ମାରଣାସ୍ତ୍ର ଦେଖାଇ ହାଇଓ୍ବା ସହ ଚାଳକଙ୍କୁ ଅପହରଣ: ୫ ଗିରଫ, ଜଣେ ଫେରାର

ବଡ଼ବିଲ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳ ଏକ ପାର୍କିଂରୁ ହାଇଓ୍ବା ଟ୍ରକ ସହ ଚାଳକଙ୍କୁ ଅପହରଣ କରାଯିବା ସହ ମାଡ଼ମାରି ତାଙ୍କ ମୋବାଇଲ ଏବଂ ନଗଦ ୭ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ତେବେ ପୋଲିସ ହାଇଓ୍ବାକୁ ଉଦ୍ଧାର କରିିବା ସହ ସୋମବାର ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ଦାମୁ ହଟିଂ ଅଞ୍ଚଳର ମୁନା ଓରଫ୍‌ ମହେନ୍ଦ୍ର ମହାକୁଡ, ରାଜୁ ଦାସ ଓ ରୋହିତ ସିଂହ ଏବଂ ବଡ଼ବିଲ ପ୍ରେମ ନଗରସ୍ଥିତ ନିଉ ମାର୍କେଟ କଲୋନୀ ଅଞ୍ଚଳର ରାହୁଲ ମହାନ୍ତ ଓ ଆକାଶ କାରୁଆ।
ବଡ଼ବିଲ ଥାନାରେ ରୁଜୁ ହୋଇଥିବା କେସ୍‌ ନଂ. ୭୫/୨୧ ଅନୁଯାୟୀ, ପଞ୍ଚବଟୀ ଏନକ୍ଲେଭ୍‌ରେ ରହୁଥିବା ବିଜୟ ଜୈନଙ୍କ ଓଡି ୧୪ କ୍ୟୁ ୮୨୪୪ ନମ୍ବର ବିଶିଷ୍ଟ ହାଇଓ୍ବା ଟ୍ରକ ନେଇ ଚାଳକ ଟି.କେ.ବେଡିନ ଶନିବାର ରାତିରେ ବଡ଼ବିଲ ରେଳ ସାଇଡିଂରେ ଲୁହାପଥର ଅନଲୋଡ୍‌ କରିଥିଲେ। ଏହାପରେ ବେଡିନ ହାଇଓ୍ବାଟିକୁ ପାର୍କିଂରେ ରଖି ରାତି ୧୨ଟା ବେଳେ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଗାଡ଼ି ପାଖରେ ପହଞ୍ଚି ଦେଖିଲା ବେଳକୁ ୩/୪ ଜଣ ଅଜଣା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଠିଆ ହୋଇଛନ୍ତି। ତାଙ୍କୁ ଭୟଭୀତ କରି ଜଙ୍ଗଲ ଆଡ଼କୁ ନେଇଯାଇଥିଲେ। କିଛିଦୂର ଯିବା ପରେ ବେଡିନଙ୍କୁ ମାଡ଼ ମାରିବା ସହ ତାଙ୍କ ଠାରୁ ମୋବାଇଲ ଓ ନଗଦ ୭ ହଜାର ୮ଟଙ୍କା ଲୁଟି ନେଇ ତାଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ। ଏ ସମ୍ପର୍କରେ ବେଡିନ ହାଇଓ୍ବା ମାଲିକଙ୍କୁ ଜଣାଇଥିଲେ। ତେବେ ମାଲିକ ବିଜୟ ରବିବାର ପୂର୍ବାହ୍ନରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଛାନଭିନ ଆରମ୍ଭ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଶଙ୍ଖଝର ଜଙ୍ଗଲ ରାସ୍ତାରେ ଛିଡା ହୋଇଥିବା ହାଇଓ୍ବା ଟ୍ରକଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି, ଏହି ଘଟଣାରେ ଆହୁରି ଜଣେ ଅଭିଯୁକ୍ତ ଫେରାର ଅଛନ୍ତି ଓ ତାଙ୍କ ନିକଟରେ ଚାଳକଙ୍କ ଠାରୁ ଲୁଟ୍‌ ହୋଇଥିବା ମୋବାଇଲ ରହିଥିବା ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri