ପାଣି ପାଇଁ ହଇରାଣ ୪୦୦ ପରିବାର

କାକଟପୁର,୭।୫(ଡି.ଏନ୍‌.ଏ.): କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଚାରିଗାଁରେ ପାନୀୟଜଳ ସଙ୍କଟ ସୃଷ୍ଟି ହୋଇଛି। କୁରୁଜଙ୍ଗ ପଞ୍ଚାୟତର ବାମରା, କୁରୁମ, ପାଟ୍ଟଶାଣୀପୁର ଓ ଆଢୁଆଳ ଗ୍ରାମକୁ ନେଇ ନାମିତ ଚାରିଗାଁରେ ଦୀର୍ଘବର୍ଷ ଧରି ପାନୀୟଜଳ ସମସ୍ୟା ଲାଗିରହିଛି। ଏହି ଗ୍ରାମଗୁଡ଼ିକରେ ଥିବା ସମସ୍ତ ନଳକୂପର ଜଳ ଲୌହ ଓ ଫ୍ଲୋରାଇଡ୍‌ଯୁକ୍ତ ହୋଇଥିବାରୁ ଏଠାରେ ରହୁଥିବା ପ୍ରାୟ ୪୦୦ ପରିବାର ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମଗୁଡ଼ିକୁ ପିଇବା ପାଣି ଯୋଗାଇ ଦେବାକୁ ନିକଟସ୍ଥ ଓରେଇ ଗ୍ରାମରେ ପମ୍ପ ହାଉସ ନିର୍ମାଣ କରାଯାଇ ଓର଼େଇ ସମେତ ଚାରିଗାଁର ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦେବାକୁ ପାଇପ ଲାଇନ୍‌ ବିଛାଯିବା ସହ ଷ୍ଟାଣ୍ଡପୋଷ୍ଟ ବସାଯାଇଥିଲା। ଫଳରେ ଲୋକେ ସକାଳେ ୩ ଘଣ୍ଟା ଏବଂ ଅପରାହ୍ନରେ ୨ଘଣ୍ଟା ପାଣି ପାଉଥିଲେ। କିନ୍ତୁ ପ୍ରାୟ ଶତାଧିକ ପରିବାର ନିଜ ଘର ଟାଙ୍କି ପାଇଁ ବେଆଇନ ଭାବେ ପାଇପଲାଇନରେ ମୋଟର ସଂଯୋଗ କରି ଅସାଧୁ ଉପାୟରେ ପାଣି ଚୋରି କରୁଛନ୍ତି। ଏଥିଯୋଗୁ ଶେଷ ମୁଣ୍ଡପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ। ଏ ନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ। ସରପଞ୍ଚ ନିଗମାନନ୍ଦ ପରିଡ଼ାଙ୍କ ସମେତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତଦନ୍ତ କରିଥିଲେ। କେତେକ ପରିବାର ଅସାଧୁ ଉପାୟରେ ମୋଟର ଲଗାଇ ପାଣି ନେଉଥିବା ଜଣାପଡ଼ିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତେଣୁ ପାନୀୟଜଳ ସମସ୍ୟା ଦୂର ହୋଇନାହିଁ। ତୁରନ୍ତ ଟ୍ୟାଙ୍କରରେ ପାଣି ଯୋଗାଇବା ସହ ବୃହତ ପାଣି ଟାଙ୍କି ନିର୍ମାଣ କରିବାକୁ ଚାରିଗାଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଶେଷ, ଏଥର ଭୋଟ ପ୍ରସ୍ତୁତ

ନୟାଗଡ଼ ଅଫିସ, ୨୩।୩: ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ୨୪ରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ...

ଅପରିଚିତ ଶିଶୁପୁତ୍ରଙ୍କୁ ରଖିବା ନେଇ ଥାନାରେ ଅଭିଯୋଗ

ଗୋପାଳପୁର,୨୩ା୧- ଆୟୁର୍ବେଦିକ କ୍ଲିନିକ୍‌ କରିଥିବା ଜଣେ ଡାକ୍ତର ଏକ ଅପରିଚିତ ଶିଶୁକୁ ସନ୍ଦେହଜନକ ଭାବେ ରଖିଥିବା ନେଇ ଗୋଳନ୍ଥରା ଥାନାରେ ବୁଧବାର ଅଭିଯୋଗ ହୋଇଛି। ଏହି...

ଚିଲିକାରେ ବୁଡ଼ିଲା ଡଙ୍ଗା

ଖୋର୍ଦ୍ଧା ଅଫିସ,୧୯।୬: ଚିଲିକାରୁ ମାଛ ଧରି କୂଳକୁ ଫେରୁଥିବା ଏକ ଡଙ୍ଗା ଶନିବାର କାଳବୈଶାଖୀ ଯୋଗୁ ବୁଡ଼ିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ମାଛ ଓ ଜାଲ...

ଦୁର୍ଘଟଣାରେ ଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର

ଢେଙ୍କିକୋଟ, ୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ପଞ୍ଚାୟତ ରାଇବଣ ସାହି ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ...

ତିତ୍‌ଲିରେ ଧୋଇଯାଇଛି କଳିଙ୍ଗକୁ ରାସ୍ତା: ବର୍ଷକ ପରେ ବି ପଦକ୍ଷେପ ଶୂନ

ପାରଳାଖେମୁଣ୍ଡି,୨ା୧୨(ସ୍ବ.ପ୍ର.)- ୨୦୧୮ ତିତ୍‌ଲି ବାତ୍ୟାରେ ଗଜପତି ଜିଲା ପ୍ରଭାବିତ ହେବା ସହ ରାୟଗଡ଼ ବ୍ଲକ୍‌ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାତ୍ୟା ପରବର୍ତ୍ତୀ ବର୍ଷାରେ ସମସ୍ତ ନଦୀ...

ଭାରତ ବନ୍ଦ, ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ, ୮।୧୨: କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ଆଇନକୁ ବିରୋଧିକରି ମଙ୍ଗଳବାର ପୂର୍ବାହ୍ନ ୬ ଟାରୁ ବନ୍ଦରେ ବାଲେଶ୍ୱର ଜିଲା ସାମିଲ ହୋଇଛି ।...

ବାହାର ଜିଲା ପୋଲିସଙ୍କୁ ପୁରୀ ମନା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପୁରୀ ଯାଇପାରିବେ ନାହିଁ ଜିଲା ବାହାରର ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା କରାଯାଉଛି। ଶ୍ରୀଜିଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ପୋଲିସ...

ବିଜେପୁରରେ ୨୬୮ଜଣ କ୍ବାରାଣ୍ଟାଇନରେ: ୧୨ ସାମ୍ପୁଲ ନେଗେଟିଭ

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଯେତିକି ସଚେତନତା ମଧ୍ୟ ସେତିକି। ଅଳ୍ପ କିଛି ଅମାନିଆଙ୍କୁ ଛାଡିନେଲେ ସମସ୍ତେ ପ୍ରଶାସନକୁ ସହଯୋଗ...

Advertisement
Archives

Model This Week