ବାବୁ ଆମକୁ ରକ୍ଷା କର: ଠେଲାଦୋକାନ ଭାଙ୍ଗିଲେ ଏବେ ଘର ବି ଭାଙ୍ଗିଦେବେ

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ବାବୁ ଆମକୁ ରକ୍ଷା କର। ଠେଲାଦୋକାନ ଭାଙ୍ଗିଦେଲେ ଏବେ ଘରବି ଭାଙ୍ଗିଦେବେ। ଆମେ ଯିବୁ କୁଆଡେ ବୋଲି ଭାଜପା ନେତାଙ୍କ ଆଗରେ ଏକ ଗରିବ ପରିବାର କାନ୍ଦି ଗୁହାରି କରିଛନ୍ତି। ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ରାତିରେ ପ୍ରଶନ କୁମାର ଶତପଥୀ ଏବଂ ପୁଅ ସନ୍ତୋଷ ଶତପଥୀ କରିଥିବା ଉଠା ଠେଲାଗାଡିକୁ ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହ ଘରକୁ ଆସି ଜେସିବି ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘରକୁ ଭାଙ୍ଗି ଦେବାକୁ ବୃଦ୍ଧା ସ୍ତ୍ରୀ ସୁପ୍ରଭାଙ୍କୁ ଧମକ ଦିଆଯାଇଛି। ଏପରିକି ତିନିଦିନ ମଧ୍ୟରେ ଘରର ଏଷ୍ଟିମେଣ୍ଟ ଦାଖଲ ନ କଲେ ଘରଭାଙ୍ଗି ଦେବାକୁ କହି ଏକ ନୋଟିସ୍‌ କାନ୍ଥରେ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତିନିଦିନ ହେଲା ପରିବାର ବେସାହାରା ହୋଇପଡିଛନ୍ତି। ଏହି ଖବରପାଇ ଶୁକ୍ରବାର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଓ ଯୁବ ନେତା ଚିତ୍ତରଞ୍ଜନ ସାହୁ ପରିବାରକୁ ଭେଟି ସାନ୍ତ୍ବନା ଦେଇଛନ୍ତି। ଘଟଣା ସମ୍ପର୍କରେ ଭାଜପା ନେତା ଜିଲାପାଳ, ୫ଟି ସଚିବ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ଦୁଇ ଛାତ୍ର

ବୌଦ୍ଧ,୩୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମହାନଦୀର କୁଶାସିଙ୍ଗା ଘାଟରେ ଗାଧୋଇବା ବେଳେ ଦୁଇ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ହରଭଙ୍ଗା ବ୍ଲକ ଅରଖପଦର...

ପାଣିଘେରରେ ବସ୍ତା ଥାନା,କୋର୍ଟ

ରୂପ୍‌ସା/ବସ୍ତା,୨୩ା୯(ଡି.ଏନ.ଏ.):  ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ଜଳକା ନଦୀରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବସ୍ତା ବ୍ଲକର ୧୩ ଓ ସଦର ବ୍ଲକର ୨ଟି...

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ବଇଣ୍ଡା, ୨୯ା୩(ଡି.ଏନ.ଏ.)- କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟ ଓ କିଶୋରନଗର ଡିଗ୍ରୀ କଲେଜ ପକ୍ଷରୁ...

ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ...

୨୦୩୦ ସୁଦ୍ଧା ଜିଲାକୁ ବାଲ୍ୟବିବାହ ମୁକ୍ତ କରିବା ଲକ୍ଷ୍ୟ

ରାୟଗଡ଼ା ଅଫିସ,୯ା୯:ସଚେତନତା ହିଁ ବାଲ୍ୟବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସାକୁ ରୋକିପାରିବ। ଲୋକଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ରାୟଗଡ଼ା...

ଅଡିଟ୍‌ ପରେ ଗଞ୍ଜାମରେ ବଢୁଛି କରୋନା ମୃତ୍ୟୁସଂଖ୍ୟା

ଛତ୍ରପୁର,୮ା୭(ଡି.ଏନ): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ଥମୁନି। ଆଜି ଜିଲାରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ତେବେ ଅଡିଟ୍‌ ପରେ ଏହି...

ଓଡ଼ିଶା-ଆନ୍ଧ୍ର ସୀମା ସିଲ୍‌

ରାୟଗଡ଼ା ଅଫିସ/ଗୁଣପୁର,୧୨ା୪: ରାୟଗଡ଼ା ଜିଲାରେ ଲଗାତର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୩୫ ପଜିଟିଭ ଚିହ୍ନଟ ହୋଇଛନ୍ତି।...

ନୌସେନା ପକ୍ଷରୁ ଚିଲିକାରେ ନୌଚାଳନା ପ୍ରତିଯୋଗିତା: ତଟ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କମୋଡ଼ର ଋତୁରାଜ

ବାଲୁଗାଁ,୧୮ା୧୧(ଡ଼ି.ଏନ.ଏ.): ଚିଲିକା ତଥା ସମୁଦ୍ର ତଟ ସୁରକ୍ଷା ଦିଗରେ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଳପଥରେ ସେମାନେ ହେଲେ କର୍ଣ୍ଣଧାର ତଥା ଆଖି ଓ କାନ ସଦୃଶ।...

Advertisement
Archives

Model This Week