ଦୁର୍ଦ୍ଦାନ୍ତ ମନୁଆଙ୍କ ସମେତ ୫ ଗିରଫ

ପୁରୀ ଅଫିସ,୨୪।୪: ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁରୀ ତାଳବଣିଆ ଥାନା ପୋଲିସ ଓ ସ୍ପେଶାଲ ସ୍କାଡ୍‌ ଗିରଫ କରିଛି। ଗିରଫ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ମନୁଆ ମହାନ୍ତିଙ୍କ ସମେତ ତାଙ୍କର ୪ ସହଯୋଗୀ ରହିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ୩ଟି ବନ୍ଧୁକ ସହ ୪ ମୋବାଇଲ ଓ ଛୁରି ଜବତ କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଭେଟେରାନ ଅପରାଧୀ ତାଳବଣିଆ ଥାନା ଅନ୍ତର୍ଗତ ନୃସିଂହ ବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି ଓରଫ ମନୁଆ(୩୮), ଜଗତସିଂହପୁର ଜିଲା ତିର୍ତ୍ତେଲ ଥାନା ଅଞ୍ଚଳର ସୌମ୍ୟରଞ୍ଜନ ବିଶ୍ୱାଳ, କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ଡ ପଛ ପାଶ୍ୱ ରଘୁପତି ନଗରର ମିଲନ ମିଶ୍ର(୩୫)ଲ୍‌, ପୁରୀ ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ଦୀପକ ସୁଆର (୩୨) ଏବଂ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ (୩୨) ରହିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ପିସସ୍ତଲ ଯଥା, ଗୋଟିଏ ୯ ଏମଏମ ସେମି ଅଟୋମେଟିକ୍‌ ପିସ୍ତଲ, ଗୋଟିଏ ୭.୬୨ ଏମଏମ ସେମି ଅଟୋମେଟିକ୍‌ ପିସ୍ତଲ, ଗୋଟିଏ ୭.୬୫ ଏମଏମ ସେମି ଅଟୋମେଟିକ ପିସ୍ତଲ ସହ ୧୦ଟି ଜୀବନ୍ତ ଗୁଳି, ଚାରୋଟି ମୋବାଇଲ ଓ ଗୋଟିଏ ଛୁରୀ ଜବତ କରିଛି। ଏ ନେଇ ତାଳବଣିଆ ଥାନା ପୋଲିସ ଏକ କେସ୍‌ (ନଂ. ୭୦/୨୩ରେ ରୁଜୁ କରିଛି। ଏସ୍‌ପି କନଓ୍ବର ବିଶାଲ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ତାଳବଣିଆ ପୋଲିସ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଗିରଫ ହୋଇଥିବା ମନୋରଞ୍ଜନ ମହାନ୍ତି ପୋଲିସ ସୂଚିରେ ଦୁଇ ନମ୍ବର ଲିଷ୍ଟ୍‌ରେ ରହିଥିଲା। କିଛି ମାସ ହେବ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା। ତେବେ ଗତ ୨୪ ରୁ ୨୮ ଦିନ ହେବ ଗୋଇନ୍ଦା ବିଭାଗ ପକ୍ଷରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ନାମରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି। ପୋଲିସକୁ ଶନିବାର ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନଙ୍କ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଅପରାଧିମାନେ ପୁରୀ ଆସି ହୁଳୁହୁଳିଆ ପୋଲ ନିକଟ ଏକ ପରିତ୍ୟକ୍ତ ଘରେ ସ୍ଥାନରେ ଆଶ୍ରୟ ନେଇଥିଲେ। ପୁରୀ ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ଘଟାଇବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ। ଅପରାଧ ପରେ ଓଡିଶା ବାହାରକୁ ଚାଲିଯିବା ପାଇଁ ତାଙ୍କର ଯୋଜନା ରହିଥିଲା। ଏନେଇ ଖବର ପାଇବା ପରେ ସ୍ପେଶାଲ ସ୍କ୍ବାଡ୍‌ ଓ ତାଳବଣିଆ ଥାନା ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ଅପରାଧିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ସିଆରପିସିର ୧୧୦ ମାମଲାରେ ଏମାନଙ୍କୁ ବୁକ୍‌ କରାଯାଇଛି। ସେମାନଙ୍କ ଠାରୁ ଜବତ ହୋଇଥିବା ୩ଟି ପିସ୍ତଲ ଏବଂ ୧୦ ଜୀବନ୍ତ ଗୁଳି ଜବତ କେଉଁ ସ୍ଥାନରୁ ଆଣିଛନ୍ତି ସେ ନେଇ ତଦନ୍ତ କରାଯିବ । ଅପରାଧିମାନଙ୍କୁ ଦରକାର ପଡିଲେ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ମିହିର ରଞ୍ଜନ ପଣ୍ଡା, ସିଟି ଡିଏସ୍‌ପି କେ.କେ. ହରିପ୍ରସାଦ ଏବଂ ତାଳବଣିଆ ଅଧିକାରୀ ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri