Posted inଜାତୀୟ

ଭାରତ-ବାଂଲାଦେଶ ମଧ୍ୟରେ ୫ ଚୁକ୍ତି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହା ପୂର୍ବରୁ ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧି ସ୍ତରୀୟ ବୈଠକରେ ଯୋଗାଯୋଗ, ଶକ୍ତି ଓ ବାଣିଜ୍ୟ ଆଦି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ମୋଦି ଗୋପାଳଗଞ୍ଜର ଓରାକାଣ୍ଡିଠାରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହିନ୍ଦୁ ମଟୁଆ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତ ଓ ବାଂଲାଦେଶ ସ୍ଥିରତା, ଭଲପାଇବା ଓ ଶାନ୍ତି ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଓରାକାଣ୍ଡିରେ ଭାରତ ୨ଟି ବିଦ୍ୟାଳୟର ଉନ୍ନତୀକରଣ କରିବ ବୋଲି ମୋଦି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଲଗାତାର ୧୮ ଦିନ ଧରି ଦୈନିକ...

ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ,୧୧।୧୧-ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ବୁଧବାର ସାରେ ତାଲୋଜା ଜେଲରୁ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ଅର୍ଣ୍ଣବଙ୍କୁ...

କୋଭାକ୍ସିନ୍‌କୁ ସ୍ବୀକୃତି ପ୍ରସଙ୍ଗ, ଅଧିକ ତଥ୍ୟ ଲୋଡ଼ିଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୨୮।୯: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ସ୍ବୀକୃତି ଦେବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅଧିକ ତଥ୍ୟ ଲୋଡ଼ା ଯାଇଛି।...

ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି

ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ...

ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ

ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ...

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ...

ଭାରତ ଗସ୍ତ ବାତିଲ କଲେ ବୋରିସ୍‌

ନୂଆଦିଲ୍ଲୀ, ୬।୧: ଆଗାମୀ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଅତିଥି ହେବେନାହିଁ। ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ସେ...

ଭାରତରେ ୬ କୋଟି ଟପିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୬।୭: ଆସନ୍ତା ୨୦୨୧ ମାର୍ଚ୍ଚ ବେଳକୁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୧୮ ଲକ୍ଷ ଟପିବ ବୋଲି ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି)...

Advertisement


Archives

Model This Week