Posted inଜାତୀୟ

ଗାଈ ପେଟରୁ ବାହାରିଲା ୪୮ କିଲୋ ପ୍ଲାଷ୍ଟିକ୍‌

କୋଟା,୨୪।୩: ରାଜସ୍ଥାନର କୋଟା ସହରରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। କୋଟା ଡିଭିଜନ ମୁଖ୍ୟାଳୟରେ ଅବସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସକ ଅଖିଳେଶ ପାଣ୍ଡେଙ୍କ ଦ୍ୱାରା ଏକ ଗାଈର ପେଟ ଅପରେଶନ କରାଯାଇଛି। ଦୀର୍ଘ ୪ ଘଣ୍ଟା ଅପରେଶନ ପରେ ଗାଈ ପେଟରୁ ୪୮ କିଲୋ ପ୍ଲାଷ୍ଟିକ ବାହାରିଥିଲା। ଅଖିଳେଶ ପାଣ୍ଡେ କହିଛନ୍ତି ଯେ, ଗାଈର ପେଟରୁ ଅପରେଶନ ସମୟରେ ୪୮ କିଲୋଗ୍ରାମ ପ୍ଲାଷ୍ଟିକ ବ୍ୟାଗ ପଲିଥିନ ବାହାରିଛି। ଆହୁରି ମଧ୍ୟ ୮ଟି ଲୁହା ବସ୍ତୁ, ଦଉଡି, ବେଲୁନ, ରବର ବାହାରିଛି। ସାଧାରଣତଃ ଲୋକେ ଅସାବଧାନତାରେ କଠିନ ବର୍ଜ୍ୟବସ୍ତୁକୁ ପଲିଥିନରେ ବନ୍ଦ କରି ରାସ୍ତାରେ ପକାଇ ଥା’ନ୍ତି। ତାକୁ ଗାଈମାନେ ଖାଆନ୍ତି ଏବଂ ଏହା ସେମାନଙ୍କ ପେଟରେ ଗଚ୍ଛିତ ହୁଏ। ଅପରେଶନ ପରେ ଗାଈ ପେଟରେ ୧୪ଟି ସିଲେଇ ପଡିଛି। ଗାଈକୁ ଅପରେଶନ କରିଥିବା ଡାକ୍ତର ଲୋକଙ୍କୁ ନିବେଦନ କରିଛନ୍ତି ଯେ, ପ୍ଲାଷ୍ଟିକ ପଲିଥିନରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ, କାରଣ ଗୋରୁମାନେ ପଲିଥିନ ବ୍ୟାଗକୁ ସିଧାସଳଖ ଖାଆନ୍ତି ଏବଂ ଏଗୁଡିକ ପେଟରେ ବଣ୍ଡଲ ଆକାରରେ ଗଚ୍ଛିତ ହୁଏ। ଫଳରେ ଏହା ଗାଈଙ୍କ ମୃତ୍ୟୁର କାରଣ ହୁଏ।

 

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଭାଜପାକୁ ଡବଲ ଝଟ୍‌କା

ଗୋଆ,୧୦।୧: ଗୋଆରେ ଫେବୃୟାରୀ ୧୪ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଭାଜପାକୁ ସୋମବାର ଦୁଇଟି ଶକ୍ତ ଧକ୍କା ଲାଗିଛି। ‘ଦଳ ଆଉ ସାଧାରଣ ଲୋକଙ୍କ...

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ନୂଆଦିଲ୍ଲୀରେ ଥିବା ତାଙ୍କ ସ୍ମୃତିସ୍ଥଳ ‘ସଦା ଅଟଳ’ରେ...

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୧୨(ଆଇଏଏନ୍‌ଏସ୍‌): ଇଲେକ୍ଟ୍ରୋନିକ୍‌ ସିଗାରେଟ (ଇ-ସିଗାରେଟ) ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାବେଳେ ସୋମବାର...

ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ-ମୁଲାୟମ!

ଆମ୍ବେଡ୍‌କର ନଗର,୧୧।୩: ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ ସିଂ ଏବଂ ମୁଲାୟମ ସିଂ। କଥାଟା ଅଡ଼ୁଆ ଲାଗୁଥିଲେ ହେଁ ସତ। ତେବେ ଆମେ ଏଠାରେ ପୂର୍ବତନ...

ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ

ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର...

ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ସିଭିଲ ସର୍ଭିସ ପ୍ରିଲିମ୍‌ ପ୍ରାର୍ଥୀ

ନୂଆଦିଲ୍ଲୀ,୨ା୭(ପି.ଟି.): ସିଭିଲ୍‌ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ରେ ଅନୁଷ୍ଠିତ ହେବାକୁ ଥିଲାବେଳେ ପ୍ରାର୍ଥୀ ଚାହିଁଲେ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି କେନ୍ଦ୍ରୀୟ ଲୋକସେବା...

ଜୀବନକୁ ବାଜି ଲଗାଇଲେ ଗର୍ଭବତୀ ନର୍ସ

ରାୟପୁର,୨୬।୫: ଦେଶରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଲୋକଙ୍କ ମନରେ ଭୟ...

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ...

Advertisement
Archives

Model This Week