ଡାଇବେଟିସ ଓ କିଡ୍‌ନୀ ସମସ୍ୟା ଦୂର କରେ ରୁଇବୋସ ଚା

ଭାରତରେ ଏବେ ରୁଇବୋସ ଚା’ର ଆଦର ବୃଦ୍ଧି ପାଇଛି। ଏହା ଏକ ପ୍ରକାର ରେଡ୍‌ ଟି। ଦକ୍ଷିଣ ଅଫ୍ରିକାର ଓ୍ବେଷ୍ଟନର୍ର୍ କେପ୍‌ ପ୍ରୋଭିନ୍ସରେ ମିଳୁଥିବା ଏକ ଗଛର ପତ୍ରରୁ ଏହା ପ୍ରସ୍ତୁତ କରାଯାଏ। ଏହାକୁ ବି ଆଫ୍ରିକାନ୍‌ ରେଡ୍‌ ଟି କୁହାଯାଏ। ଏହି ଚା’ର ଉପକାରିତା ସମ୍ପର୍କରେ ଜାଣନ୍ତୁ…
* ରୁଇବୋସ୍‌ ଚା’ ରୁ ଆଇରନ୍‌,କ୍ୟାଲସିୟମ୍‌, ପଟାସିୟମ,କପର୍‌, ମ୍ୟାଗ୍ନେସିୟମ ଏବଂ ଆଲ୍‌ଫା ହାଇଡ୍ରୋକ୍ସି ଏସିଡ୍‌ ମିଳେ। ଆମେରିକାର ଟୁଫ୍ଟସ୍‌ ୟୁନିଭର୍ସିଟି ଅଧିନରେ ଥିବା ୟୁଏସ୍‌ଡିଏ ହ୍ୟୁମାନ ନ୍ୟୁଟ୍ରିଶନ ରିସର୍ଚ୍ଚ ସେଣ୍ଟର୍‌ ଅନ୍‌ ଏଜିଂ ସୂତ୍ରରୁ ପ୍ରକାଶ ଯେ, ଏହି ଚା’ ଆଣ୍ଟିଅକ୍ସିଡାଣ୍ଟ(ଆସ୍‌ପାଲାଥିନ ଓ ନୋଥୋଫାଜିନ)ରେ ଭରପୂର। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ମୁକ୍ତି ଦିଏ।
* ଏଥିରେ ଆଦୌ ଅକ୍‌ଜାଲିକ ଏସିଡ୍‌ । ଏଣୁ କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରେ ପୀଡିତ ବ୍ୟକ୍ତି ଏହି ଚା’ ପିଇପାରିବେ। ଏହା କିଡ୍‌ନୀରେ ଷ୍ଟୋନ୍‌ ହେବାକୁ ଦିଏନାହଁ।
* ଏହି ଚା’ରେ ପଲିଫେନଲସ୍‌,ଫ୍ଲାଭୋନଲସ୍‌ , ଫ୍ଲାବୋନଏଡ ଏବଂ ହାଇଡ୍ରୋଚଲକୋନ୍ସ ଆଦି ତତ୍ତ୍ୱ ଆଣ୍ଟି-ଇନଫ୍ଲାମେଟୋରି, ଆଣ୍ଟି ଭାଇରାଲ ଏବଂ ଆଣ୍ଟିମ୍ୟୁଟାଜେନିକ କ୍ୱାଲିଟି ରହିଥିବାରୁ ଏହା କରୋନାରୀ ହାର୍ଟ ଡିଜିଜ୍‌ ଦୂର କରିବାରେ ସହାୟକ ହୁଏ।
* ଦକ୍ଷିଣ ଆଫ୍ରିକାରେ ୨୦୧୪ ମସିହାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି, ଅର୍ଗାନିକ ରେଡ୍‌ ରୁଇବୋସ ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଲିଭର୍‌କୁ ଉପକାରୀ। ଏହା ମଧ୍ୟ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ ହୁଏ। ଏହା ପେଟ ଯନ୍ତ୍ରଣା ଦୂର କରେ।
*ସ୍ବିଡେନରେ କରାଯାଇଥିତ୍ବା ଏକ ଗବେଷଣାରୁ ଜଣାପଡିଛି ଯେ,ଏହି ଚା’ରେ ଆଣ୍ଟି-ଇନ୍‌ମ୍ଫାମାଟୋରି ଗୁଣ ରହିଛି। ଏହା ରକ୍ତଚାପ କମ୍‌ କରିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସାହାଯ୍ୟ କରେ।
* ରୁଇବୋସ୍‌ ଚା’ରେ ଥିବା ଆସ୍‌ପାଲାଥିନ୍‌ ଆଣ୍ଟିଅକ୍ସିଡାଣ୍ଟର ଏକ ଭିନ୍ନ ଗୁଣ ହେଉଛି ଏହା ଆଣ୍ଟି-ଡାଇବେଟିକ। ୟୁରୋପିୟାନ ଜର୍ନାଲ ଅଫ୍‌ ନ୍ୟୁଟ୍ରିଶନ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ରୁଇବୋସ୍‌ ଚା’ ବ୍ଲଡ୍‌ସୁଗାର ନିୟନ୍ତ୍ର୍ଣଣ କରିବାରେ ସାହାଯ୍ୟ କରେ। ପାନ୍‌କ୍ରିୟାଜ୍‌ର ଇନ୍‌ସୁଲିନ କ୍ଷରଣ କ୍ଷମତା ବି ବୃଦ୍ଧି କରେ।
* ଏହି ଚା’ରେ କ୍ୟାଲସିୟମ୍‌,ମାଙ୍ଗାନିଜ ଏବଂ ଫ୍ଲୋରାଇଡ ମିନେରାଲ୍‌ସ ରହିଛି ଯାହା ଅସ୍ଥି ଓ ଦାନ୍ତକୁ ମଜଭୁତ କରେ। ଏହାଦ୍ୱାରା ଆଣ୍ଠୁଗଣ୍ଠି ବାତ, ଅଷ୍ଟିଓପୋରୋସିସ୍‌ (ଅସ୍ଥିସୁଶୀରତା) ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିପାରିବେ। ଆମେରିକାର ୟୁନିଭର୍ସିଟି ଅଫ୍‌ ମିୟାମିର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ଏହା ଅସ୍ଥି ଲାଗି ବହୁତ ଭଲ।
* ଏହି ଚା ପିିଇଲେ ବିଭିନ୍ନ ପ୍ରକାର ଆଲର୍ଜି ସହଜରେ ଦେଖାଦିଏନାନାହଁ। ରୁଇବୋସ ଚା’ରେ ଥିବା ଆଲଫା- ହାଇଡ୍ରୋକ୍ସି ଏସିଡ୍‌ ଏବଂ ଜିଙ୍କ୍‌ ତ୍ୱଚା ଲାଗି ଉପକାରୀ। ଆଲ୍‌ଫା-ହାଇଡ୍ରୋକ୍ସି ଏସିଡ୍‌ ତ୍ୱଚା କୁଞ୍ଚନ କମାଇବାରେ ସାହାଯ୍ୟ କରେ। ନେଲ୍‌ସନ ମଣ୍ଡେଲା ମେଟ୍ରୋପଲିଟାନ୍‌ ୟୁନିଭର୍ସିଟିର ଗବେଷକମାନେ ଏହିି ଚା’ ଫ୍ୟାଟ୍‌ ସେଲ୍‌ର ଡିଜେନେରେସନ୍‌ ପ୍ରୋସେସକୁ ଧିମା କରିଦିଏ। ଏହାଦ୍ୱାରା ଏଜିଂ ପ୍ରୋସେସ୍‌ ବିଳମ୍ବ ହୋଇଯାଏ। ବୟସ ତୁଳନାରେ ବ୍ୟକ୍ତି ୟଙ୍ଗ୍‌ ଲାଗନ୍ତି।
* ଏହା କାଫିନ ମୁକ୍ତ ହୋଇଥିବାରୁ ଏହା ଭଲ ନିଦ କରେ। ଶୋଇବା ପୂର୍ବରୁ ଏକ କପ୍‌ ଚା ପିଇଲେ ଭଲ ନିଦ ହୁଏ ବୋଲି ଇକୋନୋମିକ ବଟାନି ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି।
* ଏହି ଚା’ରୁ କ୍ୟୁରେସେଟିନ୍‌ ଏବଂ ବାୟୋଫ୍ଲାବୋନଏଡ୍‌ ନ୍ୟୁଟ୍ରଣ୍ଟ୍‌ ମିଳେ ଯାହା ରକ୍ତ ସଂଚାଳନ ଭଲ ଭାବେ କରିବା ସହ ହାମ୍‌ରେଜିଂରେ ବାଧା ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri