ପ୍ରତିନିଧି ସଭାକୁ ୫ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ

ଓ୍ବାଶିଂଟନ,୧୧ା୧୧:ଆମେରିକାର ମିଡ୍‌ଟମର୍‌ସରେ ଡେମୋକ୍ରାଟିକ୍‌ ପାର୍ଟିର ରେକର୍ଡ ସଂଖ୍ୟକ ୫ ଭାରତୀୟ ବଂଶୋଦ୍ଭବ ଆଇନ ପ୍ରଣେତା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ରାଜା କ୍ରିଷ୍ଣାମୂର୍ତ୍ତି, ରୋ ଖାନ୍ନା, ପ୍ରମିଳା ଜୟପାଲ ଓ ଆମି ବେରା ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିବାବେଳେ ଆଉ କେତେଜଣ ଭାରତୀୟ-ଆମେରିକୀୟ ରାଜ୍ୟ ବିଧାନସଭାଗୁଡ଼ିକରେ ପ୍ରତିନିଧିତ୍ୱର ସୁଯୋଗ ପାଇଛନ୍ତି। ବ୍ୟବସାୟୀରୁ ରାଜନେତା ପାଲଟିଥିବା ୬୭ ବର୍ଷୀୟ ଡେମୋକ୍ରାଟ୍‌ ଶ୍ରୀ ଥାନେଦାର ତାଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ମାର୍ଟେଲ ବିଭିଙ୍ଗ୍‌ସ୍‌ଙ୍କୁ ପରାସ୍ତ କରିଛନ୍ତି। ସେହିପରି ଇଲିନୋଇସ୍‌ର ଅଷ୍ଟମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟ ନିର୍ବାଚନରେ ୪୯ ବର୍ଷୀୟ ରାଜା କ୍ରିଷ୍ଣାମୂର୍ତ୍ତି ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ରିପବ୍ଳିକାନ୍‌ ପ୍ରତିଦ୍ୱନ୍ଦ୍ୱୀ କ୍ରିସ୍‌ ଡର୍ଗିସ୍‌ଙ୍କୁ ପରାସ୍ତ କରିଛନ୍ତି। ସିଲିକନ୍‌ ଭ୍ୟାଲିରେ ଅନୁଷ୍ଠିତ କାଲିଫର୍ନିଆର ସପ୍ତଦଶ କଂଗ୍ରେସନାଲ ଡିଷ୍ଟ୍ରିକ୍ଟ ନିର୍ବାଚନରେ ୪୬ ବର୍ଷୀୟ ରୋ ଖାନ୍ନା ରିପବ୍ଲିକାନ୍‌ ପ୍ରାର୍ଥୀ ରିତେଶ ଟଣ୍ଡନଙ୍କୁ ହରାଇଛନ୍ତି। ଚେନ୍ନାଇ ଜନ୍ମିତ କଂଗ୍ରେସଓମ୍ୟାନ୍‌ ପ୍ରମିଳା ଜୟପାଲ ଗ୍ରାଣ୍ଡ ଓଲ୍ଡ ପାର୍ଟି ପ୍ରତିଦ୍ୱନ୍ଦ୍ୱୀ କ୍ଲିଫ୍‌ ମୁନ୍‌ଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ୨୦୧୩ରୁ କାଲିଫର୍ନିଆର ସପ୍ତମ କଂଗ୍ରେସନାଲ ଡିଷ୍ଟ୍ରିକ୍ଟରେ ପ୍ରତିନିଧିତ୍ୱ କରୁଥିବା ୫୭ ବର୍ଷୀୟ ଆମି ବେରା ରିପବ୍ଲିକାନ୍‌ ତାମିକା ହାମିଲ୍‌ଟନଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢ଼ିଛି। ପେନ୍‌ସିଲଭାନିଆରେ ଅରବିନ୍ଦ ଭେଙ୍କଟ, ତାରିକ ଖାନ୍‌, ଟେକ୍ସାସ୍‌ରେ ସଲମାନ ଭୋଜାନି, ସୁଲେମାନ ଲଲାନି, ମିଶିଗାନ୍‌ରେ ସାମ୍‌ ସିଂ, ରବୀନ୍ଦ୍ର ପୁରୀ, ଇଲିଓନିସ୍‌ରେ ନବିଲା ସୟଦ, ମେଗାନ୍‌ ଶ୍ରୀନିବାସ, କଭିନ୍‌ ଓଲିକାଲ, ଜର୍ଜିଆରେ ନବ୍ଲିସ୍‌ ଇସ୍‌ଲାମ, ଫାରୁକ୍‌ ମୋଗଲ, ଓହିଓରେ କୁମାର ଭାର୍ବେ ଏବଂ ଅନିତା ସମାନି ପ୍ରମୁଖ ବିଜୟୀ ହୋଇଛନ୍ତି। ମେରିଲାଣ୍ଡରେ ଅରୁଣା ମିଲର(୫୮) ପ୍ରଥମ ଭାରତୀୟ ବଂଶୋଦ୍ଭବ ଲ୍ୟୁଟ୍‌ନାଣ୍ଟ ଗଭର୍ନର ଭାବେ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଭାରତ ମୂଳର ଏତେ ସଂଖ୍ୟକ ଯୁବ ପ୍ରାର୍ଥୀ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହାସଲ କରିବା ୩୩.୧୯ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରେ ବସବାସ କରୁଥିବା ୧% ଭାରତୀୟଙ୍କ ଲୋକପ୍ରିୟତାକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri