ଆଉ ୪୭ ଚାଇନା ଆପ୍‌ ବ୍ୟାନ୍‌: ପବ୍‌ଜୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୨୭।୭: ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ୫୯ ଚାଇନା ମୋବାଇଲ ଆପ୍ଲିକେଶନ ଉପରେ କଟକଣା ଲଗାଇଥିଲେ। ସୋମବାର ପୁଣି ଥରେ ୪୭ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଛି। ପୂର୍ବରୁ ବ୍ୟାନ୍‌ ହୋଇଥିବା ଆପ୍ଲିକେଶନର କ୍ଲୋନ୍‌ ଭାବେ ଏହି ଆପ୍‌ଗୁଡିକ କାର୍ଯ୍ୟ କରୁଥିବା ସରକାରଙ୍କ ୨ ଜଣ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସରକାର ପୂର୍ବରୁ ବାଇଟ୍‌ ଡାନ୍ସର ଟିକ୍‌ଟକ୍‌, ଆଲିବାବାର ୟୁସି ବ୍ରାଉଜର ଭଳି ଅନ୍ୟ ଆପ୍‌ ଗୁଡ଼ିକୁ ଭାରତରେ ବ୍ୟାନ୍‌ କରିଛନ୍ତି। ବର୍ତ୍ତମାନ କେଉଁ ଆପ୍‌ଗୁଡିକୁ ଭାରତରେ ନିଷିଦ୍ଧ କରାଯାଇଛି ସେ ସମ୍ପର୍କରେ ସବିେଶେଷ ତଥ୍ୟ ମିଳି ପାରି ନ ଥିଲେ ହେଁ ଏହି ଆପ୍‌ଗୁଡିକ ୫୯ ବ୍ୟାନ୍‌ ଆପ୍‌ର କ୍ଲୋନ୍‌ ବୋଲି କୁହାଯାଇଛି। ସରକାରଙ୍କ ସ୍ପଷ୍ଟୀକରଣ ଆସିବା ପରେ ଯାଇ କେଉଁ ଆପ୍‌ ହଟାଯାଇଛି ସେ ସମ୍ପର୍କରେ ଜଣାପଡିବ। ସେହିଭଳି କେନ୍ଦ୍ର ସରକାର ୨୭୫ ଚାଇନା ଆପ୍‌ର ଏକ ତାଲିକା ମଗାଇଛନ୍ତି। ଏହି ଆପ୍‌ଗୁଡିକ ଦେଶର ଜାତୀୟ ସୁରକ୍ଷା ଏବଂ ପ୍ରିଭେସିକୁ କ୍ଷତି ପହଞ୍ଚାଉଥିଲେ ସରକାରଙ୍କ ପକ୍ଷରୁ ସେହି ଆପ୍ଲିକେଶନଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଆଶଙ୍କା ରହିଥିବା ଟେନ୍‌ସେଣ୍ଟ କମ୍ପାନୀର ପବ୍‌ଜୀ, ଆଲିବାବାର ଆଲି ଏକ୍ସପ୍ରେସ୍‌, ଫୋନ୍‌ ମେକର ସାଓମି, ବାଇଟ ଡାନ୍ସ କମ୍ପାନୀର ମ୍ୟୁଜିକ ଷ୍ଟ୍ରିମି ଆପ୍ଲିକେଶନ ରେସୋ ଆଦି ଉପରେ ବ୍ୟାନ୍‌ ଲାଗିପାରେ। ଭାରତ ସରକାର ୫୯ ଚାଇନା ଆପ୍‌ ଉପରେ କଟକଣା ଲଗାଇବା ପରେ ଏହା ସହ ସମାନ ଏବଂ କ୍ଲୋନ୍‌ ହୋଇଥିବା ଆପ୍ଲିକେଶନ ଗୁଗଲ ପ୍ଲେ ଷ୍ଟୋର ର଼୍ୟାଙ୍କିଙ୍ଗ୍‌ର ଟପ୍‌ରେ ରହୁଥିଲା। ଲାଇକି ଲାଇଟ୍‌, ସ୍ନାକ୍‌ ଭିଡିଓ ଭଳି ଆପ୍‌ଗୁଡିକ ଟିକ୍‌ଟକ୍‌ ଉପରେ ବ୍ୟାନ୍‌ ଲାଗିବା ପରେ ଲୋକପ୍ରିୟ ହୋଇଛି। ସ୍ନାକ୍‌ ଭିଡିଓ ଚାଇନା କମ୍ପାନୀ ଦ୍ୱାରା ସ୍ଥାପନ ହୋଇଥିବା ବେଳେ ଏହା ନିକଟରେ ୧୦ ନିୟୁତ ଡାଉନ୍‌ଲୋଡ୍‌ ହାସଲ କରିଛି। ସେହିଭଳି ସାଓମି ପକ୍ଷରୁ ଆସିଥିବା ଜିଲି ଆପ୍‌ ଟିକ୍‌ଟକ୍‌ର ବିକଳ୍ପ ହୋଇଛି। ଏହି ଆପ୍‌ର ଡାଉନ୍‌ଲୋଡ୍‌ ୧୬୭% ବଢ଼ି ୮ ନିୟୁତ ଛୁଇଁଛି। ଜୁନ୍‌ ୨୯ରେ ଜାରି ଏକ ଅନ୍ତରୀଣ ଅର୍ଡରରେ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଦେଶର ସୁରକ୍ଷାକୁ ଏହି ଆପ୍‌ଗୁଡିକ ପ୍ରଭାବିତ କରୁଛି। ଏହାକୁ ବିଚାରକରି ସରକାର ଆପ୍‌ଗୁଡ଼ିକ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବନ୍ୟା: ୨୨ ଲକ୍ଷ ପ୍ରଭାବିତ

ପାଟନା,୭ା୯(ପି.ଟି.): ବିହାର ଓ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବାରୁ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri