ପୌରାଞ୍ଚଳରେ ଖର୍ଚ୍ଚ ହେବ ୪୨ କୋଟି

ଅନୁଗୋଳ ଅଫିସ,୨୮ା୪: ଅନୁଗୋଳ ପୌର ପରିଷଦ ବୈଠକରେ ଗୁରୁବାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୪୨ କୋଟି ୨୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ତେବେ ବିଭିନ୍ନ କ୍ଷେତ୍ରରୁ ୪୨ କୋଟି ୧୧ ଲକ୍ଷ ୪୫ ହଜାର ଟଙ୍କା ଆଦାୟ କରାଯିବ ବୋଲି ଆକଳନ କରାଯାଇଛି। ଏଥିସହ ଟିକସ ଆଦାୟ କରିବାରେ ଅନୁଗୋଳ ପୌରପାଳିକା ସର୍ବକାଳୀନ ରେକର୍ଡ କରିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟର ୯୭ ପ୍ରତିଶତ ରାଜସ୍ବ ଆଦାୟ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।
ଅନୁଗୋଳ ପୌରାଞ୍ଚଳରେ ଚଳିତବର୍ଷ ଯେତିକି ରାଜସ୍ବ ଆଦାୟ କରାଯିବ, ତାହାଠାରୁ ଅଧିକ ଅର୍ଥ ଉନ୍ନୟନ ପାଇଁ ବ୍ୟୟ କରାଯିବ। ବିଶେଷକରି ମିଶନଶକ୍ତି ଓ ବସ୍ତି ବାସିନ୍ଦାଙ୍କୁ ଏହି ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ମିଶନ ଶକ୍ତିର ମହିଳାମାନେ ବିଭିନ୍ନ ପ୍ରକଳ୍ପ କରିବେ। ଏଥିରେ ପରିମଳ ସହ ଅନ୍ୟାନ୍ୟ କାର୍ଯ୍ୟ ରହିବ। ସେହିଭଳି ବସ୍ତି ବାସିନ୍ଦାଙ୍କୁ ମଧ୍ୟ ଖୁସି କରିବାକୁ ଅନୁଗୋଳ ପୌରପାଳିକା ପକ୍ଷରୁ ଧ୍ୟାନ ଦିଆଯାଇଛି। ଏଥିସହ ସ୍ମାର୍ଟ ସଲିଡ ଓ୍ବେଣ୍ଟ ମ୍ୟାନେଜମେଣ୍ଟ ସହ ସ୍ମାର୍ଟ ପାର୍କର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୌରାଞ୍ଚଳରେ ଠିକା କାର୍ଯ୍ୟ ପାଇଁ ଠିକାଦାରମାନେ ଏଥର ମାଟି, ବାଲି ଆଦି ଲଘୁ ଖଣିଜ ଦ୍ରବ୍ୟ କଣିବା ସହ ବିଲ୍‌ ପୈଠ କରିବେ। ନଚେତ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଅମଲାପଡାସ୍ଥିତ କଲ୍ୟାଣ ମଣ୍ଡପକୁ ନିଲାମରେ ଦିଆଯିବ। ପୌରପାଳିକା ଟାଉନ ହଲ୍‌କୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ କରାଯିବା ସହ ଭଡା ମଧ୍ୟ ବୃଦ୍ଧି କରାଯିବ। ଅନୁଗୋଳ ସହରରେ ଇ- ରିକ୍ସା ଗଡିବ ବୋଲି ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଏଣିକି ରାତ୍ରି ଆଶ୍ରୟ ସ୍ଥଳରେ ରହଣି କଲେ ଅର୍ଥ ଦେବାକୁ ପଡିବ। ଟ୍ରେଡ ଲାଇସେନ୍ସ ଦେବାରେ ବିଳମ୍ବ ହେଲେ ଜରିମାନା ଆଦାୟ କରାଯିବ। ବରିଷ୍ଠ କାଉନସିଲର ସଦାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାଉନସିଲରମାନେ ଉପସ୍ଥିତ ଥିଲେ।

ରାଜସ୍ବ ଠାରୁ ଅଧିକ ବ୍ୟୟ ହେବ
ଚଳିତବର୍ଷର ବଜେଟରେ ଯେତିକି ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଛି, ତାହାଠାରୁ ଅଧିକ ଅର୍ଥ ସହରର ଉନ୍ନତୀକରଣରେ ଖର୍ଚ୍ଚ କରାଯିବ। ଗତବର୍ଷ ରାଜସ୍ବ ଆଦାୟରେ ସର୍ବକାଳୀନ ରେକର୍ଡ କରାଯାଇଛି। ଚଳିତବର୍ଷ ମଧ୍ୟ ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଗୋଳ ସହରବାସୀଙ୍କ ସହଯୋଗ ମିଳିବ ବୋଲି ଆଶା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ
ଚଳିତବର୍ଷ ପୌର ବଜେଟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସେହିପରି ବସ୍ତିବାସିନ୍ଦାଙ୍କ ଉନ୍ନତି ନିମନ୍ତେ ଅଧିକ ଅର୍ଥ ବୟବରାଦ ହୋଇଛି। ଏହା ବସ୍ତି ବାସିନ୍ଦାଙ୍କ ସମସ୍ୟା ସମାଧାନରେ ସହାୟକ ହେବ।
-ବଳରାମ ଜେନି, କାଉନସିଲର ୧୯ନଂ. ଓ୍ବାର୍ଡ
ରକ୍ଷଣାବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ
ବଜେଟରେ ଯେଉଁସବୁ ପ୍ରକଳ୍ପ କରାଯିବାକୁ ଲକ୍ଷ୍ୟ ରଖାଯାଇଛି, ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା କଥା। ସେହିପରି ଉନ୍ନୟନ ହେଉଥିବା ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ସ୍ବତନ୍ତ୍ର ରୋଜଗାର ପନ୍ଥା ବାହାର କଲେ ଭଲ ହେବ।
-ସରିତା ମିଶ୍ର, କାଉନସିଲର ୯ନଂ. ଓ୍ବାର୍ଡ
ଆୟ ଭଳି ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଉ
ଅନୁଗୋଳ ପୌରପାଳିକାର ଆୟ ବଢ଼ାଇବା ପାଇଁ ଏବଂ ଟିକସ ଆଦାୟରେ ଶତପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ଯେପରି ଲକ୍ଷ୍ୟ ରଖାଯାଉଛି, ଠିକ୍‌ ସେହିପରି ଉନ୍ନୟନ କାର୍ଯ୍ୟରେ ହେଉଥିବା ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଉ। ଟିକସ ଦେଉଥିବା ପ୍ରତିଟି ଲୋକଙ୍କୁ ମୈଳିକ ସୁବିଧା ମିଳିବା ଆବଶ୍ୟକ। ସହରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣରେ ଊଣା ନ ହେବା ଦରକାର।
-ଶ୍ରୀକାନ୍ତ ମାହାଳିକ, ପୌରାଞ୍ଚଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri