ଆଉ ୪୭ ଚାଇନା ଆପ୍‌ ବ୍ୟାନ୍‌: ପବ୍‌ଜୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୯ ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇଥିଲେ। ସୋମବାର ପୁଣି ଥରେ ୪୭ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଛି। ପୂର୍ବରୁ ବ୍ୟାନ୍‌ ହୋଇଥିବା ଆପ୍ଲିକେଶନର କ୍ଲୋନ୍‌ ଭାବେ ଏହି ଆପ୍‌ଗୁଡିକ କାର୍ଯ୍ୟ କରୁଥିବା ସରକାରଙ୍କ ୨ ଜଣ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସରକାର ପୂର୍ବରୁ ବାଇଟ୍‌ ଡାନ୍ସର ଟିକ୍‌ଟକ୍‌, ଆଲିବାବାର ୟୁସି ବ୍ରାଉଜର ଭଳି ଅନ୍ୟ ଆପ୍‌ ଗୁଡ଼ିକୁ ଭାରତରେ ବ୍ୟାନ୍‌ କରିଛନ୍ତି। ବର୍ତ୍ତମାନ କେଉଁ ଆପ୍‌ଗୁଡିକୁ ଭାରତରେ ନିଷିଦ୍ଧ କରାଯାଇଛି ସେ ସମ୍ପର୍କରେ ସବିେଶେଷ ତଥ୍ୟ ମିଳି ପାରି ନ ଥିଲେ ହେଁ ଏହି ଆପ୍‌ଗୁଡିକ ୫୯ ବ୍ୟାନ୍‌ ଆପ୍‌ର କ୍ଲୋନ୍‌ ବୋଲି କୁହାଯାଇଛି। ସରକାରଙ୍କ ସ୍ପଷ୍ଟୀକରଣ ଆସିବା ପରେ ଯାଇ କେଉଁ ଆପ୍‌ ହଟାଯାଇଛି ସେ ସମ୍ପର୍କରେ ଜଣାପଡିବ। ସେହିଭଳି କେନ୍ଦ୍ର ସରକାର ୨୭୫ ଚାଇନା ଆପ୍‌ର ଏକ ତାଲିକା ମଗାଇଛନ୍ତି। ଏହି ଆପ୍‌ଗୁଡିକ ଦେଶର ଜାତୀୟ ସୁରକ୍ଷା ଏବଂ ପ୍ରିଭେସିକୁ କ୍ଷତି ପହଞ୍ଚାଉଥିଲେ ସରକାରଙ୍କ ପକ୍ଷରୁ ସେହି ଆପ୍ଲିକେଶନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଆଶଙ୍କା ରହିଥିବା ଟେନ୍‌ସେଣ୍ଟ କମ୍ପାନୀର ପବ୍‌ଜୀ, ଆଲିବାବାର ଆଲି ଏକ୍ସପ୍ରେସ୍‌, ଫୋନ୍‌ ମେକର ସାଓମି, ବାଇଟ ଡାନ୍ସ କମ୍ପାନୀର ମ୍ୟୁଜିକ ଷ୍ଟ୍ରିମି ଆପ୍ଲିକେଶନ ରେସୋ ଆଦି ଉପରେ ବ୍ୟାନ୍‌ ଲାଗିପାରେ। ଭାରତ ସରକାର ୫୯ ଚାଇନା ଆପ୍‌ ଉପରେ କଟକଣା ଲଗାଇବା ପରେ ଏହା ସହ ସମାନ ଏବଂ କ୍ଲୋନ୍‌ ହୋଇଥିବା ଆପ୍ଲିକେଶନ ଗୁଗଲ ପ୍ଲେ ଷ୍ଟୋର ର଼୍ୟାଙ୍କିଙ୍ଗ୍‌ର ଟପ୍‌ରେ ରହୁଥିଲା। ଲାଇକି ଲାଇଟ୍‌, ସ୍ନାକ୍‌ ଭିଡିଓ ଭଳି ଆପ୍‌ଗୁଡିକ ଟିକ୍‌ଟକ୍‌ ଉପରେ ବ୍ୟାନ୍‌ ଲାଗିବା ପରେ ଲୋକପ୍ରିୟ ହୋଇଛି। ସ୍ନାକ୍‌ ଭିଡିଓ ଚାଇନା କମ୍ପାନୀ ଦ୍ୱାରା ସ୍ଥାପନ ହୋଇଥିବା ବେଳେ ଏହା ନିକଟରେ ୧୦ ନିୟୁତ ଡାଉନ୍‌ଲୋଡ୍‌ ହାସଲ କରିଛି। ସେହିଭଳି ସାଓମି ପକ୍ଷରୁ ଆସିଥିବା ଜିଲି ଆପ୍‌ ଟିକ୍‌ଟକ୍‌ର ବିକଳ୍ପ ହୋଇଛି। ଏହି ଆପ୍‌ର ଡାଉନ୍‌ଲୋଡ୍‌ ୧୬୭% ବଢ଼ି ୮ ନିୟୁତ ଛୁଇଁଛି। ଜୁନ୍‌ ୨୯ରେ ଜାରି ଏକ ଅନ୍ତରୀଣ ଅର୍ଡରରେ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଦେଶର ସୁରକ୍ଷାକୁ ଏହି ଆପ୍‌ଗୁଡିକ ପ୍ରଭାବିତ କରୁଛି। ଏହାକୁ ବିଚାରକରି ସରକାର ଆପ୍‌ଗୁଡ଼ିକ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri