ପୌରାଞ୍ଚଳରେ ଖର୍ଚ୍ଚ ହେବ ୪୨ କୋଟି

ଅନୁଗୋଳ ଅଫିସ,୨୮ା୪: ଅନୁଗୋଳ ପୌର ପରିଷଦ ବୈଠକରେ ଗୁରୁବାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୪୨ କୋଟି ୨୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ତେବେ ବିଭିନ୍ନ କ୍ଷେତ୍ରରୁ ୪୨ କୋଟି ୧୧ ଲକ୍ଷ ୪୫ ହଜାର ଟଙ୍କା ଆଦାୟ କରାଯିବ ବୋଲି ଆକଳନ କରାଯାଇଛି। ଏଥିସହ ଟିକସ ଆଦାୟ କରିବାରେ ଅନୁଗୋଳ ପୌରପାଳିକା ସର୍ବକାଳୀନ ରେକର୍ଡ କରିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟର ୯୭ ପ୍ରତିଶତ ରାଜସ୍ବ ଆଦାୟ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।
ଅନୁଗୋଳ ପୌରାଞ୍ଚଳରେ ଚଳିତବର୍ଷ ଯେତିକି ରାଜସ୍ବ ଆଦାୟ କରାଯିବ, ତାହାଠାରୁ ଅଧିକ ଅର୍ଥ ଉନ୍ନୟନ ପାଇଁ ବ୍ୟୟ କରାଯିବ। ବିଶେଷକରି ମିଶନଶକ୍ତି ଓ ବସ୍ତି ବାସିନ୍ଦାଙ୍କୁ ଏହି ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମିଶନ ଶକ୍ତିର ମହିଳାମାନେ ବିଭିନ୍ନ ପ୍ରକଳ୍ପ କରିବେ। ଏଥିରେ ପରିମଳ ସହ ଅନ୍ୟାନ୍ୟ କାର୍ଯ୍ୟ ରହିବ। ସେହିଭଳି ବସ୍ତି ବାସିନ୍ଦାଙ୍କୁ ମଧ୍ୟ ଖୁସି କରିବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଧ୍ୟାନ ଦିଆଯାଇଛି। ଏଥିସହ ସ୍ମାର୍ଟ ସଲିଡ ଓ୍ବେଣ୍ଟ ମ୍ୟାନେଜମେଣ୍ଟ ସହ ସ୍ମାର୍ଟ ପାର୍କର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୌରାଞ୍ଚଳରେ ଠିକା କାର୍ଯ୍ୟ ପାଇଁ ଠିକାଦାରମାନେ ଏଥର ମାଟି, ବାଲି ଆଦି ଲଘୁ ଖଣିଜ ଦ୍ରବ୍ୟ କଣିବା ସହ ବିଲ୍‌ ପୈଠ କରିବେ। ନଚେତ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଅମଲାପଡାସ୍ଥିତ କଲ୍ୟାଣ ମଣ୍ଡପକୁ ନିଲାମରେ ଦିଆଯିବ। ପୌରପାଳିକା ଟାଉନ ହଲ୍‌କୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯିବା ସହ ଭଡା ମଧ୍ୟ ବୃଦ୍ଧି କରାଯିବ। ଅନୁଗୋଳ ସହରରେ ଇ- ରିକ୍ସା ଗଡିବ ବୋଲି ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏଣିକି ରାତ୍ରି ଆଶ୍ରୟ ସ୍ଥଳରେ ରହଣି କଲେ ଅର୍ଥ ଦେବାକୁ ପଡିବ। ଟ୍ରେଡ ଲାଇସେନ୍ସ ଦେବାରେ ବିଳମ୍ବ ହେଲେ ଜରିମାନା ଆଦାୟ କରାଯିବ। ବରିଷ୍ଠ କାଉନସିଲର ସଦାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାଉନସିଲରମାନେ ଉପସ୍ଥିତ ଥିଲେ।

ରାଜସ୍ବ ଠାରୁ ଅଧିକ ବ୍ୟୟ ହେବ
ଚଳିତବର୍ଷର ବଜେଟରେ ଯେତିକି ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଛି, ତାହାଠାରୁ ଅଧିକ ଅର୍ଥ ସହରର ଉନ୍ନତୀକରଣରେ ଖର୍ଚ୍ଚ କରାଯିବ। ଗତବର୍ଷ ରାଜସ୍ବ ଆଦାୟରେ ସର୍ବକାଳୀନ ରେକର୍ଡ କରାଯାଇଛି। ଚଳିତବର୍ଷ ମଧ୍ୟ ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଗୋଳ ସହରବାସୀଙ୍କ ସହଯୋଗ ମିଳିବ ବୋଲି ଆଶା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ
ଚଳିତବର୍ଷ ପୌର ବଜେଟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସେହିପରି ବସ୍ତିବାସିନ୍ଦାଙ୍କ ଉନ୍ନତି ନିମନ୍ତେ ଅଧିକ ଅର୍ଥ ବୟବରାଦ ହୋଇଛି। ଏହା ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନରେ ସହାୟକ ହେବ।
-ବଳରାମ ଜେନି, କାଉନସିଲର ୧୯ନଂ. ଓ୍ବାର୍ଡ
ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ
ବଜେଟରେ ଯେଉଁସବୁ ପ୍ରକଳ୍ପ କରାଯିବାକୁ ଲକ୍ଷ୍ୟ ରଖାଯାଇଛି, ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା କଥା। ସେହିପରି ଉନ୍ନୟନ ହେଉଥିବା ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସ୍ବତନ୍ତ୍ର ରୋଜଗାର ପନ୍ଥା ବାହାର କଲେ ଭଲ ହେବ।
-ସରିତା ମିଶ୍ର, କାଉନସିଲର ୯ନଂ. ଓ୍ବାର୍ଡ
ଆୟ ଭଳି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଉ
ଅନୁଗୋଳ ପୌରପାଳିକାର ଆୟ ବଢ଼ାଇବା ପାଇଁ ଏବଂ ଟିକସ ଆଦାୟରେ ଶତପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ଯେପରି ଲକ୍ଷ୍ୟ ରଖାଯାଉଛି, ଠିକ୍‌ ସେହିପରି ଉନ୍ନୟନ କାର୍ଯ୍ୟରେ ହେଉଥିବା ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଉ। ଟିକସ ଦେଉଥିବା ପ୍ରତିଟି ଲୋକଙ୍କୁ ମୈଳିକ ସୁବିଧା ମିଳିବା ଆବଶ୍ୟକ। ସହରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣରେ ଊଣା ନ ହେବା ଦରକାର।
-ଶ୍ରୀକାନ୍ତ ମାହାଳିକ, ପୌରାଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?