ବାର୍ଷିକ ୪୦୦ ଜୀବନହାନି

ଯାଜପୁର ଅଫିସ,୧୬ା୫: ଭାରତର ବିପର୍ଯ୍ୟୟ ହଟ୍‌ସ୍ପଟ୍‌ ମଧ୍ୟରେ ଓଡ଼ିଶା ରହିଆସିଛି। ବାତ୍ୟା, ବନ୍ୟା, ମରୁଡ଼ି ଭଳି ଦୁର୍ବିପାକ ପ୍ରାୟ ପ୍ରତିବର୍ଷ ଘଟୁଛି। ଏଭଳି ବିପର୍ଯ୍ୟୟ ସହ ବଜ୍ରପାତରେ ଅଧିକ ଜୀବନହାନି ଘଟୁଛି। ୧୯୯୯ ମହାବାତ୍ୟା ପରେ ଏଯାଏ ବଜ୍ରପାତରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବିଶେଷକରି ୨୦୧୫-୧୬ରୁ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ୨୦୧୭-୧୮ରେ ସର୍ବାଧିକ ୪୭୪ ଲୋକଙ୍କ ବଜ୍ରପାତଜନିତ ମୃତ୍ୟୁ ଘଟିଛି, ଯାହା ପୂର୍ବବର୍ଷ ତୁଳନାରେ ୧୮.୫% ଅଧିକ। ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ, ବ୍ୟବସାୟୀ, ହକର ଏବଂ ନିର୍ମାଣ ଶ୍ରମିକ, ଯେଉଁମାନେ ବର୍ଷା ଓ ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନରେ କାମ କରୁଥିଲେ କିମ୍ବା ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ଏଭଳି ମୃତ୍ୟୁକୁ ରୋକିବା ପାଇଁ ଜନସଚେତନତା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ପାଣିପାଗ ସଂକ୍ରାନ୍ତରେ ପୂର୍ବାନୁମାନ ଏବଂ ବଜ୍ରପାତ ନିୟନ୍ତ୍ରଣ ଉପରେ ଆବଶ୍ୟକ ପଦକ୍ଷେପ ଅଭାବରୁ ସାଧାରଣ ଲୋକଙ୍କ ଜୀବନ ବିପଦାପନ୍ନ ହୋଇଥିବା ମତପ୍ରକାଶ ପାଇଛି। ଯାଜପୁର ରୋଡ୍‌ର ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବଜ୍ରପାତ ବିଶେଷକରି ଗଛଲତା ଅଭାବରୁ ବୃଦ୍ଧି ହେଉଛି। ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଳରେ ବ୍ୟାପକ ଗଛକଟା ଚାଲିଛି। ସେହି ତୁଳନାରେ ବୃକ୍ଷରୋପଣ ହୋଇ ପାରୁନାହିଁ। ଏହାସହ ସାଧାରଣ ଲୋକଙ୍କ ମଧ୍ୟରେ ସେତେଟା ସଚେତନତା ସୃଷ୍ଟି କରାଯାଇ ପାରିନାହିଁ। ଏହାସହ ସରକାରୀସ୍ତରରେ ବଜ୍ରପାତକୁ ନେଇ ଠିକ୍‌ ଭାବେ ପୂର୍ବାନୁମାନ କରାଯାଇ ପାରୁନାହିଁ। ବୈଷୟିକ ଜ୍ଞାନକୌଶଳର ଅଭାବ ଯୋଗୁ ଉଚିତ ସମୟରେ ବଜ୍ରପାତ ସମ୍ପର୍କରେ ସୂଚନା ମିଳୁନି। ତେଣୁ ଜିଲାସ୍ତରରେ ଆବଶ୍ୟକ ଯନ୍ତ୍ରପାତି ଖଞ୍ଜାଯାଇ ସ୍ବତନ୍ତ୍ର କେନ୍ଦ୍ର ମାଧ୍ୟମରେ ସୂଚନା ଦିଆଯାଇ ପାରିଲେ ବଜ୍ରପାତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇପାରିବ। ବରିଷ୍ଠ ନାଗରିକ ମାୟାଧର ନାୟକ କୁହନ୍ତି, ସଚେତନତା ଅଭାବରୁ ବଜ୍ରପାତ ମନୁଷ୍ୟକୃତ ବିପଦରେ ପରିଣତ ହେଉଛି। ଜଙ୍ଗଲ ସଫା ଏବଂ କଂକ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହ ପ୍ରଦୂଷଣ ବୃଦ୍ଧି ହୋଇଛି। ଧରଣୀ ମା’ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏହାସହ ଲୋକଙ୍କୁ ଯେତେ ସତର୍କ କଲେ ବି ସେମାନେ ସେତେଟା ସଚେତନ ହେଉନାହାନ୍ତି। ଫଳରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
ବଜ୍ରପାତରୁ ଲୋକଙ୍କୁ ରକ୍ଷା କରିବା ନିମନ୍ତେ ୨୦୨୩-୨୪ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ଏକ ଷ୍ଟେଟ ଏକ୍‌ଜିକ୍ୟୁଟିଭ କମିଟି ଗଠନ କରାଯାଇଛି। ଗତ ୨ ତାରିଖରେ ଏହି କମିଟିର ପ୍ରଥମ ବୈଠକର ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବଜ୍ରପାତରେ ଅଧିକ ମୃତ୍ୟୁ ହେଉଥିବା ୧୦ ଜିଲାରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗୀର ଓ କୋରାପୁଟ ଜିଲା ରହିଛି। ଏଥିପାଇଁ ୧ କୋଟି ୧୪ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଏହି ଅର୍ଥରେ ଘଡ଼ଘଡ଼ି ଓ ବଜ୍ରପାତ ସମ୍ପର୍କରେ ପୋଷ୍ଟର ତିଆରି, ଗ୍ରାମ୍ୟସ୍ତରରେ ପଥପ୍ରାନ୍ତ ନାଟକ ଓ ଲୋକନୃତ୍ୟ, ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ, ସଚେତନତା ରଥ ପରିକ୍ରମା, ହାଟ ଆଦି ଜନଗହଳି ସ୍ଥାନରେ ସଚେତନତା କ୍ୟାମ୍ପ, ଅଡିଓ/ଭିଡିଓ ଭିଜୁଆଲ, ୱାଲ ପେଣ୍ଟିଂ, ସ୍କୁଲ ଓ କଲେଜସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜି ସଭ୍ୟାସଭ୍ୟଙ୍କ ମଧ୍ୟରେ ସଚେତନତା ବୈଠକ, କୃଷକ ଏବଂ କୃଷି ଉପତ୍ାଦକ ସଂସ୍ଥାଗୁଡ଼ିକୁ ନେଇ ବୈଠକ ଆଦି କାର୍ଯ୍ୟକ୍ରମ କରାଯିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମୁଦାୟ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ବଜ୍ରପାତରେ ୨୫ ପ୍ରତିଶତରୁ ଅଧିକ ମୃତ୍ୟୁ ରହିଛି। ରାଜ୍ୟ ସରକାର ବଜ୍ରପାତ ମୃତ୍ୟୁକୁ ୨୦୧୫ରେ ଷ୍ଟେଟ ସ୍ପେଶିଫିକ୍‌ ଡିଜାଷ୍ଟର ଭାବେ ଘୋଷଣା କରିଛନ୍ତି। ଏହିକ୍ରମରେ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ତେବେ ସଚେତନତା ଅଭାବରୁ ବଜ୍ରପାତ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରୁନି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲା ଜରୁରିକାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଜାରି ପୂର୍ବାନୁମାନ ତଥ୍ୟକୁ ତହସିଲଦାର ଏବଂ ବିଡିଓମାନଙ୍କ ଜରିଆରେ ଗ୍ରାମାଞ୍ଚଳକୁ ପହଞ୍ଚାଇ ଦିଆଯାଉଛି। ଏହାସହ ସରକାରୀସ୍ତରରେ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। ବଜ୍ରପାତ ପୂର୍ବାନୁମାନ ବାତ୍ୟା ଭଳି ବହୁ ପୂର୍ବରୁ ମିଳି ପାରୁନାହିଁ। ତେଣୁ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?