Posted inଜାତୀୟ

ଗୁଣବତ୍ତା ପରୀକ୍ଷାରେ ୪୮ ଔଷଧ ବିଫଳ…

ନୂଆଦିଲ୍ଲୀ,୨୬।୪ : ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ନିୟାମକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ବଶେଷ ସୁରକ୍ଷା ଆଲର୍ଟରେ ଗୁଣାତ୍ମକ ପରୀକ୍ଷଣରେ ବିଫଳତା ପାଇଁ ସାଧାରଣ ଭାବେ ବ୍ୟବହୃତ ଔଷଧକୁ ଚିହ୍ନଟ କରାଯାଇଛି। ଏହି ଔଷଧଗୁଡ଼ିକ ମଧ୍ୟରେ କ୍ୟାଲସିୟମ, ଫୋଲିକ ଏସିଡ, ମଲ୍ଟିଭାଇଟାମିନ, ଆଣ୍ଟିବାୟୋଟିକ, ଆଣ୍ଟି-ଡାଇବେଟିସ ଏବଂ କେତେକ ହୃଦସମସ୍ୟା ଔଷଧ ରହିଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସକୋ) ଦ୍ୱାରା ପ୍ରକାଶିତ ୱେବସାଇଟରେ ପ୍ରକାଶିତ ମାସିକ ତାଲିକାରେ ମାର୍ଚ୍ଚ ମାସରେ ପରୀକ୍ଷିତ ମୋଟ ୧,୪୯୭ ନମୁନା ମଧ୍ୟରୁ ୪୮ ଟି ଡ୍ରଗ ବ୍ୟାଚ ଗୁଣାତ୍ମକ ମାନରେ ବିଫଳ ହୋଇଛି। ଏଗୁଡିକର ବିଫଳତା ହାର ତିନି ପ୍ରତିଶତରୁ ଅଧିକ ରହିଛି। ଏହି ତାଲିକାରେ ଔଷଧ, ଡାକ୍ତରୀ ଉପକରଣ, ପ୍ରସାଧନ ସାମଗ୍ରୀ ଅନ୍ତର୍ଭୁକ୍ତ ହୋଇଛି। ଏସବୁ ଧାର୍ଯ୍ୟ ମାନକ ଗୁଣବତ୍ତା ପୂରଣ କରିନାହିଁ ।

ଏଗୁଡ଼ିକ ମଧ୍ୟରେ ଅପସ୍ମାର ଔଷଧ ଗାବାପେଣ୍ଟିନ, ହାଇପର ଟେନସନ ଡ୍ରଗ ଟେଲମିସାର୍ଟାନ, ଆଣ୍ଟି ଡାଇବେଟିସ ଔଷଧ ଗ୍ଲାଇମେପିରାଇଡ ଏବଂ ମେଟଫର୍ମିନ ଏବଂ ଏଚ.ଆଇ.ଭି ଡ୍ରଗ ରାଇଟୋନାଭିର ଭଳି ସର୍ବାଧିକ ବିକ୍ରି ହେଉଥିବା ଔଷଧ ରହିଛି। ଏଥିରେ ଲୋକପ୍ରିୟ ଉଚ୍ଚ ରକ୍ତଚାପ ଔଷଧ ଟେଲମା ମଧ୍ୟ ଅନ୍ତର୍ଭୁକ୍ତ। ଅନ୍ୟାନ୍ୟ ସାଧାରଣ ବ୍ୟବହୃତ ଔଷଧରେ ଆଇରନ ଏବଂ ଫୋଲିକ ଏସିଡ ଟାବଲେଟ, ପ୍ରୋବୋଟିକ୍ସ ଏବଂ ଅନେକ ମଲ୍ଟିଭିଟାମିନ ଅନ୍ତର୍ଭୁକ୍ତ। ଏଥିରେ ଭିଟାମିନ ସି, ଭିଟାମିନ ବି ୧୨, ଫୋଲିକ ଏସିଡ ଏବଂ ନିୟାସିନାମାଇଡ ଇଞ୍ଜେକ୍ସନ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ଏହି ଔଷଧଗୁଡିକ ଘରୋଇ ଏବଂ ସାର୍ବଜନୀନ ଔଷଧ ଉତ୍ପାଦନକାରୀଙ୍କ ଦ୍ୱାରା ନିର୍ମିତ। ସେଥିମଧ୍ୟରେ ପିଏସୟୂ କର୍ନାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ, ଉତ୍ତରାଖଣ୍ଡ ଭିତ୍ତିକ ସିନୋକେମ ଫାର୍ମାସ୍ୟୁଟିକାଲ୍ସ, ହରିୟାଣା ଭିତ୍ତିକ ନେଷ୍ଟୋର ଫାର୍ମାସ୍ୟୁଟିକାଲ୍ସ, ଉତ୍ତରପ୍ରଦେଶର ଜେବିଜେଏମ ପ୍ୟାରେଣ୍ଟେରାଲ, ସୋଲାନ ଭିତ୍ତିକ ରୋନାମ ସ୍ବାସ୍ଥ୍ୟସେବା ଏବଂ ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଅନ୍ତର୍ଭୁକ୍ତ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri