନ ଏପରି ଘଟଣା ବଢ଼ିଚାଲିଥିବା ବେଳେ ଏଥିପ୍ରତି ପ୍ରଶାସନ, ପ୍ରାଣୀଧନ ବିଭାଗ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର କହିଛନ୍ତି, ପୂର୍ବରୁ ଓଟ ବନ୍ୟପ୍ରାଣୀ ଭାବେ ଗଣତି ହେଉଥିଲା। କିଛିବର୍ଷ ହେବ ଏହା ଗୃହପାଳିତ ପ୍ରାଣୀ ଭାବେ ଗଣତି ହେଉଛି। ତେଣୁ ବନ ବିଭାଗ ଏଥିରେ କିଛି କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ତାଲା ଭାଙ୍ଗି ଟେକିନେଲେ କ୍ୟାଶ୍‌ ବାକ୍ସ

ବ୍ରଜରାଜନଗର,୧୬ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଆଜାଦ ଛକଠାରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ଜଗବନ୍ଧୁ କବି...

ଦୁଇଦିନ ବନ୍ଦ ରହିବ ବଡ଼ଦାଣ୍ଡର ସମସ୍ତ ଦୋକାନ

ପୁରୀ ଅଫିସ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ...

ଦୁଆର ମୁହଁରେ ଚାଲିଗଲା ଜୀବନ

ଗୋଳାମୁଣ୍ଡା,୩୧।୫: କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଥାନା ଅଧୀନ ସିନାମାଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଙ୍କଜ ନାଗଙ୍କ...

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ସ୍ବାମୀ

ଧାମନଗର,୯।୮(ଡି.ଏନ୍‌.ଏ) : ଭଦ୍ରକ ଜିଲା ଧୁଷୁରୀ ଥାନା କୋଠାର ଦାସ ସାହିର ସଞ୍ଜୟ ଦାସ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ଟାଙ୍ଗିଆରେ ହାଣି ଦେବାରୁ ତାଙ୍କୁ ମୁମୂର୍ଷୁ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ...

ଆଜି ସୁଆର ମହାସୁଆର ନିର୍ବାଚନ

ପୁରୀ ଅଫିସ, ୯ା୮: ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ...

ବାର୍‌ହା ଫାଶରେ ପଡି ହାତୀର ଜୀବନ ଗଲା

ବରଗଡ଼ ଅଫିସ/ଅମ୍ବାଭୋନା,୧୦।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ଜଣେ ଚାଷୀଙ୍କ ବିଲରେ ଏକ ଦନ୍ତାହାତୀର ମୃତଦେହ ପଡିଥିବା ମଙ୍ଗଳବାର ସକାଳେ ଦେଖିବାକୁ...

ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

Advertisement
Archives

Model This Week