Posted inଜାତୀୟ

ପାଠପଢ଼ା ଛାଡ଼ିବେ ୪୩% ଦିବ୍ୟାଙ୍ଗ

ନୂଆଦିଲ୍ଲୀ,୧୯ା୭(ପି.ଟି.): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ଭାରତରେ ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଏଥିରେ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁ ୪୩ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ପାଠପଢ଼ାରେ ଡୋରି ବାନ୍ଧିବାକୁ ଯୋଜନା କରିଥିବା କହିଛନ୍ତି। ସ୍ବାଭିମାନ ନାମକ ଏକ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ପଦାକୁ ଆସିଛି। ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତ୍ରିପୁରା, ସିକ୍କିମ, ନାଗାଲାଣ୍ଡ, ହରିୟାଣା ଓ ଜମ୍ମୁ-କଶ୍ମୀରରେ ଗତ ମେ’ ମାସରେ ଉକ୍ତ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା। ଏଥିରେ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷକଙ୍କ ସମେତ ୩,୬୨୭ ଜଣଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା।
ସର୍ଭେ ଅନୁଯାୟୀ, ନିୟମିତ ନ ହେଲେ ମଧ୍ୟ ଅନ୍‌ଲାଇନ କ୍ଲାସ୍‌ରେ ଯୋଗଦେବା ପାଇଁ ୫୬.୫ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ସଂଘର୍ଷ କରୁଛନ୍ତି। ଅନ୍ୟ ପକ୍ଷରେ ୭୭ ପ୍ରତିଶତ ପିଲା ଦୂରଶିକ୍ଷା ପଦ୍ଧତିରେ ପଢ଼ିବାରେ ଅକ୍ଷମତା ଯୋଗୁ ପଛରେ ପଡ଼ିଯାଇଥିବା କହିଛନ୍ତି। ୫୬.୪୮ ପ୍ରତିଶତ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ପାଠପଢ଼ା ଜାରି ରଖିଥିବାବେଳେ ଅବଶିଷ୍ଟ ୪୩.୫୨ ପ୍ରତିଶତ ପଢ଼ା ଛାଡ଼ିବାକୁ ଯୋଜନା କରୁଥିବା କହିଛନ୍ତି। ପାଠ ବୁଝିପାରୁ ନ ଥିବା ୩୯ ପ୍ରତିଶତ ଦୃଷ୍ଟିବାଧିତ ପିଲା କହିଛନ୍ତି। ଓ୍ବେବିନାରରେ ସାଙ୍କେତିକ ଭାଷାରେ ବୁଝାଇବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ୪୪ ପ୍ରତିଶତ ଅଭିଯୋଗ କରିଛନ୍ତି। ସେହିପରି ପ୍ରଯୁକ୍ତିର ବ୍ୟବହାର ଜାଣି ନ ଥିବା ୮୬ ପ୍ରତିଶତ ଭିନ୍ନକ୍ଷମ ପିଲାଙ୍କ ମାଆବାପା କହିଥିବାବେଳେ ଆବଶ୍ୟକ ଶିକ୍ଷା ଉପକରଣ ନ ଥିବା ୮୧ ପ୍ରତିଶତ ଶିକ୍ଷକ ଜଣାଇଛନ୍ତି। ୬୪% ଦିବ୍ୟାଙ୍ଗ ପିଲାଙ୍କ ଘରେ ସ୍ମାର୍ଟଫୋନ୍‌ କିମ୍ବା କମ୍ପ୍ୟୁଟର ନାହିଁ। ଅନ୍‌ଲାଇନ ଶିକ୍ଷା ପାଇଁ ଟାବ୍‌ କିମ୍ବା କମ୍ପ୍ୟୁଟର ଆବଶ୍ୟକ କରନ୍ତି ବୋଲି ୬୭% ଛାତ୍ରୀଛାତ୍ର କହିଥିବା ସର୍ଭେରୁ ଜଣାପଡିଛି। ୭୪% ଦିବ୍ୟାଙ୍ଗ ପିଲା ପାଠପଢ଼ା ପାଇଁ ଡାଟା କିମ୍ବା ଓ୍ବାଇଫାଇ ଆବଶ୍ୟକ କରୁଥିବାବେଳେ ୬୧ ପ୍ରତିଶତ ସହାୟକ ଆବଶ୍ୟକ ବୋଲି କହିଛନ୍ତି। କରୋନା ମହାମାରୀ ବେଳେ ଶିକ୍ଷାଦାନକୁ ସ୍ବାଭାବିକ କରିବା ପାଇଁ ନୀତିରେ ପରିବର୍ତ୍ତନ ତଥା ପୁନରାବଲୋକନ କରିବା ପାଇଁ ସର୍ଭେ ରିପୋର୍ଟରେ ସୁପାରିସ୍‌ କରାଯାଇଛି। ସବୁବର୍ଗର ଭିନ୍ନକ୍ଷମ ପିଲାଙ୍କ ପାଇଁ ସହଜ ହେବା ଭଳି ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ରିପୋର୍ଟରେ କୁହାଯାଇଛି। ସମସ୍ତେ ଯେପରି ଅନ୍‌ଲାଇନ ଶିକ୍ଷା ପାଇପାରିବେ ସେଥିପାଇଁ ହାର୍ଡଓ୍ବେର ଓ ଡାଟା ଉପଲବ୍ଧ କରାଇବାକୁ ହେଲେ ନୀତିରେ ପରିବର୍ତ୍ତନ ଆବଶ୍ୟକ। ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଲାଗି ପୁଞ୍ଜିବିନିଯୋଗ କରିବାକୁ ହେବ। ଅଭିଭାବକମାନେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିକୁ ଗ୍ରହଣ କରିନେବା ଜରୁରୀ, ଯାହା ଫଳରେ ସେମାନେ ଭିନ୍ନକ୍ଷମ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବାରେ ସମର୍ଥ ହୋଇପାରିବେ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri