Posted inଜାତୀୟ

୫ ଘଣ୍ଟା ଏନ୍‌କାଉଣ୍ଟର:୨ ନିହତ

ଚଣ୍ଡିଗଡ଼,୨୧ା୭: ପଞ୍ଜାବ ଗାୟକ ସିଦ୍ଧୁ ମୂସଓ୍ବୋଲାଙ୍କ ହତ୍ୟା ଅଭିଯୁକ୍ତ ତଥା ୨ ଶୁଟର ବୁଧବାର ପୋଲିସ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ମୃତ ଗ୍ୟାଙ୍ଗଷ୍ଟର ହେଲେ ଜଗ୍‌ରୂପ ସିଂ ରୂପା ଏବଂ ମନ୍‌ପ୍ରୀତ ମନୁ ଓରଫ ମନ୍ନୁ କୁସା। ଭାରତ-ପାକିସ୍ତାନ ସୀମାରୁ ୧୦ କିଲୋମିଟର ଦୂର ହୁସିଆରପୁରରେ ୫ ଘଣ୍ଟା ଧରି ପୋଲିସ ଏନ୍‌କାଉଣ୍ଟର କରିଥିଲା। କ୍ରସ୍‌ ଫାୟାରିଂରେ ଏକ ନ୍ୟୁଜ୍‌ ଚ୍ୟାନେଲର ଜଣେ କ୍ୟାମେରାମ୍ୟାନ୍‌ଙ୍କ ଗୋଡ଼ରେ ଗୁଳି ବାଜିଛି। ଆଉ ୩ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗ୍ୟାଙ୍ଗଷ୍ଟରଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ, ପିସ୍ତଲ, ବିପୁଳ ସଂଖ୍ୟାରେ ବୁଲେଟ ଏବଂ ଏକ ବ୍ୟାଗ୍‌ ମିଳିଛି।
ମେ’ ୨୯ରେ କଂଗ୍ରେସ ନେତା ମୂସଓ୍ବୋଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରଠାରୁ ଏଥିରେ ସମ୍ପୃକ୍ତ ୩ ଶୁଟର ଫେରାର ଥିଲେ। ଓ୍ବାଣ୍ଟେଡ୍‌ ତାଲିକାରେ ଥିବା ଏହି ୩ ଜଣଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିଲା। ଜଗ୍‌ରୂପ ଏବଂ ମନ୍‌ପ୍ରୀତ ଡ୍ରଗ୍ସ ପାଇଁ ପଞ୍ଜାବ ଫେରିଥିବା ସୂଚନା ମିଳିବା ପରେ ଉଭୟଙ୍କୁ ଧରିବା ପାଇଁ ପୋଲିସ ଯୋଜନା କରିଥିଲା। ସେମାନେ ଏକ ଫାର୍ମ ହାଉସ୍‌ରେ ଲୁଚି ରହିଥିବାବେଳେ ପୋଲିସ ସେଠାରେ ପହଞ୍ଚି ଚାରିପଟୁ ଘେରାଉ କରିଥିଲା। ଏହି ସମୟରେ ଅଭିଯୁକ୍ତମାନେ ମଧ୍ୟ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ୫ ଘଣ୍ଟାର ଅପରେଶନ ପରେ ଅପରାହ୍ନରେ ଏନ୍‌କାଉଣ୍ଟରରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ୨ ମୃତକ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ଥିଲେ। ଅନ୍ୟ ଜଣେ ଶୁଟର ଦୀପକ ମୁଣ୍ଡି ଏବେ ମଧ୍ୟ ଫେରାର ଅଛନ୍ତି। ଅଦ୍ୟାବଧି ୮ ଶୁଟରଙ୍କୁ ଗିରଫ କରାଯାଇଛି। ଉକ୍ତ ଅଞ୍ଚଳକୁ ଘେରାଉ କରାଯିବା ସହ ଲୋକଙ୍କୁ ବାହାରକୁ ନ ଆସିବାକୁ କୁହାଯାଇଛି। ଆଣ୍ଟାଇ-ଗ୍ୟାଙ୍ଗଷ୍ଟର ଟାକ୍ସ ଫୋର୍ସ ଏହି ଏନ୍‌କାଉଣ୍ଟର କରିଛି। ଡିଜିପି ଗୌରବ ଯାଦବ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କାନଡାରୁ ସତିନ୍ଦରଜିତ୍‌ ସିଂ ଓରଫ୍‌ ଗୋଲ୍ଡି ବ୍ରାର୍‌ ଏବଂ ତିହାର ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ମୂସଓ୍ବୋଲାଙ୍କ ହତ୍ୟାକାଣ୍ଡର ଯୋଜନା କରିଥିବାବେଳେ ଏହି ଘଟଣାରେ ପଞ୍ଜାବ ସମେତ ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସ ମଧ୍ୟ ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri