Posted inରାଜ୍ୟ

ଦଲାଲ୍‌ଙ୍କ କବ୍‌ଜାରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଖଣ୍ଡପଡ଼ା ରୋଡ୍‌ଠାରେ ଥିବା ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଦଲାଲ୍‌ଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ଶ୍ରମିକମାନଙ୍କ ଅପେକ୍ଷା ଦୁଇଗୁଣା ଦଲାଲ୍‌ ଯାଉଥିବା ଦେଖିବାକୁ ମିଳୁଛି। ନିଜକୁ ଶ୍ରମିକ ସଙ୍ଗଠନର ସଦସ୍ୟ ବୋଲାଉଥିବା ବ୍ୟକ୍ତିମାନେ ହିଁ ସାଜିଛନ୍ତି ଦଲାଲ୍‌। ଏହା ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ଏଠାରେ କାହାକୁ ମନା କରାଯାଇ ପାରିବ ନାହିଁ ବୋଲି କହି ଅଧିକାରୀମାନେ ଚୁପ୍‌ ହୋଇ ବସି ରହୁଥିବାରୁ ଦଲାଲ୍‌ମାନେ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗୁଛନ୍ତି। ଶ୍ରମିକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସରକାରୀ ସହାୟତା ରହିଛି। ଏଥିପାଇଁ ସେମାନଙ୍କ ପାଖରେ ନିର୍ମାଣ ଶ୍ରମିକ କାର୍ଡ ଖଣ୍ଡିଏ ନିତାନ୍ତ ଆବଶ୍ୟକ। ଏହି କାର୍ଡ ଖଣ୍ଡିଏ ବିଷୟରେ ଜଣେ ସାଧାରଣ ଶ୍ରମିକ ଜାଣିପାରୁ ନାହାନ୍ତି। ଏହାର ଫାଇଦା ଉଠାଉଛନ୍ତି କିଛି ଦିନ ତଳେ ଗଢ଼ି ଉଠିଥିବା ନିର୍ମାଣ ଶ୍ରମିକ ସଙ୍ଗଠନ। ସେମାନଙ୍କ ନାମରେ କାର୍ଡ ଖଣ୍ଡିଏ କରିଦେବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ୧ ହଜାରରୁ ୨ ହଜାର ଟଙ୍କା ନିଆଯାଉଛି। ଶ୍ରମିକ କାର୍ଡ ଖଣ୍ଡିଏ କରିବା ପାଇଁ ମାତ୍ର ୫୫ ଟଙ୍କା ଓ କାର୍ଡ ନବୀକରଣ (ବାର୍ଷିକ ଦେୟ) ପାଇଁ ୫୦ ଟଙ୍କା ଥିବା ବେଳେ କିଛି ସଙ୍ଗଠନ ଏହାଠାରୁ ଢେର ଗୁଣା ଟଙ୍କା ଆଦାୟ କରୁଛନ୍ତି। କିଛି ମାସ ପରେ ଯଦି କାର୍ଡ ନ ହେଉଛି ତାହା ହେଲେ ସଙ୍ଗଠନ ସେମାନଙ୍କୁ ଆଣି ଆନ୍ଦୋଳନ କରିଥିବାର ନଜିର ମଧ୍ୟ ରହିଛି। ସଙ୍ଗଠନ ନାମରେ ଶ୍ରମିକମାନଙ୍କୁ ଏମାନେ ଶୋଷଣ କରିବାରେ ଲାଗିଛନ୍ତି। କିଛି ବର୍ଷ ତଳେ ହାତଗଣତି ୫ରୁ ୬ଟି ସଙ୍ଗଠନ ଥିଲାବେଳେ ବର୍ତ୍ତମାନ ଜିଲାରେ ପାଖାପାଖି ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ସଙ୍ଗଠନ କରାଯାଇଛି। ଶ୍ରମିକମାନଙ୍କଠାରୁ ମୋଟା ଆକାରର ଟଙ୍କା ନିଆଯାଇ ଜିଲାରେ ପାନ ଦୋକାନୀଙ୍କଠାରୁ ଆରମ୍ଭ କରି ଅଟୋ ଡ୍ରାଇଭରଙ୍କ ଭଳି ବିଭିନ୍ନ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ କରାଯାଉଛି ନିର୍ମାଣ ଶ୍ରମିକ କାର୍ଡ଼। ଫଳରେ ଯୋଗ୍ୟ ଶ୍ରମିକମାନେ କାର୍ଡ ଖଣ୍ଡିଏ ପାଇଁ ବଞ୍ଚତ୍ତ ହେଉଥିବା ଦେଖିବାକୁ ମିଳୁଛି। ଜିଲାରେ ଅନେକ ଥିଲାବାଲା ଓ ସେମାନଙ୍କ ସ୍ତ୍ରୀଙ୍କ ନାମରେ ଶ୍ରମିକ କାର୍ଡ ହୋଇଥିବା ନେଇ ମଧ୍ୟ ଜଣାପଡ଼ିଛି। ଖାଲି ଯେ କାର୍ଡ ହୋଇଛି ତାହା ନୁହେଁ ସରକାରୀ ସହାୟତା ମଧ୍ୟ ସେମାନେ ହାତେଇଛନ୍ତି। ତେଣୁ ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷେ ୨୦୧୬ ମସିହାରେ କିଛି ସଙ୍ଗଠନ ଅନେକ ବ୍ୟକ୍ତିଙ୍କୁ ନକଲି ନିର୍ମାଣ ଶ୍ରମିକ କାର୍ଡ ଦେଇଥିବା ନେଇ ପ୍ରମାଣ ମିଳିଥିଲା। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅନ୍ୟପକ୍ଷେ ୨୦୧୮ ରେ ଜିଲାର ୮ ବ୍ଲକରେ ନିର୍ମାଣ ଶ୍ରମିକ କ୍ୟାମ୍ପ କରାଯାଇଥିଲା, ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଡ ପାଇଁ ଆବେଦନ କରିଥିଲେ। ହେଲେ ଏହି ସବୁ ଆବେଦନ ପତ୍ର ବର୍ତ୍ତମାନ ଜିଲା ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଛି। ଜିଲା ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୫୫,୨୪୮ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଜିଲାରେ ବିଭିନ୍ନ ସମୟରେ କାମ କରିବା ପାଇଁ ଶ୍ରମିକ ମିଳୁ ନ ଥିବାବେଳେ ଏତେ ସଂଖ୍ୟକ ନିର୍ମାଣ ଶ୍ରମିକ ଜିଲାରେ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା କୁହନ୍ତି, ଯେଉଁ ବ୍ୟକ୍ତିମାନେ କାର୍ଯ୍ୟାଳୟକୁ ଆସିବେ କାହାକୁ ମନା କରାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri