ଦୁର୍ଦ୍ଦାନ୍ତ ମନୁଆଙ୍କ ସମେତ ୫ ଗିରଫ

ପୁରୀ ଅଫିସ,୨୪।୪: ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁରୀ ତାଳବଣିଆ ଥାନା ପୋଲିସ ଓ ସ୍ପେଶାଲ ସ୍କାଡ୍‌ ଗିରଫ କରିଛି। ଗିରଫ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ମନୁଆ ମହାନ୍ତିଙ୍କ ସମେତ ତାଙ୍କର ୪ ସହଯୋଗୀ ରହିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ୩ଟି ବନ୍ଧୁକ ସହ ୪ ମୋବାଇଲ ଓ ଛୁରି ଜବତ କରାଯାଇଛି। ଏନେଇ ପୁରୀ ପୋଲିସ ପକ୍ଷରୁ ରବିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଭେଟେରାନ ଅପରାଧୀ ତାଳବଣିଆ ଥାନା ଅନ୍ତର୍ଗତ ନୃସିଂହ ବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି ଓରଫ ମନୁଆ(୩୮), ଜଗତସିଂହପୁର ଜିଲା ତିର୍ତ୍ତେଲ ଥାନା ଅଞ୍ଚଳର ସୌମ୍ୟରଞ୍ଜନ ବିଶ୍ୱାଳ, କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ବସଷ୍ଟାଣ୍ଡ ପଛ ପାଶ୍ୱ ରଘୁପତି ନଗରର ମିଲନ ମିଶ୍ର(୩୫)ଲ୍‌, ପୁରୀ ଟାଉନ ଥାନା ଅନ୍ତର୍ଗତ ସୁଆର ସାହିର ଦୀପକ ସୁଆର (୩୨) ଏବଂ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ (୩୨) ରହିଛନ୍ତି। ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ପିସସ୍ତଲ ଯଥା, ଗୋଟିଏ ୯ ଏମଏମ ସେମି ଅଟୋମେଟିକ୍‌ ପିସ୍ତଲ, ଗୋଟିଏ ୭.୬୨ ଏମଏମ ସେମି ଅଟୋମେଟିକ୍‌ ପିସ୍ତଲ, ଗୋଟିଏ ୭.୬୫ ଏମଏମ ସେମି ଅଟୋମେଟିକ ପିସ୍ତଲ ସହ ୧୦ଟି ଜୀବନ୍ତ ଗୁଳି, ଚାରୋଟି ମୋବାଇଲ ଓ ଗୋଟିଏ ଛୁରୀ ଜବତ କରିଛି। ଏ ନେଇ ତାଳବଣିଆ ଥାନା ପୋଲିସ ଏକ କେସ୍‌ (ନଂ. ୭୦/୨୩ରେ ରୁଜୁ କରିଛି। ଏସ୍‌ପି କନଓ୍ବର ବିଶାଲ ସିଂ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ତାଳବଣିଆ ପୋଲିସ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ଗିରଫ ହୋଇଥିବା ମନୋରଞ୍ଜନ ମହାନ୍ତି ପୋଲିସ ସୂଚିରେ ଦୁଇ ନମ୍ବର ଲିଷ୍ଟ୍‌ରେ ରହିଥିଲା। କିଛି ମାସ ହେବ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା। ତେବେ ଗତ ୨୪ ରୁ ୨୮ ଦିନ ହେବ ଗୋଇନ୍ଦା ବିଭାଗ ପକ୍ଷରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଅଭିଯୁକ୍ତ ମନୁଆ ମହାନ୍ତିଙ୍କ ନାମରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି। ପୋଲିସକୁ ଶନିବାର ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନଙ୍କ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଅପରାଧିମାନେ ପୁରୀ ଆସି ହୁଳୁହୁଳିଆ ପୋଲ ନିକଟ ଏକ ପରିତ୍ୟକ୍ତ ଘରେ ସ୍ଥାନରେ ଆଶ୍ରୟ ନେଇଥିଲେ। ପୁରୀ ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ଘଟାଇବା ପାଇଁ ଅଭିଯୁକ୍ତମାନେ ଯୋଜନା କରୁଥିଲେ। ଅପରାଧ ପରେ ଓଡିଶା ବାହାରକୁ ଚାଲିଯିବା ପାଇଁ ତାଙ୍କର ଯୋଜନା ରହିଥିଲା। ଏନେଇ ଖବର ପାଇବା ପରେ ସ୍ପେଶାଲ ସ୍କ୍ବାଡ୍‌ ଓ ତାଳବଣିଆ ଥାନା ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି ଅପରାଧିମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ସିଆରପିସିର ୧୧୦ ମାମଲାରେ ଏମାନଙ୍କୁ ବୁକ୍‌ କରାଯାଇଛି। ସେମାନଙ୍କ ଠାରୁ ଜବତ ହୋଇଥିବା ୩ଟି ପିସ୍ତଲ ଏବଂ ୧୦ ଜୀବନ୍ତ ଗୁଳି ଜବତ କେଉଁ ସ୍ଥାନରୁ ଆଣିଛନ୍ତି ସେ ନେଇ ତଦନ୍ତ କରାଯିବ । ଅପରାଧିମାନଙ୍କୁ ଦରକାର ପଡିଲେ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ମିହିର ରଞ୍ଜନ ପଣ୍ଡା, ସିଟି ଡିଏସ୍‌ପି କେ.କେ. ହରିପ୍ରସାଦ ଏବଂ ତାଳବଣିଆ ଅଧିକାରୀ ସୁଜାତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri