Odisha Elections 2024

୭ ମାସରେ ମଲେଣି ୪୪ ହାତୀ

ଭୁବନେଶ୍ୱର, ୧୨।୮(ଅସମାପିକା ସାହୁ): ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି। କିନ୍ତୁ ହାତୀ ଓ ମଣିଷ ଲଢ଼େଇ ଏବେ ବି କମିବାର ନାଁ ନେଉନାହିଁ। ଏହି ଲଢ଼େଇରେ କେତେବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେଉଁଠି ମଣିଷର ଜୀବନ ଯାଉଛି। ରାଜ୍ୟ ସରକାରଙ୍କ ତଥ୍ୟାନୁସାରେ, ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୨ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ ମୋଟ ୭୮୪ ହାତୀ ଓ ୯୨୫ ମଣିଷଙ୍କ ମୃତ୍ୟୁ ଘଟିଛି। ସେହିଭଳି ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ୧୦ ମଧ୍ୟରେ ୪୪ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଓଡ଼ିଶାରେ ହାତୀସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୦୧୨ ହାତୀ ଗଣନାରେ, ରାଜ୍ୟରେ ହାତୀସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଥିଲା। ତେବେ ରାଜ୍ୟରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏମାନଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ହେଉଛି। ହାତୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ରହିଛି। କିନ୍ତୁ ଏଥିରେ ସରକାର ଫେଲ୍‌ ମାରୁଛନ୍ତି। ତେଣୁ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ହାତୀ ଶିକାର ବୃଦ୍ଧି ପାଉଥିବାବେଳେ ଆଉ କେଉଁଠି ବିଦ୍ୟୁତ୍‌ ତାର ଓ ଟ୍ରେନ୍‌ ଧକ୍କା ଜୀବନ ନେଉଛି।
ବିଧାନସଭାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ତଥ୍ୟ ଅନୁଯାୟୀ, ୨୦୧୨-୧୩ରେ ୮୨ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୪, ୨୦୧୫-୧୬ରେ ୮୬, ୨୦୧୬-୧୭ରେ ୭୬, ୨୦୧୭-୧୮ରେ ୭୮, ୨୦୧୮-୧୯ରେ ୯୩, ୨୦୧୯-୨୦ରେ ୮୨, ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କର ମୃତ୍ୟୁ ହୋଇଛି। ସେପଟେ ଚଳିତବର୍ଷ ଏପପର୍ଯ୍ୟନ୍ତ ୪୪ଟି ହାତୀଙ୍କ ଜୀବନ ଗଲାଣି। ଓ୍ବାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟାନୁସାରେ, ଗତ ଜାନୁୟାରୀରୁ ଅଗଷ୍ଟ ୧୦ ମଧ୍ୟରେ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ଜାନୁୟାରୀରେ ୮ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଫେବୃୟାରୀରେ ୫, ମାର୍ଚ୍ଚରେ ୭, ଏପ୍ରିଲରେ ୪, ମେ’ରେ ୧୦, ଜୁନ୍‌ରେ ୬, ଜୁଲାଇରେ ୩ ଏବଂ ଅଗଷ୍ଟରେ ଗୋଟିଏ ହାତୀର ମୃତ୍ୟୁ ଘଟିଛି। ଏହି ୪୪ ହାତୀଙ୍କ ମଧ୍ୟରୁ ୧୮ଟିର ପ୍ରାକୃତିକ ମୃତ୍ୟୁ ଘଟିଥିବାବେଳେ ବିଦ୍ୟୁତ୍‌ ଆଘାତରେ ୧୧, ଶିକାରରେ ୫ ଏବଂ ଟ୍ରେନ୍‌ ଦୁର୍ଘଟଣାରେ ୪ଟି ହାତୀଙ୍କର ଜୀବନ ଯାଇଛି। ତେବେ ଆଉ ୬ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର; ଶାରଦା- ରାକେଶ ବି ବହିଷ୍କୃତ

ଭୁବନେଶ୍ୱର,୧୭।୫: ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ସେହିଭଳି ମାହାଙ୍ଗାର ଶାରଦା ପ୍ରଧାନ ଏବଂ ସୋରର ରାକେଶ ମଲ୍ଲିକ ମଧ୍ୟ ଭାଜପାରୁ ବହିଷ୍କୃତ...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଘୋଷଣା ହେଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ, ଜାଣନ୍ତୁ…

ଭୁବନେଶ୍ୱର,୧୭।୫: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ(ପିଜି) ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ ।...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri