ଜଙ୍ଗଲ ଜମିରେ ଭିତରକନିକାର ୫ ହୋଟେଲ

ରାଜନଗର, ୧୦।୭(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଭିତରକନିକାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ଓ ଖାଇବା ପାଇଁ ଜାତୀୟ ଉଦ୍ୟାନ ଭିତରେ ବନ ବିଭାଗର ରିସର୍ଟ ଓ କାଫେ ରହିଥିବାବେଳେ ବାହାରେ ହୋମଷ୍ଟେ ଓ ହୋଟେଲ ଗଢ଼ି ଉଠିଛି। ଜଙ୍ଗଲ ଜମିରେ ହୋଟେଲ ନିର୍ମାଣକୁ ନେଇ ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଜିଲାସ୍ତରୀୟ ବନ ମହୋତ୍ସବରେ ଯୋଗଦେବାକୁ ଗୁପ୍ତି ଆସିଥିବା ବେଳେ ଭିତରକନିକାରେ ଜଙ୍ଗଲ ଜମିରେ ହୋଟେଲ ଗଢ଼ି ଉଠିଥିବା ଅଭିଯୋଗ କରାଯାଇଥିଲା। ବନ ଓ ରାଜସ୍ବ ବିଭାଗ ମିଳିତ ଭାବେ ତଦନ୍ତ କଲା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କହିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ମଙ୍ଗଳବାର ମିଳିତ ତଦନ୍ତ ସହ ମାପଚୁପ୍‌ କରାଯାଇଥିଲା। ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି, ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଏସିଏଫ୍‌ ମାନସ କୁମାର ଦାସ, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ଆଇଆଇସି ଅଜୟ କୁମାର ଜେନାଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତିରେ ତଦନ୍ତ ସହ ମାପ୍‌ଚୁପ୍‌ କରାଯାଇଛି। ତଦନ୍ତ ସମୟରେ ୬ଟି ହୋଟେଲ ମଧ୍ୟରୁ ୫ଟି ଜଙ୍ଗଲ ଜମିରେ ଥିବା ଜଣାପଡିଛି। ସ୍ବାଦ୍‌ ହୋଟେଲ ସ୍ଥିତିବାନ ଜମିରେ ରହିଛି। ଏହାକୁ ଲାଗି ଥିବା ପୋଖରୀ ଓ ପାର୍କ ସରକାରୀ ଓ ଜଙ୍ଗଲ ଜମିରେ ରହିଥିବା ଜଣାପଡିଛି।
ଭିତରକନିକା ଜାତୀୟ ଉଦ୍ୟାନ ଗେଟ୍‌ ନିକଟରୁ ବ୍ୟାଙ୍କ ଛକ ଯାଏ ସମସ୍ତ ଜବରଦଖଲ ସମ୍ପର୍କରେ ତଦନ୍ତ କରାଯାଇଛି। ଗଢ଼ି ଉଠିଥିବା ୬ଟି ହୋଟେଲ ସମ୍ପର୍କରେ ତଦନ୍ତ କରାଯିବା ସହ ମାପଚୁପ କରାଯାଇଛି। ହୋଟେଲ ସତ୍ୟପ୍ରିୟ, ହୋଟେଲ ରେଡକ୍ରାବ, ହୋଟେଲ ଭିତରକନିକା, କନିକା ସୁନ୍ଦରୀ ରିସର୍ଟ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବା ତଦନ୍ତକାରୀ ଟିମ୍‌ର ତଦନ୍ତ ବେଳେ ସ୍ପଷ୍ଟ ହୋଇଛି। ଏହାବାଦ୍‌ ମ୍ୟାନଗ୍ରୁଭପିଟା ହୋମ ଷ୍ଟେର ଗୋଟିଏ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ସରକାରୀ ଜମିରେ ନିର୍ମାଣ ହୋଇଛି। ଏହି ୫ଟି ହୋଟେଲ ସମ୍ପୂର୍ଣ୍ଣ ଭାବେ ସରକାରୀ ଓ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାରୁ ତା’ର ମାପଚୁପ ଆବଶ୍ୟକତା ପଡ଼ି ନ ଥିଲା। ଭିତରକନିକା ମ୍ୟାନଗ୍ରୁଭ ହୋମ ଷ୍ଟେର ସମସ୍ତ ବିଲ୍ଡିଂ ନିଜସ୍ବ ପଟ୍ଟା ଜମିରେ ନିର୍ମାଣ ହୋଇଛି। ହୋଟେଲ ପଛରେ ଥିବା ଜଳାଶୟ ଓ ପାର୍କ ସରକାରୀ ଏବଂ ଜଙ୍ଗଲ ଜମିରେ ଥିବା ମାପଚୁପ ବେଳେ ଜଣାପଡିଛି। ଏ ସମ୍ପର୍କରେ ତହସିଲଦାର ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ବାଙ୍କୁଆଳ ମୌଜାରେ ଥିବା ସମସ୍ତ ଜବରଦଖଲ ସମ୍ପର୍କରେ ରାଜସ୍ବ ଓ ବନ ବିଭାଗ ମିଳିତ ତଦନ୍ତ କରିଛି। ଏହି ଅଞ୍ଚଳରେ ଥିବା ୬ଟି ହୋଟେଲ ମଧ୍ୟରୁ ୫ଟି ହୋଟେଲ ଜଙ୍ଗଲ ଜମିରେ ନିର୍ମାଣ ହୋଇଛି। ହୋଟେଲ ସ୍ବାଦର ବିଲ୍ଡିଂ ସୂର୍ଯ୍ୟ ନାରାୟଣ ଲେଙ୍କାଙ୍କ ସ୍ଥିତିବାନ ସ୍ବତ୍ୱ ଉପରେ ନିର୍ମାଣ ହୋଇଛି। ହେଟେଲକୁ ଲାଗିଥିବା ପୋଖରୀ ଓ ପାର୍କ ଜଙ୍ଗଲ ଜମିରେ ରହିଛି ବୋଲି କହିଛନ୍ତି। ଏ ସମ୍ପର୍କରେ ସୂର୍ଯ୍ୟନାରାୟଣ ଲେଙ୍କାଙ୍କୁ ପଚାରିବାରେ ପୈତୃକ ଜମି ଉପରେ ସ୍ବାଦ୍‌ ହୋଟେଲ ଗଢି ଉଠିଛି। ହୋଟେଲ କରିବା ଲାଗି ବ୍ୟାଙ୍କରୁ ଋଣ କରିଛି। ଏହାକୁ ଲାଗି ଥିବା ପୋଖରୀ, ପାର୍କ ଜଙ୍ଗଲ ଜମିରେ ରହିଛି। ପ୍ରଶାସନ ପକ୍ଷରୁ ଯଦି କିଛି ପଦକ୍ଷେପ ନିଆଯିବ ତାହାକୁ ସ୍ବାଗତ କରିବୁ। ପୋଖରୀକୁ ବାଡ ବୁଜିବା ନେଇ ପଚାରିବାରେ ୨ ଥର ଏଥିରେ କୁମ୍ଭୀର ପଶିଛି, ତେଣୁ ବାଧ୍ୟ ହୋଇ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବାଡ ବୁଜାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri