ଡାଇବେଟିସ ଓ କିଡ୍‌ନୀ ସମସ୍ୟା ଦୂର କରେ ରୁଇବୋସ ଚା

ଭାରତରେ ଏବେ ରୁଇବୋସ ଚା’ର ଆଦର ବୃଦ୍ଧି ପାଇଛି। ଏହା ଏକ ପ୍ରକାର ରେଡ୍‌ ଟି। ଦକ୍ଷିଣ ଅଫ୍ରିକାର ଓ୍ବେଷ୍ଟନର୍ର୍ କେପ୍‌ ପ୍ରୋଭିନ୍ସରେ ମିଳୁଥିବା ଏକ ଗଛର ପତ୍ରରୁ ଏହା ପ୍ରସ୍ତୁତ କରାଯାଏ। ଏହାକୁ ବି ଆଫ୍ରିକାନ୍‌ ରେଡ୍‌ ଟି କୁହାଯାଏ। ଏହି ଚା’ର ଉପକାରିତା ସମ୍ପର୍କରେ ଜାଣନ୍ତୁ…
* ରୁଇବୋସ୍‌ ଚା’ ରୁ ଆଇରନ୍‌,କ୍ୟାଲସିୟମ୍‌, ପଟାସିୟମ,କପର୍‌, ମ୍ୟାଗ୍ନେସିୟମ ଏବଂ ଆଲ୍‌ଫା ହାଇଡ୍ରୋକ୍ସି ଏସିଡ୍‌ ମିଳେ। ଆମେରିକାର ଟୁଫ୍ଟସ୍‌ ୟୁନିଭର୍ସିଟି ଅଧିନରେ ଥିବା ୟୁଏସ୍‌ଡିଏ ହ୍ୟୁମାନ ନ୍ୟୁଟ୍ରିଶନ ରିସର୍ଚ୍ଚ ସେଣ୍ଟର୍‌ ଅନ୍‌ ଏଜିଂ ସୂତ୍ରରୁ ପ୍ରକାଶ ଯେ, ଏହି ଚା’ ଆଣ୍ଟିଅକ୍ସିଡାଣ୍ଟ(ଆସ୍‌ପାଲାଥିନ ଓ ନୋଥୋଫାଜିନ)ରେ ଭରପୂର। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ମୁକ୍ତି ଦିଏ।
* ଏଥିରେ ଆଦୌ ଅକ୍‌ଜାଲିକ ଏସିଡ୍‌ । ଏଣୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରେ ପୀଡିତ ବ୍ୟକ୍ତି ଏହି ଚା’ ପିଇପାରିବେ। ଏହା କିଡ୍‌ନୀରେ ଷ୍ଟୋନ୍‌ ହେବାକୁ ଦିଏନାହଁ।
* ଏହି ଚା’ରେ ପଲିଫେନଲସ୍‌,ଫ୍ଲାଭୋନଲସ୍‌ , ଫ୍ଲାବୋନଏଡ ଏବଂ ହାଇଡ୍ରୋଚଲକୋନ୍ସ ଆଦି ତତ୍ତ୍ୱ ଆଣ୍ଟି-ଇନଫ୍ଲାମେଟୋରି, ଆଣ୍ଟି ଭାଇରାଲ ଏବଂ ଆଣ୍ଟିମ୍ୟୁଟାଜେନିକ କ୍ୱାଲିଟି ରହିଥିବାରୁ ଏହା କରୋନାରୀ ହାର୍ଟ ଡିଜିଜ୍‌ ଦୂର କରିବାରେ ସହାୟକ ହୁଏ।
* ଦକ୍ଷିଣ ଆଫ୍ରିକାରେ ୨୦୧୪ ମସିହାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି, ଅର୍ଗାନିକ ରେଡ୍‌ ରୁଇବୋସ ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଲିଭର୍‌କୁ ଉପକାରୀ। ଏହା ମଧ୍ୟ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ ହୁଏ। ଏହା ପେଟ ଯନ୍ତ୍ରଣା ଦୂର କରେ।
*ସ୍ବିଡେନରେ କରାଯାଇଥିତ୍ବା ଏକ ଗବେଷଣାରୁ ଜଣାପଡିଛି ଯେ,ଏହି ଚା’ରେ ଆଣ୍ଟି-ଇନ୍‌ମ୍ଫାମାଟୋରି ଗୁଣ ରହିଛି। ଏହା ରକ୍ତଚାପ କମ୍‌ କରିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସାହାଯ୍ୟ କରେ।
* ରୁଇବୋସ୍‌ ଚା’ରେ ଥିବା ଆସ୍‌ପାଲାଥିନ୍‌ ଆଣ୍ଟିଅକ୍ସିଡାଣ୍ଟର ଏକ ଭିନ୍ନ ଗୁଣ ହେଉଛି ଏହା ଆଣ୍ଟି-ଡାଇବେଟିକ। ୟୁରୋପିୟାନ ଜର୍ନାଲ ଅଫ୍‌ ନ୍ୟୁଟ୍ରିଶନ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ରୁଇବୋସ୍‌ ଚା’ ବ୍ଲଡ୍‌ସୁଗାର ନିୟନ୍ତ୍ର୍ଣଣ କରିବାରେ ସାହାଯ୍ୟ କରେ। ପାନ୍‌କ୍ରିୟାଜ୍‌ର ଇନ୍‌ସୁଲିନ କ୍ଷରଣ କ୍ଷମତା ବି ବୃଦ୍ଧି କରେ।
* ଏହି ଚା’ରେ କ୍ୟାଲସିୟମ୍‌,ମାଙ୍ଗାନିଜ ଏବଂ ଫ୍ଲୋରାଇଡ ମିନେରାଲ୍‌ସ ରହିଛି ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ କରେ। ଏହାଦ୍ୱାରା ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରୋସିସ୍‌ (ଅସ୍ଥିସୁଶୀରତା) ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିପାରିବେ। ଆମେରିକାର ୟୁନିଭର୍ସିଟି ଅଫ୍‌ ମିୟାମିର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଏହା ଅସ୍ଥି ଲାଗି ବହୁତ ଭଲ।
* ଏହି ଚା ପିିଇଲେ ବିଭିନ୍ନ ପ୍ରକାର ଆଲର୍ଜି ସହଜରେ ଦେଖାଦିଏନାନାହଁ। ରୁଇବୋସ ଚା’ରେ ଥିବା ଆଲଫା- ହାଇଡ୍ରୋକ୍ସି ଏସିଡ୍‌ ଏବଂ ଜିଙ୍କ୍‌ ତ୍ୱଚା ଲାଗି ଉପକାରୀ। ଆଲ୍‌ଫା-ହାଇଡ୍ରୋକ୍ସି ଏସିଡ୍‌ ତ୍ୱଚା କୁଞ୍ଚନ କମାଇବାରେ ସାହାଯ୍ୟ କରେ। ନେଲ୍‌ସନ ମଣ୍ଡେଲା ମେଟ୍ରୋପଲିଟାନ୍‌ ୟୁନିଭର୍ସିଟିର ଗବେଷକମାନେ ଏହିି ଚା’ ଫ୍ୟାଟ୍‌ ସେଲ୍‌ର ଡିଜେନେରେସନ୍‌ ପ୍ରୋସେସକୁ ଧିମା କରିଦିଏ। ଏହାଦ୍ୱାରା ଏଜିଂ ପ୍ରୋସେସ୍‌ ବିଳମ୍ବ ହୋଇଯାଏ। ବୟସ ତୁଳନାରେ ବ୍ୟକ୍ତି ୟଙ୍ଗ୍‌ ଲାଗନ୍ତି।
* ଏହା କାଫିନ ମୁକ୍ତ ହୋଇଥିବାରୁ ଏହା ଭଲ ନିଦ କରେ। ଶୋଇବା ପୂର୍ବରୁ ଏକ କପ୍‌ ଚା ପିଇଲେ ଭଲ ନିଦ ହୁଏ ବୋଲି ଇକୋନୋମିକ ବଟାନି ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି।
* ଏହି ଚା’ରୁ କ୍ୟୁରେସେଟିନ୍‌ ଏବଂ ବାୟୋଫ୍ଲାବୋନଏଡ୍‌ ନ୍ୟୁଟ୍ରଣ୍ଟ୍‌ ମିଳେ ଯାହା ରକ୍ତ ସଂଚାଳନ ଭଲ ଭାବେ କରିବା ସହ ହାମ୍‌ରେଜିଂରେ ବାଧା ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲଟିଂ କରିବାରେ ଓସ୍ତାଦ ଏହି ନାମଧାରୀ ମହିଳା

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ନାମ ଯେପରି ଗୁରୁତ୍ୱପୂର୍ଣ୍ଣ ନାମର ପ୍ରଥମ ଅକ୍ଷର ମଧ୍ୟ ଠିକ୍‌ ସେହିପରି। ନାମର ପ୍ରଥମ ଅକ୍ଷର ଆମ ଜୀବନର ଅନେକ ରହସ୍ୟ...

ସକାଳୁ ଉଠି ସ୍ବାମୀଙ୍କ ସହ ଏହି ୪ କାମ କରନ୍ତୁ ସ୍ତ୍ରୀ; ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ତଥା ଚାଣକ୍ୟନୀତିରେ ମନୁଷ୍ୟର ଜୀବନକୁ ସରଳ ଏବଂ ସଫଳ କରିବା ଲାଗି ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ...

ହୃଦ୍‌ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ

ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ...

ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି...

ଘରର ଏସବୁ ସ୍ଥାନରେ ଲଗାନ୍ତୁ ନାହିଁ ମୃତବ୍ୟକ୍ତିଙ୍କ ଫଟୋ: ହେବ ଧନ ହାନି

ହିନ୍ଦୁଧର୍ମ ଅନୁଯାୟୀ ପିତୃପୁରୁଷଙ୍କ ଶ୍ରାଦ୍ଧର ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ନାହିଁ ସେମାନଙ୍କୁ ବହୁ ପାପ ସହିବାକୁ ପଡିଥାଏ।...

ସମାଜରେ ଏପରି ଲୋକଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

ପରିବାର ଓ ଡାଇବେଟିସ୍‌

ଡାଇବେଟିସ୍‌ ଏକ ବିଶ୍ୱ ସ୍ବାସ୍ଥ୍ୟ ସମସ୍ୟା। ଏହା ଦ୍ରୁତ ହାରରେ ବଢି ଚାଲିଛି। ଏପରି କି ଭାରତ ପାଇଁ ଏହା ମହାମାରୀର ରୂପ ନେଲାଣି ବୋଲି...

ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

Advertisement
Archives

Model This Week