ବେଳାଭୂମି ମହୋତ୍ସବରେ ଲାଗିବ ୪୦ ସିିସି କ୍ୟାମେରା

ବ୍ରହ୍ମପୁର,୧୭ା୧୨: ଗଞ୍ଜାମ ଜିଲାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏ ନେଇ ଏକ ବୈଠକ ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପାର୍କିଂ, ଖାଦ୍ୟ ଷ୍ଟଲ ସମେତ ପଲିଶ୍ରୀ ମେଳା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସି, ବିଇଏମ୍‌ସି କମିଶନର ଜେ.ସୋନାଲ ଓ ବ୍ରହ୍ମପୁର ଏସପି ଡା.ଶ୍ରବଣା ବିବେକ ଏମ ଉପସ୍ଥିତ ଥିଲେ। ଚଳିତ ଥର ମହୋତ୍ସବରେ ୨ଟି ସାଂସ୍କୃତିକ ଷ୍ଟେଜ ସହ ପୂର୍ବ ଅପେକ୍ଷା ଚଳିତ ଥର ମହୋତ୍ସବର ପରିସୀମା ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ୨ଟି ଯାକ ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। କରୋନା ମହାମାରୀ କାରଣରୁ ବେଳାଭୂମି ମହୋତ୍ସବ ବନ୍ଦ ରହିଥିଲା। ତେଣୁ ଚଳିତ ଥର ମହୋତ୍ସବରେ ଅଧିକ ସଂଖ୍ୟକ ଲୋକ ଆସିବେ ବୋଲି ଆଶା କରାଯାଉଛି। ଭିଡ ନିୟନ୍ତ୍ରଣ ଲାଗି ଛତ୍ରପୁର ଓ ବ୍ରହ୍ମପୁରରୁ ଆସୁଥିବା ଜନସାଧାରଣଙ୍କ ପାଇଁ ଭିନ୍ନ ଭିନ୍ନ ପାର୍କିଂ ବ୍ୟବସ୍ଥା କରାଯିବ। ଛତ୍ରପୁରରୁ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ହରିପୁର ବ୍ରିଜଠାରେ ପାର୍କିଂ ବ୍ୟବସ୍ଥା ଓ ବ୍ରହ୍ମପୁରବାସୀଙ୍କ ପାଇଁ ଷଣ୍ଢ ଛକଠାରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି। ମହୋତ୍ସବରେ ୪୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏହି ୫ ଦିନିଆ ମହୋତ୍ସବରେ ୨୫୦ଟି ଷ୍ଟଲ ରହିବ। ଯେଉଁଥିରେ ମିଶନ ଶକ୍ତି, ଓରମାସ ଦ୍ୱାରା ଷ୍ଟଲ ମାଧ୍ୟମରେ ହ୍ୟାଣ୍ଡଲୁମ, ହେଣ୍ଡିକ୍ରାଫ୍ଟସ, ଜୁଏଲେରୀ, ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ଧୂପକାଠି ଭଳି ୧୨୦ଟି ଷ୍ଟଲ ରହିବ। ଏଥିସହ କାରପେଟ, ବେଡସିଟ, କାଠ ସାମଗ୍ରୀ ବିକ୍ରି ନିମନ୍ତେ ୪୫ଟି ଷ୍ଟଲ, ବିଭିନ୍ନ ବିଭାଗ ପକ୍ଷରୁ ୫୫ଟି ଷ୍ଟଲ, ୩୦ଟି ଖାଦ୍ୟ ଷ୍ଟଲ ଉପଲବ୍ଧ ରହିବ। ଖାଦ୍ୟ ଷ୍ଟଲ ଗୁଡିକରେ ଖାଦ୍ୟ ଅପମିଶ୍ରଣକୁ ରୋକିବା ପାଇଁ ବିଇଏମସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ସେହିଭଳି ୫ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଲୋକ ନୃତ୍ୟ ଢୁମ୍ପା ନୃତ୍ୟ, ଭାରତ ଲୀଳା, ପ୍ରହଲାଦ ନାଟକ, ଚଢେୟା, ଗୋଲା ନାଚ, ରାମ ଲୀଳା, ଦାସ କାଠିଆ ନୃତ୍ୟ ପରିବେଶଣ ହେବ। ଓଲିଉଡ ସଂଗୀତଜ୍ଞ ଓ ହାସ୍ୟ ଅଭିନେତାଙ୍କ ସମେତ ବଲିଉଡ ଅଭିନେତା ଓ କମେଡିଆନ ସୁନୀଲ ଗ୍ରୋଭର, ଡ୍ୟାନ୍ସ ଇଣ୍ଡିଆ ବିଜେତା ଭି-କଂପାନୀ ଦ୍ୱାରା ନୃତ୍ୟ ପରିବେଶଣ ଓ ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଶଣ ନେଇ କାର୍ଯ୍ୟକ୍ରମ ରହିଛି। ଏଥିସହ କୋଲକାତା କଳାକାରଙ୍କ କଥକଳୀ, ପୁରୁଲିଆ ଚାଉ, ଆସାମା ସାତ୍ରିୟା, ଓଡିଶାର ଓଡିଶୀ, ଆନ୍ଧ୍ରପ୍ରଦେଶର କୁଚୁପୁଡି ନୃତ୍ୟ ପରିବେଶିତ ହେବ। ସେହିପରି ସୁନ୍ଦରଗଡର ଆଦିବାସୀ କଢନ ନୃତ୍ୟ, ନବରଙ୍ଗପୁର ଗଣ୍ଡ ନୃତ୍ୟ, କୋରାପୁଟ ଆଦିବାସୀ ଢେମସା, ସମ୍ବଲପୁରର ସମ୍ବଲପୁରୀ ଓ ଗଜପତିର ପାଇକ ଆଖଡା ନୃତ୍ୟ ପରିବେଶଣ ହେବ। ବୈଠକରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ରଶ୍ମି ରାଣୀଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri